ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ଘୋଡ଼ା ବନ୍ଧ ଗ୍ରାମପଞ୍ଚାୟତ ଯୋଡାବନ୍ଧ ଗ୍ରାମରେ ପୂଜା ପାଉଛନ୍ତି ଦେବ ଦେବ ମହାଦେବ ଶିବଶମ୍ଭୁ। ଏହି ଗ୍ରାମଦେଇ ବୋହିଯାଇ ଥିବା ସାନ୍ଦୁଲ ନଦୀ ଉପକଣ୍ଠରେ ପ୍ରାକୃତିକ ପରିବେଷ୍ଠିତ ପ୍ରସସ୍ଥ ଶିଳା ଖଣ୍ଡ ଉପରେ ଏକ ଅସ୍ଥାୟୀ ଶିବ ମନ୍ଦିର ରହିଛି ଏବଂ ଆଜକୁ ପ୍ରାୟ ୨୫ ବର୍ଷ ହେବ ଏହି ପୀଠରେ ଶୀତଳଷଷ୍ଠୀ, ଶିବ ବିବାହ ଓ ନାଗ ଚତୁର୍ଥୀ ବର୍ଷକୁ ଦୁଇଥର ଭବ୍ୟ ମେଳା ହୋଇ ଶହ ଶହ ଭକ୍ତଙ୍କ ସମାଗମ ହୋଇଥାଏ। ବୋଲବମ୍ ଠାରୁ ଆରମ୍ଭ କରି ମାନସିକ ନାରୀ ଭକ୍ତମାନଙ୍କ ସମାଗମ ହୋଇଥାଏ। ଏହା ପୂର୍ବରୁ ପ୍ରାୟ ୨୦୦ ବର୍ଷ ତଳେ ମହିମା ଧର୍ମାବଲମ୍ବୀ ସ୍ୱର୍ଗତ ପ୍ରଧାନ ଏବଂ ସୁଦର୍ଶନ ବାବା ମଧ୍ୟ ୨୫ ବର୍ଷ ପୂର୍ବେ ଯାଗଯଜ୍ଞ ହରିନାମ କରି ପୀଠର ମାହାତ୍ମ୍ୟ ବଢାଇ ଥିଲେ। କିନ୍ତୁ ଏହି ଶୈବପୀଠରେ ଶିବ ମନ୍ଦିର ନିର୍ମାଣ ପାଇଁ ଯୋଜନା ଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ ସଫଳ ହୋଇ ନାହିଁ। ଏବେ ଅନେକ ଶୈବ ଭକ୍ତଙ୍କ ଇଚ୍ଛାକୁ ପୂରଣ ଏବଂ ତାଙ୍କର ଆର୍ଥିକ ସାହାଯ୍ୟ ଅକୁଣ୍ଠ ଦାନକୁ ଅନାଦର ନ କରି ଶୈବପୀଠ ନିର୍ମାଣ ପାଇଁ କନ୍ଧ ସଂସ୍କୃତି ଗବେଷକ ଶ୍ରୀ ମେଦିନୀଧର ଜାନୀଙ୍କ ଆହ୍ୱାନ କ୍ରମେ ଶିବ ମନ୍ଦିର ନିର୍ମାଣ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ବରିଷ୍ଠ ରାଜନୈତିକ ହଳଦିଆ ମୈଥିଳୀ ସମାଜର ଜିଲ୍ଲା ସଭାପତି ଶ୍ରୀ ନୀଳମଣି ସାହୁଙ୍କୁ ସଭାପତି ପଦରେ ଅଳଙ୍କୃତ କରାଯାଇ ସଭା କାର୍ଯ୍ୟ ହୋଇଥିଲା।ଦୀପ ପୂଜନ ଏବଂ ଶିବନାମ ଜପ ପରେ ଶ୍ରୀ ଜାନୀ ସମ୍ବୋଧିତ କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଉମାଶଙ୍କର ପ୍ରଧାନ ଶୈବପୀଠ ନିର୍ମାଣ ଖର୍ଚ୍ଚ ବହନ କରିବେ ବୋଲି ମୁକ୍ତ କଣ୍ଠରେ ଘୋଷଣା କରିଥିଲେ। ଶ୍ରୀ ସାହୁ ମହୋଦୟ ଯେ କୈାଣସି ଠାରୁ ପାଞ୍ଚ ଲକ୍ଷ ଟଙ୍କା ମନ୍ଦିର ନିର୍ମାଣ ପାଇଁ ଦିଆଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କୁଲୁତା ସମାଜର ଆଞ୍ଚଳିକ ସଭାପତି ଶ୍ରୀ ଦେଶରାଜ ଗଡତିଆ ନିଜ ଶକ୍ତି ସାମର୍ଥ୍ୟକୁ ନେଇ ଦାନ କରିବେ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂଜକ ବୃଷକେତୁ ସାହୁ,ଜଗଦିଶ ଗଡତିଆ, ଦୁର୍ଯୋଧନ ଗଡତିଆ,କ୍ଷମାନିଧି ନାଗ,ହନୁ କୁମାର, ସାମ୍ବାଦିକ ଖଗେଶ୍ବର କୁମାର,ନୂପରାଜ ଜାନୀ ପରିବେଶକୁ ସରସ ସୁନ୍ଦର କରାଯିବ ବୋଲି ମତପୋଷଣ କରିଥିଲେ। ଏଥିରେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇଛି। ଶେଷରେ ହୃଷିକେଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

କାଳୀକୃଷ୍ଣ ସଂଘର ମହାବିଷ୍ଣୁଯଜ୍ଞ ଉଦଯାପିତ ଯଜ୍ଞ ଦ୍ୱାରା ସୃଷ୍ଟି,,ବୃଷ୍ଟି ଓ ଆଧ୍ୟାତ୍ମିକ ଶାନ୍ତି ପ୍ରାପ୍ତି ହୋଇଥାଏ

Sunil Chandra Nayak

ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ

masiha

ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବନ୍ଦେ ମାତରଂ

Sunil Chandra Nayak

Leave a Comment

error: Content is protected !!