ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମୁସଲିମ ଜମାତ୍ ଓ ମସଜିଦ ଏ ତାଜୁଶ୍ଶରିୟା ପକ୍ଷରୁ ସ୍ୱାଧୀନତା ଦିବସ

ଧର୍ମଗଡ଼ ମୁସଲିମ ଜମାତ୍ ଓ ମସଜିଦ ଏ ତାଜୁଶ୍ଶରିୟା ପକ୍ଷରୁ ସ୍ୱାଧୀନତା ଦିବସ

ଧର୍ମଗଡ଼ ମୁସଲିମ ଜମାତ୍ ଓ ମସଜିଦ ଏ ତାଜୁଶ୍ଶରିୟା ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ କାଶିବାହାଲସ୍ଥିତ ମସଜିଦ ପ୍ରାଙ୍ଗଣରେ ହର୍ଷ ଉଲ୍ଲାସ ସହ ପାଳିତ ହୋଇଯାଇଛି।

ରାଷ୍ଟ୍ରୀୟ ଧ୍ୱଜ ତ୍ରିରଙ୍ଗା ର ଧ୍ୱଜାରୋହଣ ଜମାତ୍ ର ମୌଲାନା ଖୁରସିଦ୍ ସିଦ୍ଦିକି ଦ୍ୱାରା କରାଗଲା ଓ ଉପସ୍ଥିତ ସମସ୍ତ ମୁସଲିମ ଭାଇ ଓ ବାଳକ ବାଳିକା ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ଜମାତ ର ସଭାପତି ଜନାବ ରଫିଉଦ୍ଦିନ୍ ଖାନ୍ , ଭାରତ ବର୍ଷର ସ୍ୱତନ୍ତ୍ରତା ଆନ୍ଦୋଳନରେ ମୁସଲିମ ମାନଙ୍କ ଅଦ୍ଭୁତପୂର୍ବ ,ସାହସିକ ,ନିର୍ଭୀକ ଓ ସହାଦତ୍ କୁ ମନେ ପକାଇ ମୁସଲିମ ସହିଦ ଙ୍କ ତ୍ୟାଗ କୁ ବେମିସାଲ୍ ଆଖ୍ୟା ଦେଇ ଥିଲେ।ଦେଶ ର ରାଷ୍ଟ୍ରହିତରେ ଅଖଣ୍ଡତା , ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ସମସ୍ତଙ୍କୁ ଅପିଲ କରିଥିଲେ ଓ ସଦୈଵ ତତ୍ପରତା ସହିତ ଅଂଶ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଧର୍ମଗଡ ଜାଗୃତି ଗୃହ-୨ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

masiha

ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରଧାନଶିକ୍ଷିକା ସଂଯୁକ୍ତାରାଣୀ ନାୟକଙ୍କୁ ରାଜ୍ୟ ଶିକ୍ଷକ ସମ୍ମାନ ପ୍ରଦାନ 

Sunil Chandra Nayak

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରଙ୍କ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର ପରିଦର୍ଶନ ସହ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ

masiha

Leave a Comment

error: Content is protected !!