ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ବନାବାଡି’ ହଜିଯାଉଥିବା ଏକ ପାରମ୍ପାରିକ ଲୋକ କଳା 

‘ବନାବାଡି’ ହଜିଯାଉଥିବା ଏକ ପାରମ୍ପାରିକ ଲୋକ କଳା 

ଢେ଼ଙ୍କାନାଳ (ମନିସ)30/10/25 — ବନାବାଡ଼ି’ ବା ଗୌଡବାଡି ହଜିଯାଉଥିବା ଏକ ପାରମ୍ପରିକ ଲୋକକଳା କର୍ମମୟ ଜୀବନରେ କିଛି ସମୟ ପାଇଁ ଖୁସିର ବନ୍ୟା ଆଣି ଦେଇଥାଏ କଳା । ସେ ଯେକୌଣସି କଳା ହେଉ ନା କାହିଁକି,ଅବସ ମନରେ ଖୁସିର ଜୁଆର ଆଣି ନୂତନ କର୍ମ କରିବାର ପ୍ରେରଣା ଯୋଗାଇଥାଏ କଳା । ଜୀବନ ଜୀବିକାରେ ବଞ୍ଚିରଖିବାର ପଥ ଉନ୍ମୋଚନ କରେ । ମନୋରଞ୍ଜନ ଧର୍ମୀ କଳା ତାର ପୂର୍ଣ୍ଣତା ଲାଭ କରେ କଳାକାରମାନଙ୍କୁ ନେଇ । କଳାକାରର ଅଭିନୟ,ଅଙ୍ଗଭଙ୍ଗୀ,ନୃତ୍ଯ,ଖେଳ କରିବାର ଶୈଳୀ କଳାର ଭିନ୍ନତାଙ୍କୁ ପ୍ରତିପାଦିତ କରିଥାଏ । ଢେ଼ଙ୍କାନାଳ ଜିଲ୍ଲାରେ ଭିନ୍ନ ଏକ ପାରମ୍ପରିକ କଳା ବନାବାଡ଼ି ବା ଗୌଡବାଡି । ଏହି ଲୋକ କଳାଟି ଗୌଡ଼ ସମ୍ପ୍ରଦାୟର ଏକାନ୍ତ ନିଜସ୍ଵ କହିଲେ ଚଳେ । କାଳର କଳାର ହାତରେ ଧୀରେ ଧୀରେ ଲୁପ୍ତପ୍ରାୟ ଏହି ଲୋକକଳା । ଆସନ୍ତୁ ଥରେ ନଜର ପକାଇବା ଏହି ଲୋକକଳା ଉପରେ । ବନାବାଡ଼ି ବା ଗଉଡ଼ବାଡି ଯାଦବ ସମ୍ପ୍ରଦାୟର ପରିଚାୟକ । ହଜାର ହଜାର ବର୍ଷ ଧରି ଏମାନେ ନିଜର କୂଳ ଦେବତାର ପୂଜା କରିବା ସଙ୍ଗେ ସଙ୍ଗେ ଏହାକୁ ରୀତି ନିତୀରେ ପାଳନ କରି ଆସୁଛନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ସହିତ ଏହାର ସାମଞ୍ଜସ୍ୟ ରହିଛି । କିମ୍ବଦନ୍ତୀ ଅନୁସାରେ ଶ୍ରୀକୃଷ୍ଣଚନ୍ଦ୍ର ନିଜ ଗୋପାଳ ସାଙ୍ଗମାନଙ୍କ ସହିତ ବଣକୁ ଗାଇ ଚରାଇବାକୁ ଯାଇଥିଲେ । ବଣରେ ନିଜନିଜ ଶରୀରକୁ ଚିତ୍ର ବିଚିତ୍ର କରି,ବନାବାଡ଼ି ଧରି,ବନଫୁଲରେ ସଜାଇହୋଇ ସେମାନେ ଏହି ଖେଳ ଖେଳୁଥିଲେ । କେହି କେହି ମତବ୍ୟକ୍ତ କରନ୍ତି ଯଦୁକୂଳ ବିନାଶ ହେବା ସମୟରେ କୋକୁଆ ଭୟରେ ଯାଦବମାନେ ବନରେ ନିଜ ଆତ୍ମିୟ ସୁଜନମାନଙ୍କ ସହିତ ସଂଗ୍ରାମ ଉଛହୋଇ ପ୍ରାଣତ୍ୟାଗ କରିଥିଲେ ଓ ଯଦୁବଂଶ ଧ୍ବଂସ ହୋଇଥିଲା । ସେ ଯାହାବି ହେଉ ଏକ ପ୍ରତୀକ ଧର୍ମୀ କଳାର ପ୍ରଦର୍ଶନ ପୂର୍ବକ ଢେ଼ଙ୍କାନାଳ ସଦର ବ୍ଲକ ଭାପୁର ଓ ଛଦେଶ ଅଞ୍ଚଳର ବିଭିନ୍ନ ଗାଁ ମାନଙ୍କରେ ଏହି ଖେଳ ଦେଖିବାକୁ ମିଳିଥାଏ । ଏବଂ ପ୍ରତି ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ,ନନ୍ଦଉତ୍ସବ,ଗିରିଗୋବର୍ଦ୍ଧନ ପୂଜା ଏବଂ ଦୋଳ ପୂର୍ଣ୍ଣିମା ଠାରୁ ଝାମୁଯାତ୍ରା ପର୍ଯ୍ୟନ୍ତ । ଏହି ଗୌଡବାଡି ବା ବାନାବାଡି ଖେଳ ପ୍ରଦର୍ଶିତ ହୋଇଥାଏ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋକସରା ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ପରେ ବିଦାୟ ସମ୍ବର୍ଦ୍ଧନା 

ଵିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ !କଙ୍କଡାବେଡା ଅଙ୍ଗନବାଡ଼ି କେନ୍ଦ୍ରର ଛାତ ରୁ ଗଳୁଛି ପାଣି ; ବର୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଭିଭାବକ ଛୁଆ ମାନଙ୍କୁ ଛାଡୁ ନାହାନ୍ତି 

Sunil Chandra Nayak

ଗଛରେ ପିଟିଲା ନାଇଟ କୋଚ ବସ, ୨ ଆହତ , ଅଳ୍ପକେ ବର୍ତ୍ତିଲେ ୫୦ ଜଣ ଯାତ୍ରୀ

Sunil Chandra Nayak

Leave a Comment

error: Content is protected !!