ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଙ୍ଗୁଇନ ଖଣି କମ୍ପାନୀର ରାଇକଳା (କୋଇଡା) ଖଣି ଠିକାଦାର ମାନଙ୍କ ଦ୍ବାରା ଶ୍ରମିକ ଶୋଷଣ ଓ ତ୍ରିପାକ୍ଷୀୟ ଚୁକ୍ତିନାମା ଲାଗୁ ନ କରିବା ପ୍ରତିବାଦରେ କେନ୍ଦ୍ରୀୟ ଆଂଚଳିକ ଶ୍ରମ କମିଶନର, ସେକ୍ଟର-୫ , ରାଉରକେଲା କାର୍ଯ୍ୟାଳୟରେ ଏଆଇଟିୟୁସିର ଧାରଣା

ପେଙ୍ଗୁଇନ ଖଣି କମ୍ପାନୀର ରାଇକଳା (କୋଇଡା) ଖଣି ଠିକାଦାର ମାନଙ୍କ ଦ୍ବାରା ଶ୍ରମିକ ଶୋଷଣ ଓ ତ୍ରିପାକ୍ଷୀୟ ଚୁକ୍ତିନାମା ଲାଗୁ ନ କରିବା ପ୍ରତିବାଦରେ କେନ୍ଦ୍ରୀୟ ଆଂଚଳିକ ଶ୍ରମ କମିଶନର, ସେକ୍ଟର-୫ , ରାଉରକେଲା କାର୍ଯ୍ୟାଳୟରେ ଏଆଇଟିୟୁସିର ଧାରଣା

ରାଉରକେଲା : କୋଇଡା ବ୍ଲକ ଅଧିନସ୍ଥ ପେଙ୍ଗୁଇନ୍ ଟ୍ରେଡିଙ୍ଗ୍ ଏଣ୍ଡ ଏଜେନ୍ସି ଲିଃ ର ଟଣ୍ଟ୍ରା ଓ ରାଇକଳା ଲୌହ ଖଣିର ୨୦୦ରୁ ଅଧିକ ଶ୍ରମିକ ଟ୍ରେଡ୍ ୟୁନିୟନ ଆଇନ-୧୯୨୬ ଅନୁସାରେ ଏଆଇଟିୟୁସି ସହ ବନ୍ଧିତ ୟୁନିୟନ “ ସୁନ୍ଦରଗଡ ଏଣ୍ଡ କେନ୍ଦୁଝର ଡିଷ୍ଟ୍ରିକ୍ଟ ମଜଦୁର ୟୁନିୟନ” ର ସଭାପଦ ଗ୍ରହଣ କରି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ। ୟୁନିୟନ ତରଫରୁ ଏକ ଦାବିପତ୍ର କଂପାନୀର ବିଭିନ୍ନ ଠିକାଦାର ମାନଙ୍କୁ ଦିଆଯିବା ସହ କେନ୍ଦ୍ରୀୟ ରିଜିଓନାଲ ଲେବର କମିଶନର, ଭାରତ ସରକାର, ରାଉରକେଲାଙ୍କ ନିକଟକୁ ମଧ୍ୟ ପଠା ଯାଇଥିଲା। ଲେବର କମିଶନର ଏହି ଦାବିପତ୍ର ପାଇବା ପରେ କମ୍ପାନୀ ଓ ୟୁନିୟନକୁ ଆଲୋଚନା ପାଇଁ ଡାକିଥିଲେ। ବିଭିନ୍ନ ତାରିଖରେ ଏହି ଦାବି ଉପରେ ଆଲୋଚନା ହେବା ପରେ ଗତ ୨୯.୦୭.୨୦୨୪ ତାରିଖରେ ଏକ ତ୍ରିପାକ୍ଷୀୟ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଜନୈକ ଠିକାଦାର ନାରାୟଣୀ ମିନେରାଲ୍ସ ଦ୍ବାରା ବେଆଇନ ଭାବେ ବଦଳି କରା ଯାଇଥିବା ଦୁଇ ଜଣ ଶ୍ରମିକଙ୍କ ବଦଳି ବାତିଲ କରି ସେମାନଙ୍କୁ ସଂପୃକ୍ତ ଖଣିରେ କାର୍ଯ୍ୟ ଦେବା, ସମସ୍ତ ଶ୍ରମିକ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବା, ବିନା ଲାଭ ଓ ବିନା କ୍ଷତିରେ କ୍ୟାଣ୍ଟିନ୍ ବ୍ୟବସ୍ଥା କରିବା ଓ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରିବା, ସମସ୍ତ ଶ୍ରମିକଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦେବା, ଦୀର୍ଘ ଦିନ ଧରି କାର୍ଯ୍ୟରତ ଶ୍ରମିକ ମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ଦେବା ଓ ଆବଶ୍ୟକ ଅନୁସାରେ ପ୍ରମୋସନ କରିବା ଇତ୍ୟାଦି ଦାବି ଉପରେ ସହମତି ପ୍ରକାଶ ପାଇ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। 

କିନ୍ତୁ ଏହା ମଧ୍ୟରେ ୯ ମାସ ବିତି ଯାଇଥିଲେ ମଧ୍ୟ କମ୍ପାନୀ ଓ ସଂପୃକ୍ତ ଠିକାଦାର ମାନେ ଏହି ଚୁକ୍ତିନାମା ଲାଗୁ କରିବାରେ ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି। କମ୍ପାନୀର ଏହି ଅବହେଳା ବିରୁଦ୍ଧରେ ଶ୍ରମ କମିଶନରଙ୍କୁ ବାରମ୍ବାର ପତ୍ର ଲେଖିଲେ ମଧ୍ୟ ଏହାର କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ୟୁନିୟନ ତରଫରୁ , କେନ୍ଦ୍ରୀୟ ଆଂଚଳିକ ଶ୍ରମ କମିଶନର କାର୍ଯ୍ୟାଳୟ, ସେକ୍ଟର-୫, ରାଉରକେଲା ଠାରେ ଆଜି ଏପ୍ରିଲ ୨୪ ତାରିଖ, ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆ ଯାଇଛି। ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ। ଏଆଇଟିୟୁସିର ରାଜ୍ୟ ସଭାପତି ସାଥୀ ଅଶୋକ ଦାଶ, ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ୟୁନିୟନର ସାଧାରଣ ସମ୍ପାଦକ ସାଥୀ ମହେଶ୍ବର ରାଉତ, ସୁନ୍ଦରଗଡ ଜିଲ୍ଲା ସାଧାରଣ ସମ୍ପାଦକ ସାଥୀ ସଦାନନ୍ଦ ସାହୁ, ଜିଲ୍ଲା ସଭାପତି ସାଥୀ ପ୍ରଦୋଷ ମହାନ୍ତି, ସାଥୀ ସୁଶାନ୍ତ ଲେଙ୍କା, ପିସି ପଟ୍ଟନାୟକ, ଜନ୍ ଆୟୁବ୍ ଜୋଜୋ, ପ୍ରମୋଦ ବେହେରା ପ୍ରମୁଖ ଏହି ଧାରଣାର ନେତୃତ୍ବ ନେଉଥିବା ବେଳେ ଦୁଇଶହରୁ ଉର୍ଦ୍ଧ୍ବ ଖଣି ଶ୍ରମିକ ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲୁହାଶିଳା ପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ କାର୍ଯ୍ୟକ୍ରମରେ ଆମ ବ୍ୟାଙ୍କ ଉଦଘାଟିତ

masiha

ପରିବେଶକୁ ସରସ ସୁନ୍ଦର ଓ ସବୁଜିମା ଲକ୍ଷ୍ୟରେ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ 

masiha

ଚନ୍ଦ୍ରଯାନ -୩ ଅନ୍ୟତମ ମଙ୍ଗୁଆଳ ଭୁବନ ମାଟିର ଡ.ଶରତ ଦାଶ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା

masiha

Leave a Comment

error: Content is protected !!