ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ସ୍ବର୍ଗତ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ‌ଦିବସରେ ରାଇରଙ୍ଗପୁର‌କଂଗ୍ରେସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ସ୍ବର୍ଗତ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ‌ଦିବସରେ ରାଇରଙ୍ଗପୁର‌କଂଗ୍ରେସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ମୟୂରଭଂଜ – ୩୧/୧୦ —  ଭାରତର ମହାନ୍ ସ୍ଵାଧୀନତା ସଂଗ୍ରାମୀ,ଅଗ୍ନିବର୍ଷୀ କନ୍ୟା,ଲୌହ ମାନଵୀ ତଥା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ , ନବ ଭାରତ ବିକାଶର ବିନ୍ଧାଣୀ ସ୍ଵର୍ଗତା ଇନ୍ଦିରା ଗାନ୍ଧୀଙ୍କ ୪୬ ତମ ଶ୍ରାଦ୍ଧ ଦିବସ । ସେହି ଯୋଗଜନ୍ମା ମହାନ ନାରୀ ନେତ୍ରୀଙ୍କୁ ସାରା ଦେଶ ତାଙ୍କ ଶ୍ରାଦ୍ଧ ଦିବସରେ ସାରା ଦେଶ ସ୍ମରଣ କରୁଛି ।ଆଜି ରାଇରଙ୍ଗପୁର କଂଗ୍ରେସ‌ଦଳ ତରଫରୁ ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀଙ୍କ ନେତୃତ୍ଵରେ ଵହୁ ଦଳୀୟ କର୍ମୀ ସ୍ଥାନୀୟ ମ୍ୟୁନିସିପାଲଟି ମାର୍କେଟ ରେ‌ଥିବା ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାକ୍ତନ ବିଧାୟକ ଲକ୍ଷ୍ମଣ ମାଝୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ତ୍ଯାଗମୟ ଜୀବନ ଉପରେ କହିଥିଲେ ଉଚ୍ଚଶିକ୍ଷିତା,ଦୂରଦୃଷ୍ଟି ସମ୍ପନ୍ନା,ନିର୍ଭିକବାଦୀ,ସ୍ପଷ୍ଟବାଦିତା,ଦେଶଭକ୍ତି ପାଇଁ ସେ ଭାରତ ସମେତ ସାରା ବିଶ୍ବରେ ପରିଚିତା ।ଭାରତ ବିକାଶରେ ତାଙ୍କର ଭୂମିକା ଅବର୍ଣ୍ଣନୀୟ ।୧୯୭୧ ମସିହା ବାଂଲାଦେଶ ମୁକ୍ତି ଆନ୍ଦୋଳନରେ ତାଙ୍କର ଭୂମିକା ତାଙ୍କୁ ଲୌହ ମାନବୀୟ କୁହାଯାଏ ।ତାଙ୍କର ପୂର୍ବ ବାଂଲାଦେଶର ପାକିସ୍ଥାନ ସହ ଯୁଦ୍ଧ ସମୟରେ ବାଂଲାଦେଶର ଅନୁରୋଧକୁ ରକ୍ଷାକରି ବାଂଲାଦେଶ କୁ ୧୯୭୧ ମସିହା ଯୁଦ୍ଧରେ ସହଯୋଗ କରି ପାକିସ୍ଥାନକୁ ପରାସ୍ତ କରିବା ସହ ଦେଢ଼ ଲକ୍ଷ ସୈନ୍ୟ ଗୃହଵନ୍ଦୀ କରାଇଥିଲେ ।ତାଙ୍କରି ସାହସିକତା ଯୋଗୁଁ ନୂତନ ବାଂଲାଦେଶ ଦେଶ ଗଠନ ହୋଇଥିଲା ।ସେ ମଧ୍ୟ ଆତଙ୍କୀଵାଦ ବିରୋଧରେ ଲଢେ଼ଇ କରି ଦେଶ ପାଇଁ ନିଜ ଦେହରକ୍ଷୀଙ୍କ ଦ୍ବାରା ଶହୀଦ ହୋଇଥିଲେ ।ତାଙ୍କର ଦେଶଭକ୍ତି, ବଳିଦାନ ଓ ତ୍ଯାଗକୁ ସାରା ଦେଶ କେବେ ଭୁଲି ପାରିବ ନାହିଁ ।ଦେଶରେ ଗରୀଵୀ ହଟାଅ ପାଇଁ ଯେଉଁ ଜନ କଲ୍ୟାଣ ଯୋଜନା କରିଥିଲେ ,ତାହାର ସୁଫଳ ଆଜି ଦେଶ ପାଉଛି ।ଓଡ଼ିଶାକୁ ସେ ଅତ୍ୟନ୍ତ ଭଲ ପାଉଥିଲେ ।୧୯୮୪ ମସିହା ଅକ୍ଟୋବର ୩୦ ରେ ଶେଷଥର ପାଇଁ ଓଡ଼ିଶା ଆସିଥିଲେ ।ଅକ୍ଟୋବର ୩୧ ରେ ତାଙ୍କ ଦେହରକ୍ଷୀଙ୍କ ଦ୍ଵାରା ଗୁଳିବିଦ୍ଧ ହୋଇଥିଲେ ।ସେହି ଯୋଗଜନ୍ମା ମହାନ ଜନନାୟିକା ସାରା ବିଶ୍ଵରେ ଅନନ୍ୟ,ଅଦୀତୀୟ ନାରୀନେତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ରାଇରଙ୍ଗପୁର କଂଗ୍ରେସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ଏହି ଶ୍ରଦ୍ଧାଞ୍ଜଳି ରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଅଗ୍ରଓ୍ବାଲ,ବସନ୍ତ ପଟନାୟକ,ରୁପକ ମହାନ୍ତି,ଅମର ମହାନ୍ତ କିଶୋର ମହାନ୍ତ,ପିଥ ମୁର୍ମୁ,ପ୍ରାକ୍ତନ କାଉନସିଲର ବାବୁଲା ଅମର ପ୍ରଧାନ ଦେଓ ହେମ୍ବ୍ରମ,ଏହି ମହାନ୍ତଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

 ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଉଦ୍ଘାଟିତ

masiha

ଟେମରା ପଂଚାୟତରେ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ଦୀର୍ଘ ୩୦ ବର୍ଷ ପରେ ପଂଚାୟତକୁ ଜମି ହାତେଇବା ପାଇଁ ମିଳିଲା ନ୍ୟାୟ 

Leave a Comment

error: Content is protected !!