ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଏକତା ଶପଥ ପାଠ

ସୁନ୍ଦରଗଡ଼, ୩୧/୧୦/୨୫: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ସୁନ୍ଦରଗଡ଼ଠାରେ ଆୟୋଜିତ ହୋଇଯାଇଅଛି ଏକ ଗଣଦୌଡ଼। 

    ଏହି ଅବସରରେ ଓଡ଼ିଶା ବିଧାନ ସଭାର ମାନ୍ୟବର ଉପ ବାଚସ୍ପତି ତଥା ମାନ୍ୟବର ବିଧାୟକ ତଳସରା ଶ୍ରୀ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ସୁନ୍ଦରଗଡ଼ ବିଜେପି ସଭାପତି ଶ୍ରୀ ଗିରିଶ ଚନ୍ଦ୍ର ସାହୁ, ଯୋଗ ଦେଇଥିଲେ। “ଏକ ଭାରତ, ଆତ୍ମନିର୍ଭର ଭାରତ”ର ବାର୍ତ୍ତା ନେଇ ଆୟୋଜିତ ଏହି ଏକତା ଦୌଡ଼କୁ ଅତିଥି ମାନେ ଶୁଭାରମ୍ଭ କରିଥିଲେ। ଅତିଥି ମାନେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ସହିତ ସମସ୍ତେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାଷ୍ଟ୍ର ର ଏକତା, ଅଖଣ୍ଡତା ଏବଂ ସୁରକ୍ଷା କୁ ବଜାୟ ରଖିବା ସହିତ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା କୁ ସୁନିଶ୍ଚିତ କରିବା ନିମନ୍ତେ ନିଜକୁ ସମର୍ପଣ କରିବାକୁ ଶପଥ ପାଠ କରିଥିଲେ।

      ଏହି ଗଣ ଦୌଡ଼ ଟି ବିର୍ସା ମୁଣ୍ଡା ଛକ (ଏନ୍ କେ କେ ) ଠାରୁ ଆରମ୍ଭ ହୋଇ ରାଉରକେଲା ଛକ, ବି.ଏସ. ହାଇସ୍କୁଲ ଛକ, ଷ୍ଟେଟ ବ୍ୟାଙ୍କ ଛକ, ଡି ଆର ଡି ଏ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ।ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ତେଜ କୁମାର ଖେସ , ସ୍ୱେଚ୍ଛାସେବୀ ଶ୍ରୀ ଦିଲ୍ଲୀପ ପଟେଲ, ଜୟନ୍ତ ନାଏକ, କ୍ରିକେଟ କୋଚ ଶ୍ରୀ ସୁଶିଲ କୁମାର ମିଶ୍ର, ଅନ୍ୟାନ୍ୟ ଜିଲ୍ଲା ସ୍ଥାରୀୟ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ା ବିଭାଗର ଅନ୍ୟାନ୍ୟ ଅଧିକାରୀ, ପ୍ରଶିକ୍ଷକ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

    ସେହିଭଳି ଆଜି ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ସମେତ ଜିଲ୍ଲା ର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ଏକତା ଶପଥ ପାଠ କରାଯାଇଥିଲା। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲା କଲେଜରେ ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

masiha

ସରିଲା କାମାକ୍ଷାନଗର ମହୋତ୍ସବ 

Sunil Chandra Nayak

ଧର୍ମଗଡ଼ ଏନ୍ ଏ ସି ପକ୍ଷରୁ ୧୮୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

Sunil Chandra Nayak

Leave a Comment

error: Content is protected !!