ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିକାଶ ଉଇସଡ଼ମ ପାର୍କରେ କ୍ରୀଡ଼ା ଉତ୍ସବ ‘ଏଥେଲେଟ ମିଟ୍ ୨୦୨୫’ ଉଦଯାପିତ

ବିକାଶ ଉଇସଡ଼ମ ପାର୍କରେ କ୍ରୀଡ଼ା ଉତ୍ସବ ‘ଏଥେଲେଟ ମିଟ୍ ୨୦୨୫’ ଉଦଯାପିତ

କ୍ରୀଡ଼ା ହେଉଛି ଛାତ୍ର ଜୀବନର ଏକ ଗୁରୁତ୍ବ ପୂର୍ଣ୍ଣ ଅଂଶ ବିଶେଷ । ଜଣେ ଛାତ୍ର ପାଇଁ ପାଠପଢା ବ୍ୟତୀତ ଖେଳକୁଦ ଏକାନ୍ତ ଆବଶ୍ୟକ। ତେଣୁ ଏହାକୁ ଆଧାର କରି ଭବାନୀପାଟଣା ସ୍ଥିତ ବିକାଶ ଉଇସଡ଼ମ ପାର୍କ ପରିସରରେ ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ବ୍ୟାପୀ କ୍ରୀଡ଼ା ଉତ୍ସବ ଏଥେଲେଟ ମିଟ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ସୁନିଲ କୁମାର ବେହେରା ଏଥେଲେଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ, ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର, ଶିକ୍ଷା ପ୍ରଭାରୀ ଡି ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବିକାଶ ବିବିଏ ଵିସିଏ ବିଭାଗ ଅଧ୍ୟକ୍ଷ ଡ଼ ସୁଦୀପ୍ତ ଜେନା , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତି ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ । ମା ମାଣିକେଶ୍ଵରୀଙ୍କ ପୀଠରୁ ଅଣାଯାଇଥିବା ମଶାଲକୁ ସ୍ମୁଖ୍ୟ ଅତିଥି କ୍ରୀଡ଼ା ସ୍ଥଳରେ ସ୍ଥାପନ କରି କ୍ରୀଡ଼ା ପତାକା ଉତ୍ତୋଳନ ପୂର୍ବକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କ୍ରୀଡାର ମହତ୍ତ୍ଵ ଓ ଏହାର ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସମ୍ମାନିତ ଅତିଥି ଗଣ ବିକାଶରୁ ଆତ୍ମ ପ୍ରକାଶ କରିଥିବା କ୍ରୀଡାବିତ୍ ଙ୍କ ସ୍ମୃତି ଚାରଣ ସହ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କ୍ରୀଡ଼ାରେ ନର୍ସରୀ ରୁ ଆରମ୍ଭ କରି ସିବିଏସଇ ଦ୍ୱାଦଶ, ଉଚ୍ଚ ମାଧ୍ୟମିକ, ଡିଗ୍ରୀ, ବିବିଏ , ବିସିଏ, ନର୍ସିଂ ବିଭାଗର ପ୍ରାୟ ୨୨ ଶହ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ ତୀରନ୍ଦାଜ କୁ ମଧ୍ୟ କ୍ରୀଡ଼ାରେ ସାମିଲ କରାଯାଇଥିଲା । ପ୍ରତିଯୋଗୀ ମାନଙ୍କ ମଧ୍ୟରେ ବହୁ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଖେଳ ଶିକ୍ଷକ ପ୍ରବୀଣ କୁମାର, ମନୋଜ କୁମାର ବିଶ୍ବାଳ, ମହେଶ ତ୍ରିପାଠୀ, ହଂସିନି ମେହେର, ପ୍ରେମ ଶରଣ ନାଗ , ନିଷିଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ଲଡୁଗାଁ କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

ଜେନିଥ ଲାୟଂଶ ଗୁରୁକୁଳ ର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ 

masiha

ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!