ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଇସା ଉଡୁଛି ବିଜେପି ଓ ବିଜେଡିର, ପୋଲିସ ପଶୁଛି କଂଗ୍ରେସ କାର୍ଯ୍ୟାଳୟରେ

ପଇସା ଉଡୁଛି ବିଜେପି ଓ ବିଜେଡିର, ପୋଲିସ ପଶୁଛି କଂଗ୍ରେସ କାର୍ଯ୍ୟାଳୟରେ

ନିର୍ବାଚନ ସମୟରେ ସିଇଓ ଅନ୍ୟ ଦାୟୀତ୍ୱରେ ରହିବା ଉଚିତ୍ କି ?
ଦିବ୍ୟ ଶଙ୍କର ମିଶ୍ର ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି

ନୂଆପଡ଼ା, ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ ଥିବା ଜାଣି ବିଜେପି ସରକାର କଂଗ୍ରେସ କାର୍ଯ୍ୟାଳୟରେ ପୋଲିସ ପୁରାଇ ଦଳର ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିବାକୁ କରୁଥିବା ଉଦ୍ୟମ ନିଷ୍ପଳ ହେବ ବୋଲି ପିସିସି ଗଣମାଧ୍ୟମ ବିଭାଗର ଅଧକ୍ଷ ଅରବିନ୍ଦ ଦାସ ସ୍ଥାନୀୟ ଖୁଣ୍ଟିଆ ଭାବରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଚାଲିବା ବେଳେ ଅତର୍କିତ ଭାବେ ସଦଳ ବଳେ ପୋଲିସ ପଶି ଆସିବା ନିନ୍ଦନୀୟ। ନିର୍ବାଚନ ସମୟରେ ନେତା ଓ କାର୍ଯ୍ୟକର୍ତ୍ତା ଦଳୀୟ କାର୍ଯ୍ୟାଳୟରେ ଏକାଠି ହୋଇ ରଣକୌଶଳ ପ୍ରସ୍ତୁତ କରିବା ବେନିୟମ କି ବୋଲି ସେ ପ୍ରଶ୍ନ କରିଥିଲେ। ଯଦି ଆଗଚଲା ହୋଇ ପୋଲିସ ନିଜ ତରଫରୁ ପସିଥିଲା ତେବେ ଟାଉନ ଥାନା ଅଧିକାରୀଙ୍କୁ ତୁରନ୍ତ ସସ୍ପେଣ୍ଡ କରି ବିଜେପି ଏହି ବିବାଦରୁ ନିଜକୁ ମୁକ୍ତ କରୁ ବୋଲି ସେ ଦାବି କରିଥିଲେ। ସେହିପରି, ପିସିସି ସଭାପତି ଏବଂ ତାଙ୍କ ପୁଅଙ୍କ ବିରୁଦ୍ଧରେ କୁତ୍ସାରଟନା ଓ ଅପପ୍ରଚାର କରୁଥିବା ଏକ ନିର୍ଦ୍ଧିଷ୍ଟ ୱେବ୍ ଚ୍ୟାନେଲ ବିରୁଦ୍ଧରେ ଗତ ୨୩ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଜିଲ୍ଲା କଂଗ୍ରେସ କମିଟି ମାନଙ୍କ ତରଫରୁ ଏତଲା ଦିଆଯାଇଥିଲା। ସେହିପରି, ପିସିସିର ଏକ ଆଇନଜୀବୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏ ନେଇ ଫେରାଦ ହୋଇଥିଲେ। ଏହା ସତ୍ତ୍ୱେ ଏ ଯାଏ କାର୍ଯ୍ୟାନୁଷ୍ଠାନ ହୋଇନାହିଁ କାହିଁକି ? ଅନ୍ୟପକ୍ଷରେ ନିର୍ବାଚନ ସମୟରେ ଦକ୍ଷିଣ ପଶିମାଞ୍ଚଳ ଆଇଜିଙ୍କୁ ଛୁଟିରେ ଯିବା ପାଇଁ କହି ଉତ୍ତରାଞ୍ଚଳର ବିବାଦୀୟ ଆଇଜି ହିମାଂଶୁ ଲାଲଙ୍କୁ ଅତିରିକ୍ତ ଦାୟୀତ୍ବ କାହା ସ୍ୱାର୍ଥରେ ବୋଲି ସେ ପ୍ରଶ୍ନ କରିଥିଲେ। 

ପିସିସି ମୁଖପାତ୍ର ବିଭୂତି ଭୂଷଣ ମହାପାତ୍ର କହିଥିଲେ, ନୂଆପଡ଼ାରେ ଉପ-ନିର୍ବାଚନ ଥିବା ବେଳେ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍‌.ଏସ୍‌. ଗୋପାଳନ, ଯିଏକି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିସନର ତଥା ଶାସନ ସଚିବ ଦାୟିତ୍ୱରେ ଅଛନ୍ତି, ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରି ନୂଆପଡ଼ା ସମେତ ୩୦ଟି ଜିଲ୍ଲା ପାଇଁ ଭିନ୍ନକ୍ଷମ ଲୋକଙ୍କ ସରଞ୍ଜାମ କିଣା ପାଇଁ ପ୍ରାୟ ୩୦ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଅକ୍ଟୋବର ୧୩ ଦିନ ଆହ୍ୱାନ କରିଛନ୍ତି | ଶେଷ ତାରିଖ ରହିଛି ଅକ୍ଟୋବର ୩୧ | ଏହା ନୂଆପଡ଼ାର ୨୦,୦୦୦ ଭିନ୍ନକ୍ଷମ ଭୋଟରଙ୍କୁ ପ୍ରଭାବିତ ନିଶ୍ଚିତ କରିବ | ଟେଣ୍ଡର କମିଟିର ସେ ବି ମୁଖ୍ୟ ଅଛନ୍ତି | ଗୋପାଳନ ଦୁଇଟି ଦାୟିତ୍ୱରେ ରହିବା କଥା ବି ଏକ ବେନିୟମ | ଲୋକଙ୍କ ସରକାର ଏଥିପ୍ରତି ଧ୍ୟାନ ଦେଇ ତାଙ୍କୁ ଶାସନ ସଚିବ ପଦରୁ ଅପସାରଣ ନକରିବା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି |

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜୀବ ପଟ୍ଟନାୟକ କହିଥିଲେ, ପିସିସି ସଭାପତିଙ୍କ ବିରୋଧରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଦେଇଥିବା ଅରୁଚିକର ମନ୍ତବ୍ୟ ହାସ୍ୟାସ୍ପଦ ଓ ନିନ୍ଦନୀୟ। ଏହା ଔଷଧ ବିକଳରେ ତାଟିଆ କାମୁଡିବା ଛଡା ଆଉ କିଛି ନୁହେଁ। ବିଜେଡି ଭାଙ୍ଗି ଯାଉଥିବା ଦେଖି ଆଗୁଆ ବିଜେପିକୁ ଖୁସି କରିବା ପାଇଁ ସେ ଏପରି ହିନ ରାଜନୈତିକ କୌଶଳ ଆପଣାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ନୂଆପଡ଼ା ଡିସିସି ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମୀଳନୀରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ହମିଦ ହୁସେନ ଓ ଟିଟିଲାଗଡ କଂଗେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

 

Related posts

ଜିଲ୍ଲା ବିଜେଡି ଦଳର ମହିଳା ସଙ୍ଘଠାନିକ ବୈଠକ ଅନୁଷ୍ଠିତ 

masiha

ଶୈଖିକ ବାତାବରଣକୁ ନଷ୍ଟ କରୁଛି ଏଭିବିପି 

masiha

ନୂତନ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ନୂତନ ମଣ୍ଡଳ ସଭାପତି ଓ ଜିଲ୍ଳା ପ୍ରତିନିଧି ରାଜ୍ୟ ପରିଷଦ ସଦସ୍ୟଙ୍କୁ ସମ୍ବର୍ଦ୍ଧିନା

masiha

Leave a Comment

error: Content is protected !!