ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ବନାବାଡି’ ହଜିଯାଉଥିବା ଏକ ପାରମ୍ପାରିକ ଲୋକ କଳା 

‘ବନାବାଡି’ ହଜିଯାଉଥିବା ଏକ ପାରମ୍ପାରିକ ଲୋକ କଳା 

ଢେ଼ଙ୍କାନାଳ (ମନିସ)30/10/25 — ବନାବାଡ଼ି’ ବା ଗୌଡବାଡି ହଜିଯାଉଥିବା ଏକ ପାରମ୍ପରିକ ଲୋକକଳା କର୍ମମୟ ଜୀବନରେ କିଛି ସମୟ ପାଇଁ ଖୁସିର ବନ୍ୟା ଆଣି ଦେଇଥାଏ କଳା । ସେ ଯେକୌଣସି କଳା ହେଉ ନା କାହିଁକି,ଅବସ ମନରେ ଖୁସିର ଜୁଆର ଆଣି ନୂତନ କର୍ମ କରିବାର ପ୍ରେରଣା ଯୋଗାଇଥାଏ କଳା । ଜୀବନ ଜୀବିକାରେ ବଞ୍ଚିରଖିବାର ପଥ ଉନ୍ମୋଚନ କରେ । ମନୋରଞ୍ଜନ ଧର୍ମୀ କଳା ତାର ପୂର୍ଣ୍ଣତା ଲାଭ କରେ କଳାକାରମାନଙ୍କୁ ନେଇ । କଳାକାରର ଅଭିନୟ,ଅଙ୍ଗଭଙ୍ଗୀ,ନୃତ୍ଯ,ଖେଳ କରିବାର ଶୈଳୀ କଳାର ଭିନ୍ନତାଙ୍କୁ ପ୍ରତିପାଦିତ କରିଥାଏ । ଢେ଼ଙ୍କାନାଳ ଜିଲ୍ଲାରେ ଭିନ୍ନ ଏକ ପାରମ୍ପରିକ କଳା ବନାବାଡ଼ି ବା ଗୌଡବାଡି । ଏହି ଲୋକ କଳାଟି ଗୌଡ଼ ସମ୍ପ୍ରଦାୟର ଏକାନ୍ତ ନିଜସ୍ଵ କହିଲେ ଚଳେ । କାଳର କଳାର ହାତରେ ଧୀରେ ଧୀରେ ଲୁପ୍ତପ୍ରାୟ ଏହି ଲୋକକଳା । ଆସନ୍ତୁ ଥରେ ନଜର ପକାଇବା ଏହି ଲୋକକଳା ଉପରେ । ବନାବାଡ଼ି ବା ଗଉଡ଼ବାଡି ଯାଦବ ସମ୍ପ୍ରଦାୟର ପରିଚାୟକ । ହଜାର ହଜାର ବର୍ଷ ଧରି ଏମାନେ ନିଜର କୂଳ ଦେବତାର ପୂଜା କରିବା ସଙ୍ଗେ ସଙ୍ଗେ ଏହାକୁ ରୀତି ନିତୀରେ ପାଳନ କରି ଆସୁଛନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ସହିତ ଏହାର ସାମଞ୍ଜସ୍ୟ ରହିଛି । କିମ୍ବଦନ୍ତୀ ଅନୁସାରେ ଶ୍ରୀକୃଷ୍ଣଚନ୍ଦ୍ର ନିଜ ଗୋପାଳ ସାଙ୍ଗମାନଙ୍କ ସହିତ ବଣକୁ ଗାଇ ଚରାଇବାକୁ ଯାଇଥିଲେ । ବଣରେ ନିଜନିଜ ଶରୀରକୁ ଚିତ୍ର ବିଚିତ୍ର କରି,ବନାବାଡ଼ି ଧରି,ବନଫୁଲରେ ସଜାଇହୋଇ ସେମାନେ ଏହି ଖେଳ ଖେଳୁଥିଲେ । କେହି କେହି ମତବ୍ୟକ୍ତ କରନ୍ତି ଯଦୁକୂଳ ବିନାଶ ହେବା ସମୟରେ କୋକୁଆ ଭୟରେ ଯାଦବମାନେ ବନରେ ନିଜ ଆତ୍ମିୟ ସୁଜନମାନଙ୍କ ସହିତ ସଂଗ୍ରାମ ଉଛହୋଇ ପ୍ରାଣତ୍ୟାଗ କରିଥିଲେ ଓ ଯଦୁବଂଶ ଧ୍ବଂସ ହୋଇଥିଲା । ସେ ଯାହାବି ହେଉ ଏକ ପ୍ରତୀକ ଧର୍ମୀ କଳାର ପ୍ରଦର୍ଶନ ପୂର୍ବକ ଢେ଼ଙ୍କାନାଳ ସଦର ବ୍ଲକ ଭାପୁର ଓ ଛଦେଶ ଅଞ୍ଚଳର ବିଭିନ୍ନ ଗାଁ ମାନଙ୍କରେ ଏହି ଖେଳ ଦେଖିବାକୁ ମିଳିଥାଏ । ଏବଂ ପ୍ରତି ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ,ନନ୍ଦଉତ୍ସବ,ଗିରିଗୋବର୍ଦ୍ଧନ ପୂଜା ଏବଂ ଦୋଳ ପୂର୍ଣ୍ଣିମା ଠାରୁ ଝାମୁଯାତ୍ରା ପର୍ଯ୍ୟନ୍ତ । ଏହି ଗୌଡବାଡି ବା ବାନାବାଡି ଖେଳ ପ୍ରଦର୍ଶିତ ହୋଇଥାଏ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ 

Sunil Chandra Nayak

ଆର ଜି ଏଚ କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲା ରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମତ୍ରୀଙ୍କୁ ବିଧାୟକ ଦୁର୍ଗା ତନ୍ତୀଙ୍କ ସ୍ମାରକପତ୍ର ପ୍ରଦାନ

masiha

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ    

masiha

Leave a Comment

error: Content is protected !!