ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ 

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ 

ନବରଙ୍ଗପୁର:( ତା ୩୦.୧୦.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆରକ୍ଷୀ ଅଧିକ୍ଷକ ମଡ଼କର ସନ୍ଦୀପ ସମ୍ପଦ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର ପଣ୍ଡା ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଜୀତେନ୍ଦ୍ର କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଆର୍ ଟି ଓ ଜୀତେନ୍ଦ୍ର ଭୋଇ ଏଯେଣ୍ଡା ଅନୁଯାୟୀ ସଭାକୁ ପରିଚାଳନା କରିଥିଲେ।ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ନଭେମ୍ବର ୧ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ର ବିଭିନ୍ନ କାର୍ଯ୍ୟକ୍ରମ ଅନୁସାରେ “ଶୁନ ଦୁର୍ଘଟଣା ମୃତ୍ୟୁହାର ପକ୍ଷ” ପାଳନ କରାଯିବ।ଜିଲ୍ଲାରେ ମଦ ପିଇ ଗାଡ଼ି ଚଳାଇବା,ହେଲମେଟ ଓ ସିଟ୍ ବେଲ୍ଟ ନ ପିନ୍ଧି ଗାଡ଼ି ଚଳାଇବା,ବିନା ଲାଇସେନ୍ସ ରେ ଗାଡି ଚଳାଇବା, ମାଲବାହୀ ଯାନ ରେ ଯାତ୍ରୀ ନେବା, ଦୃତ ବେଗରେ ଗାଡ଼ି ଚଳାଇବା , ଟ୍ରାଫିକ ଉଲ୍ଲଘଂନ,ବେଆଇନ୍ ପାର୍କିଂକୁ ଦୃଢ ହସ୍ତ ରେ ଦମନ କରାଯିବ , ଫାଇନ ସହ ଡ୍ରାଇଭିଂ ଲାଇସେନ୍ସ ରୁଦ୍ଧ କରାଯିବ।ଶୁନ ଦୁର୍ଘଟଣା ମୃତ୍ୟୁହାର ରୋକିବା ନିମନ୍ତେ ପରିବହନ,ପୋଲିସ, ସ୍ଵାସ୍ଥ୍ୟ,ଜାତୀୟ ରାଜପଥ,ରାସ୍ତା ଓ ଗୃହ ନିର୍ମାଣ,ଶିକ୍ଷା,ନଗର ଉନ୍ନୟନ ବିଭାଗ, ଓ ଏସ ଆର୍ ଟି ସି ମିଳିତ ଭାବରେ କାର୍ଯ୍ୟ କରିବେ। ଜାତୀୟ ଓ ରାଜ୍ୟ ରାଜପଥ ରୁ ବୁଲା ଗାଈ ଗୋରୁ ଆଦିଙ୍କୁ ହଟାଇବା ପାଇଁ ନିର୍ବାହୀ ଅଧିକାରୀ ,ପୌରପାଳିକା ନବରଙ୍ଗପୁରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଜାତୀୟ ରାଜପଥରେ ବେଆଇନ୍ ଭାବେ ପାର୍କିଂ କରିଥିବା ଗାଡ଼ିକୁ ଫାଇନ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆର୍ ଟି ଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଭ୍ୟ, ଆର୍ ଏଣ୍ଡ ବି, ଏନ୍ ଏଚ ର ନିର୍ବାହୀ ଯନ୍ତ୍ରୀ,ଡି ଆଇ ପି ଆର୍ ଓ,ନିର୍ବାହୀ ଅଧିକାରୀ, ପୌରପାଳିକା ,ଘରୋଇ ବସ୍ ମାଲିକ ସଂଘ ଓ ଟ୍ରକ ମାଲିକ ସଂଘର କର୍ମକର୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅବ୍ୟବସ୍ଥା ମଧ୍ୟରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର 

masiha

ରାଇରଙ୍ଗପୁର ଓକିଲ ସଂଘ ସଭାପତି ଭାବେ ୫ମ ଥର ପାଇଁ ଅକ୍ଷୟ ମହାନ୍ତି

Sunil Chandra Nayak

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ 

masiha

Leave a Comment

error: Content is protected !!