ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଆରଏସ ଙ୍କ ବଦଳି ହେଲା ପରେ ମଧ୍ୟ ଛାଡିପାରୁନି ପଞ୍ଚାୟତର ମୋହ

ମାନଝରି ପଞ୍ଚାୟତରେ ୧୭ ରୁ ଉର୍ଦ୍ଧ୍ବ ବର୍ଷ ହେଲା ଛାଡି ପାରୁନାହାନ୍ତି ଜିଆରଏସ 

ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀଙ୍କ ନାମ ନେଇ ,ବିନା ସୂଚନା ଫଳକରେ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମନରେଗା କାମ 

ଗୋଳାମୁଣ୍ଡା ତା ୬/୨/ମସିହା/ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଅରାଜକତା ଚାଲୁଥିବା ଦେଖିବାକୁ ମିଳିଛି । କଥାରେ ଆଛି କଳାହାଣ୍ଡିଆ ଭାଷାରେ ଠକଭଣ୍ଡ ଜାହାର, କଳାହାଣ୍ଡି ତାହାର । ସେହିଭଳି ଭାବରେ ଜଣେ ଗ୍ରାମ ରୋଜଗାର ସେବକ ବଦଳି ପରେ ମଧ୍ୟ ମୋହ ଛାଡ଼ୁନି । ଅନ୍ୟ ପଞ୍ଚାୟତକୁ ବଦଳି ହୋଇ ଏକମାସ ବିତିଲାଣି ହେଲେ ତାଙ୍କ ସ୍ଥାନରେ ଆସିଥିବା ଜିଆରଏସକୁ ଦାୟିତ୍ୱ ନ ଦେଇ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀଙ୍କ ନାମ ନେଇ ନିଜେ ଠିକାଦାର ସାଜି ଲକ୍ଷ ଲକ୍ଷ ଟଙ୍କାର ମନରେଗା କାମ କରୁଛନ୍ତି କୋଟିପତି ଜିଆଆରଏସ । ପଞ୍ଚାୟତ ପ୍ରତିନିଧି ମାନଙ୍କୁ କ୍ରିମ ଖୁଆଇ ନିଜେ ମହୁ ଖାଉଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ତାଙ୍କ ସ୍ଥାନରେ ଆସିଥିବା ଜିଆରଏସ ଏବେ ଜଳକା ହୋଇ ଚାହିଁ ରହିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମାନଝରି ପଞ୍ଚାୟତରେ ଅନେକ ଲୋକେ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଏହି ପଞ୍ଚାୟତରେ କୋଟି କୋଟି ଟଙ୍କାର ମନରେଗା ଯୋଜନାରେ କାମ ହେଉଥିବା ଦେଖିବାକୁ ମିଳିଛି । ଗତ ଡିସେମ୍ବର ୧୬ ତାରିଖରେ ଚିଠି ନମ୍ବର ୫୫୧୫ରେ ଗୋଲାମୁଣ୍ଡା ବ୍ଲକର ୯ ଜଣ ଜିଆରଏସଙ୍କୁ ଅନ୍ୟ ଅନ୍ୟ ପଞ୍ଚାୟତକୁ ବଦଳି କରାଯାଇଥିଲା । ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ୍ବ ଦିନ ରହିଲା ପରେ ସେହି ଅନୁଯାୟୀ ମାନଝରି ପଞ୍ଚାୟତର ଗ୍ରାମରୋଜଗାର ସେବକ ରୋମାଞ୍ଚଲ ତେଜିଙ୍କୁ ଚପ୍ରିଆ ପଞ୍ଚାୟତକୁ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ନୂଆ ଜିଆରଏସ ସୀମାଞ୍ଚଳ ସୁନାନୀକୁ ମାନଝରି ପଞ୍ଚାୟତର ଦାୟିତ୍ୱ ପ୍ରଦାନ କରାଗଲା । ଜିଆରଏସଙ୍କ ବଦଳିକୁ ଏକମାସ ବିତିଯାଇଥିଲେ ସୁଦ୍ଧା ରୋମାଞ୍ଚଳ ତେଜିଙ୍କ ଏପର୍ଯ୍ୟନ୍ତ ମାନଝରି ପଞ୍ଚାୟତର ମୋହ ଛାଡି ପାରୁନାହିଁ । ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନା ନେଇ ମନରେଗା ଯୋଜନାରେ ଆସୁଥିବା ସମସ୍ତ କାମ ସେ ନିଜେ କରୁଛନ୍ତି । ସରକାରୀ ନିୟମ ଅନୁସାରେ ଯେଉଁ ସରକାରୀ କର୍ମଚାରୀ ବଦଳି ହେଲେ ସେହି ଦିନ ଠାରୁ ତାଙ୍କ ସ୍ଥାନରେ ଆସିଥିବା କର୍ମଚାରୀଙ୍କୁ ସାଧାରଣତ ଦାୟିତ୍ୱ ପ୍ରଦାନ କରାଯାଇଥାଏ । କିନ୍ତୁ ଏହି କ୍ଷେତ୍ରରେ ଅଲଗା ଦେଖା ଦେଇଛି । ସୂତ୍ର ଅନୁସାରେ ଏହି ପଞ୍ଚାୟତରେ ୨୬ ଟି ଫାଇଲ ଖୋଲି ଠିକାଦାର ସାଜି ଲକ୍ଷ ଲକ୍ଷ ଟଙ୍କାର କାମ କରୁଥିବା ବେଳେ ଗୋଟିଏ କାମରେ ମଧ୍ୟ ସୂଚନାବୋର୍ଡ ନାହିଁ । ଗୋଟିଏ ପଟେ ବଦଳି ହୋଇଯାଇଥିବା ଚପ୍ରିଆ ପଞ୍ଚାୟତ ଓ ଅନ୍ୟ ପଟେ ମାନଝରି ପଞ୍ଚାୟତରେ ନିଜର ଏଭଳି ଦୌରମ୍ୟ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି । ଆଜି ପର୍ଯ୍ୟନ୍ତ ନୂଆ ଜିଆରଏସଙ୍କୁ ପୂର୍ଣ୍ଣ ମାତ୍ରାରେ ଦାୟିତ୍ୱ ହସ୍ତାନ୍ତର କରାଯାଇନାହିଁ । ଏହି ପଞ୍ଚାୟତର ପ୍ରତିନିଧି ମାନେ ମଧ୍ୟ କିଛି ଟଙ୍କା ଲାଳସାରେ ଜିଆରଏସ ବିରୋଧରେ ମୁହଁ ଖୋଲୁ ନାହାନ୍ତି । ବଦଳିର ଏକ ମାସରୁ ଉର୍ଦ୍ଧ୍ବ ଦିନ ବିତିଗଲା ହେଲେ ପଞ୍ଚାୟତର ମୋହ ଛାଡି ପାରୁନାହାନ୍ତି ପୂର୍ବ ଜିଆରଏସ । ଗୋଟିଏ ପଟେ ସରପଞ୍ଚ ମଧ୍ୟ କଳାହାଣ୍ଡି ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଓ ବିଡ଼ିଓ ଜିଆରଏସଙ୍କୁ ରଖିଥିବା କହୁଥିବା ବେଳେ ଅନ୍ୟପଟେ ସରପଞ୍ଚ ନିଜେ ରଖିଥିବା ନେଇ ବିଡ଼ିଓ କହିଛନ୍ତି । ଏହି ପୂର୍ବ ଜିଆରଏସ କେବେ ଛାଡିବେ ମାନଝରି ପଞ୍ଚାୟତର ମୋହ, କେବେ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସାଇକେଲକୁ ଧକ୍କା ଦେଲା ବାଇକ 3 ଗୁରୁତର

Sunil Chandra Nayak

ଭୁବନ ଅଞ୍ଚଳର ବିକାଶରେ ବାଧକ ସାଜୁଛି ଜବରଦଖଲ

Sunil Chandra Nayak

ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!