ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମଦିନରେ ରକ୍ତଦାନ : ଯୁବ ଶିକ୍ଷାବିତ୍ ଜିତେନ୍ଦ୍ର ସାହୁଙ୍କ ନିଆରା ପ୍ରୟାସ

ଜନ୍ମଦିନରେ ରକ୍ତଦାନ : ଯୁବ ଶିକ୍ଷାବିତ୍ ଜିତେନ୍ଦ୍ର ସାହୁଙ୍କ ନିଆରା ପ୍ରୟାସ

ନର୍ଲା, ୩୦।୧୦: ଆଜିର ଦୁନିଆରେ ଲୋକେ କେକ୍ କାଟି, ଭୋଜିଭାତ କରି ସାଙ୍ଗସାଥୀଙ୍କ ଗହଣରେ ଜନ୍ମଦିନ ମନାଇବାକୁ ପସନ୍ଦ କରୁଥିବା ବେଳେ ଜଣେ ଯୁବ ଶିକ୍ଷାବିତ୍ ସମାଜସେବା ମାଧ୍ୟମରେ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବଲବସପୁର ଗ୍ରାମର ଜିତେନ୍ଦ୍ର କୁମାର ସାହୁ। ସଂପ୍ରତି ସରିଆଁ ସିଆରସିସି ଭାବେ କାର୍ଯ୍ୟରତ ଜିତେନ୍ଦ୍ର ଗୁରୁବାର ନିଜ ଜନ୍ମଦିନରେ ନିଃସ୍ୱାର୍ଥ ଭାବରେ ରକ୍ତଦାନ କରି ଜଣେ ଅସହାୟର ଜୀବନ ରକ୍ଷା କରି ଯୁବପିଢ଼ି ମଧ୍ୟରେ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ବିଗତ କିଛିବର୍ଷ ଧରି ସେ ନିଜ ଜନ୍ମଦିନରେ ରକ୍ତଦାନ କରିଆସୁଛନ୍ତି। କେବଳ ଜନ୍ମଦିନ ନୁହେଁ, ଅନ୍ୟ ସମୟରେ ମଧ୍ୟ ସେ ରକ୍ତଦାନ କରିବାକୁ ସଦା ତତ୍ପର ରହିଥାନ୍ତି। ମାନବ ସେବା ହିଁ ମାଧବ ସେବା ନୀତିକୁ ଗ୍ରହଣ କରି ସେ ଅନ୍ୟମାନଙ୍କୁ ମଧ୍ୟ ସେ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରିଥାନ୍ତି। ତାଙ୍କ ମତରେ, ରକ୍ତଦାନ କରିବାକୁ କେବେ ସୁଯୋଗ ନ ମିଳିଲେ ମଧ୍ୟ ବର୍ଷକୁ ଅନ୍ତତଃ ଥରେ ନିଜ ଜନ୍ମଦିନରେ ରକ୍ତଦାନ କରିବା ଉଚିତ। ଏହା କେବଳ ପରୋପକାର ନୁହେଁ, ନିଜ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଶ୍ରୀ ସାହୁଙ୍କ ଏହି ନିଃସ୍ୱାର୍ଥ ସେବା ଓ ସମାଜ ପ୍ରତି ତାଙ୍କର ଅଭିନବ ଚିନ୍ତାଧାରାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବାମନଘାଟୀ ସାଂସ୍କୃତିକ ପରିଷଦ, ସମାଜ ପାଠକ ମଞ୍ଚ, ସେବାସ୍ତମ୍ଭ ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସ ଜୟନ୍ତୀ ପାଳିତ

masiha

ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଶଙ୍ଖ କ୍ଷେତ୍ର ଆୱାର୍ଡ଼ ରେ ସମ୍ମାନିତ ହେଲେ ଥୁଆମୁଳ ରାମପୁର ବ୍ଲକର କଳାକାର ଲମ୍ବୋଦର ନାଏକ 

କେଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!