ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

କାମାକ୍ଷାନଗର – ମଠକରଗୋଳା ମହାବିଦ୍ୟାଳୟ ପରିସର ରେ ଜାତୀୟ ସେବା ଯୋଜନା ଅଧୀନରେ ୭ ଦିନ ଧରି ହେବାକୁ ଥିବା ସ୍ୱତନ୍ତ୍ର ସେବା ଶିବିର ଉଦ୍ଘାଟିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରର ଉଦଘାଟନ କରିଛନ୍ତି। ଏତତ୍ ସହିତ କିପରି ଭାବରେ ସ୍ୱେଚ୍ଛାସେବୀ ମାନେ ସାତ ଦିନ ଧରି ଶିବିର ରେ ବିଭିନ୍ନ ଉନ୍ନତି ଓ ଗଠନ ମୂଳକ କାର୍ଯ୍ୟ କରିବେ ସେ ବିଷୟରେ ବାର୍ତ୍ତା ଦେଉଛନ୍ତି। ଉକ୍ତ କାର୍ଯକ୍ରମରେ ଅନ୍ୟ ଅତିଥୀ ଭାବରେ ଇଂରାଜୀ ବିଭାଗ ର ଅଧ୍ୟାପିକା ସ୍ଵପ୍ନିତା ରାଉତ, ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର, ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ କୈଳାଶଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଅତିଥିମାନେ ସମାଜରେ ସେବାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନା ର ଅଧିକାରୀ ଅଧ୍ୟାପକ ସୋମନାଥ ପଣ୍ଡା ସାତ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇ ଥିଲେ। ୧୦୦ ଜଣ ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀ ଉକ୍ତ ଶିବିର ରେ ଯୋଗ ଦେଇଛନ୍ତି।ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସ୍ୱାଇଁ କାଯ୍ୟକ୍ରମ ଅନ୍ତ ରେ ଧନ୍ୟବାଦ ଦେଇଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

 

Related posts

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେ ଅଭିଭାବକ ଓ ଶିକ୍ଷକ ବୈଠକ

Sunil Chandra Nayak

ଓଡିଶା ଡ୍ରାଇଭର ମହାସଂଘର ଜିଲା ସ୍ତରୀୟ ବୈଠକ 

masiha

ମାନବିକତା ଦେଖାଇଲେ ଔପଦା ବିଡିଓ

masiha

Leave a Comment

error: Content is protected !!