ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହାଟବାଦଡା ପଞ୍ଚାୟତର ସରପଞ୍ଚକୁ ‘ ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ’ ଦ୍ଵାରା ସମ୍ବର୍ଦ୍ଧିତ , ପୁରସ୍କୃତ ଓ ସମ୍ମାନୀତ 

ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହାଟବାଦଡା ପଞ୍ଚାୟତର ସରପଞ୍ଚକୁ ‘ ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ’ ଦ୍ଵାରା ସମ୍ବର୍ଦ୍ଧିତ , ପୁରସ୍କୃତ ଓ ସମ୍ମାନୀତ 

ମୟୂରଭଞ୍ଜ-୨୪/୦୪ // ଓଡ଼ିଶାର ସର୍ବ ବୃହତ୍ତମ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କୁସୁମି ବ୍ଳକର ହାଟବାଦଡା ପଞ୍ଚାୟତ ସାରା ଭାରତରେ ଭାରତ ସରକାରଙ୍କ ଦ୍ୱାରା ଆତ୍ମନିର୍ଭର ହାଟ ହିସାବରେ ଦିତୀୟ ସ୍ଥାନ ଭାବେ ଚୟନ ହୋଇଥିଲା ।ଏହାର ଆର୍ଥିକ ବାର୍ଷିକ ଆୟ ୯୨ ଲକ୍ଷ ୩୬ ହଜାର୭୧୮ ଟଙ୍କା ।ଏହି ଅର୍ଥରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାମ କରି ଏକ ଶ୍ରେଷ୍ଠ ,ସ୍ବଛ, ଆତ୍ମନିର୍ଭର ପଞ୍ଚାୟତ କରି ପାରିଛି । ଏଥିରେ ସମସ୍ତ ଶ୍ରେୟ ସରପଞ୍ଚ ସବିତା ସୋରେନ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜନ୍ମେଜୟ ସେଠୀ । ତାଙ୍କର ଉଦ୍ୟମ ପରିଶ୍ରମ,ନିଷ୍ଠା, କର୍ତ୍ତବ୍ୟପରାୟଣତା ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ସରକାରଙ୍କ ସଵୁକିଛି ମାନଦଣ୍ଡ ଭିତରେ ଆକଳନ ନିଆଯାଇ ଏହାକୁ ଭାରତର ଦ୍ଵିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ମନୋନୀତ କରାଯାଇଛି । ଯାହାକି ସମଗ୍ର ମୟୂରଭଞ୍ଜ ଜିଲ୍ଲା ତଥା ଓଡ଼ିଶାର ସୁନାମକୁ ସର୍ବଭାରତୀୟ ସ୍ତରରେ ଦ୍ଵିଗୁଣ କରିବା ସହ ଅଂଚଳ ପାଇଁ ତଥା ଓଡ଼ିଶା ପାଇଁ ଗୌରବ ଆଣିଛି ।

 ଆଜି ୨୪ ଏପ୍ରିଲ ଜାତୀୟ ପଞ୍ଚାୟତ ରାଜ ଦିବସ ।ଏହି ଅବସରରେ ବିହାର ରାଜ୍ୟର ମଧୁବନି ଜିଲ୍ଲା ଅନ୍ତର୍ଗତ ଲହନା ଗ୍ରାମପଞ୍ଚାୟତ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରିୟ ପଞ୍ଚାୟତ ରାଜ ଦିବସ ସଭାରେ ଯୋଗ ଦେବା ଅଵସରରେ  ହାଟବାଦଡାର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜନ୍ମେଜୟ ସେଠୀଙ୍କୁ ‘ ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ ‘ ପ୍ରଦାନ କରିଛନ୍ତି । ଖବର ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ଜିଲ୍ଲା ସଂପାଦକ ମନୋଜ ଦାସ, ବିକାଶ ମହାନ୍ତ,ସୁରଥ ପଟ୍ଟନାୟକ,ମୁନା ପ୍ରତିହାରୀ,ନାଣ୍ଡୁ ସାହୁ,ହରି ସାହୁ, ଭଗବାନ ସାହୁ ପ୍ରମୁଖ ଧନ୍ୟବାଦ ସହ ସରପଞ୍ଚ ସବିତା ସୋରେନ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମଗ୍ର ବାମନଘାଟୀ ଅଂଚଳରେ ଆନନ୍ଦର ଲହରି ଖେଳି ଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

Sunil Chandra Nayak

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଵ୍ୟମୋ କେଶ ପୁରୋହିତ

masiha

ଶ୍ରାବଣ ମାସରେ ଶୁଖିଲା ପଡିଛି ପୋଖରୀ

Sunil Chandra Nayak

Leave a Comment

error: Content is protected !!