ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୋକୁଳଧାମ ଭାଗବତ ଟୁଙ୍ଗି ର ଭାଗବତ ସପ୍ତାହ ଓ ବାର୍ଷିକୋତ୍ସବ ପାଇଁ କଳସ ଯାତ୍ରା

ଗୋକୁଳଧାମ ଭାଗବତ ଟୁଙ୍ଗି ର ଭାଗବତ ସପ୍ତାହ ଓ ବାର୍ଷିକୋତ୍ସବ ପାଇଁ କଳସ ଯାତ୍ରା 

ରାଉରକେଲା: ଏସବିଆଇ କଲୋନୀ ସ୍ଥିତ ଗୋକୁଳଧାମ ଭାଗବତ ଟୁଙ୍ଗିର ପ୍ରଥମ ବାର୍ଷିକୋତ୍ସବ, ଭାଗବତ ସପ୍ତାହ ପାଇଁ କଳସ ଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ୧୮୧ କଳସରେ ବ୍ରାହ୍ମଣୀ ନଦୀର ପୂଣ୍ୟ ତ୍ରିବେଣୀ ଜଳ ସଂଗ୍ରହ କରି ପୀତବସନଧାରୀ ମା ମାନେ ଏସଟିଆଇ ଓଭରବ୍ରିଜ ତଳେ ଗୋକୁଳଧାମ ମଣ୍ଡପରେ ପହଞ୍ଚିଲା ବେଳକୁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପୁରୀ ରୁ ଆସିଥିବା ହରିଦାସ ବାବାଜୀ ଓ ତାଙ୍କ ସହ ଆସିଥିବା ମା ସମଲେଶ୍ଵରୀ କୀର୍ତ୍ତନ ମଣ୍ଡଳୀ ଏବଂ ଟୁଙ୍ଗି ର କାର୍ଯ୍ୟକର୍ତ୍ତା ବୃନ୍ଦ ସର୍ବଶ୍ରୀ ପ୍ରବୋଧ ଜେନା, ଅନ୍ତର୍ଯ୍ୟାମୀ ଓଝା,ପ୍ରତାପ ନନ୍ଦ,ମଳୟ ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ମିଶ୍ର, ବଳଭଦ୍ର ଭଳ,ରାମ ସାହୁ, ସଞ୍ଜୟ ପାତ୍ର,ଯଜାତି ସାମଲ, କ୍ଷେତ୍ରମୋହନ ମହାନ୍ତଙ୍କ ତତ୍ତ୍ଵାବଧାନରେ କର୍ତ୍ତା ଭାଗିରଥୀ ଧଳ ଓ ଶ୍ରୀମତୀ ଧଳ ଙ୍କ ସହ ସରିତା ଭଳ, ସବିତା ଦାସ, ସୀତା ସାହୁ, ମୀରା ମଲ୍ଲିକ ପ୍ରମୁଖ ଅତ୍ୟନ୍ତ ଶୃଙ୍ଖଳାର ସହିତ ଦୀର୍ଘ ଶୋଭାଯାତ୍ରାକୁ ଆଣି ମଞ୍ଚରେ ପହଞ୍ଚାଇଥିଲେ। ଅଁଳା ନବମୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଯାଏ ଭାଗବତ ସପ୍ତାହ ହେବାକୁ ଯାଉଥିବା ବେଳେ ବୃନ୍ଦାବତୀ ଏବଂ ସର୍ବ ଦେବାଦେବୀଙ୍କ ଆବାହନ ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତ୍ୟେହ ବହୁସଂଖ୍ୟାରେ ଭକ୍ତ ଓ ଶ୍ରୋତା ଅଂଶଗ୍ରହଣ କରି ପୂଣ୍ୟ ଅର୍ଜନ କରିବା ପାଇଁ ନିବେଦନ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମା ଙ୍କ ନବକଳେବର ସହ ନଗର ଭ୍ରମଣ କାର୍ଯ୍ୟକ୍ରମ 

masiha

ମହାବୀର ବଜାର ଠାରେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପଣା ସଂକ୍ରାନ୍ତି ପର୍ବ ପାଳିତ।

Sunil Chandra Nayak

ଚାରି ମନ୍ଦିରର ପ୍ରତିଷ୍ଠା ଉତ୍ସବ

masiha

Leave a Comment

error: Content is protected !!