ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏକ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏକ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ

କେନ୍ଦ୍ରାପଡ଼ା : ତା 31-10/25(ମସିହା ନିୟୁଜ )କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରିଛନ୍ତି । ଆଉ ଘୋଷଣା କରିଛନ୍ତି ଯେ ଏବେ ପ୍ରତିବର୍ଷ ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀରେ ଏକ ପରେଡ୍ ଅନୁଷ୍ଠିତ ହେବ। ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଅନୁଷ୍ଠିତ ହେବ। ଏହି ପରେଡ୍‌ରେ ଅର୍ଦ୍ଧସାମରିକ ବାହିନୀ ଅଂଶଗ୍ରହଣ କରିବେ। କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ସହିତ ବିଭିନ୍ନ ରାଜ୍ୟର ପୁଲିସ ଦଳ ମଧ୍ୟ ଅଂଶଗ୍ରହଣ କରିବେ।                  ପଟେଲଙ୍କ ବଳିଦାନକୁ ମନେ ପକାଇ ଆମ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ତରଫରୁ ଏକ ମାରାଥନ ଦୌଡ କାର୍ଯ୍ୟକ୍ରମ ହୋଇଥିଲା। ଏହି ମାରାଥନ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକ ରୁ ଆରମ୍ଭ ହୋଇ ପଟ୍ଟାମୁଣ୍ଡାଇ ଏମ୍ ଏନ ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଏହି ଦୌଡ ପ୍ରତିଯୋଗୀତା ହୋଇ ଥିଲା । ଏହି ମାରାଥନ ଦୌଡ ପ୍ରତିଯୋଗୀତା କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ପ୍ରଥମେ ଉଦ୍ଘାଟନ କରିଥିଲେ ।ଏହି ମାରାଥନ କାର୍ଯ୍ୟକ୍ରମ ରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ର ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର,ପୋଲିସ ଅଫିସର ରତି କାନ୍ତ ନାୟକ ,ପଟ୍ଟାମୁଣ୍ଡାଇ ତହସିଲଦାର ,ବହୁ ବୁଦ୍ଧିଜୀବୀ ,ସମାଜ ସେବୀ ,ବହୁ ସ୍କୁଲ ର ଛାତ୍ର ଓ ଛାତ୍ରୀ ,ସମସ୍ତ ପୋଲିସ ଷ୍ଟାଫ, ଅଗ୍ନିଶମ ବାହିନୀର ର କର୍ମଚାରୀ,ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବହୁ ସାମ୍ବାଦିକ ମାନେ ଏହି ଦୌଡ ମାରାଥନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ।ଶେଷରେ ମାରାଥନ ର ତିନି ବିଜୟୀ ପ୍ରତିଯୋଗିତା ଙ୍କୁ ମାନପତ୍ର ଦିଆଯାଇଥିଲା।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ବିଷୟରେ ଏକ ସଭା ଏମ ଏନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା।କିଛି ସ୍କୁଲ୍ ର ଛାତ୍ର ଓ ଛାତ୍ରୀ ମାନେ ସଙ୍ଗୀତ ଓ ନାଚ ପ୍ରର୍ଦଶନ କରିଥିଲେ।ଏହି ରାଷ୍ଟ୍ରୀୟ ଏକତା କାର୍ଯ୍ୟକ୍ରମ ରେ ବହୁ ନେତା ମଧ୍ୟ ଉପସ୍ଥିତ ଥିଲେ ଓ ସେମାନେ ମଧ୍ୟ ସେମାନଙ୍କ ବକ୍ତବ୍ୟ ରଖିଥିଲେ।ଏହି ରାଷ୍ଟ୍ରୀୟ କାର୍ଯ୍ୟ କ୍ରମ ରେ ବହୁ ଲୋକଙ୍କ ର ସମାଗମ ହୋଇଥିଲା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

Sunil Chandra Nayak

ଦୁଇ ବାଇକ ମୁହାଁ ମୁହଁ ଧକ୍କା,ଜଣେ ମୃତ ଦୁଇଜଣ ଗୁରୁତର

masiha

ଅଗ୍ନିକାଣ୍ଡରେ ଜଳିଗଲା ଘର

Sunil Chandra Nayak

Leave a Comment

error: Content is protected !!