ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ହୋ-ଭାଷାକୁ ଭାରତୀୟ ସାମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ବୀକୃତି ନିମନ୍ତେ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ନୂଆ ଦିଲ୍ଲୀ ଯନ୍ତରମନ୍ତର ଧାରଣା

ଆଦିବାସୀ ହୋ-ଭାଷାକୁ ଭାରତୀୟ ସାମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ବୀକୃତି ନିମନ୍ତେ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ନୂଆ ଦିଲ୍ଲୀ ଯନ୍ତରମନ୍ତର ଧାରଣା

ନୂଆ ଦିଲ୍ଲୀ /31/10/25):- ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ଓଡିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର ଏବଂ ଆସାମର ହୋ ଭାଷା ଭାଷୀ ମାନଙ୍କ ତରଫରୁ ଏକ ଦିବସୀୟ ଗଣଧାରଣା ଅନୁଷ୍ଠିତ ହେଇଯାଇଛି। ସମଗ୍ର ଭାରତ ବର୍ଷରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଦ୍ୱାରା ମାତୃଭାଷା ଭାବରେ ବ୍ୟବହୃତ ହୋ ଆଦିବାସୀ ଭାଷାକୁ ସମ୍ବିଧାନ ସଂଶୋଧନ ମାଧ୍ୟମରେ ନୂତନ ଭାବରେ ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ଏହି ଗଣଧାରଣା ଅନୁଷ୍ଠିତ ହେଇଥିଲା। ୫ ଗୋଟି ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ବ ହୋ ଭାଷା ପ୍ରେମୀ, ସାମାଜିକ ଓ ରାଜନୈତିକ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଭିନ୍ନ ଦିନରୁ ହୋ ଭାଷା ଭାଷୀ ଙ୍କ ତରଫରୁ ଲଗାତର ଭାବରେ ଆନ୍ଦୋଳନ ହେଉଥିଲେ ମଧ୍ୟ କେନ୍ଦ୍ର ସରକାର ଏହି ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ହୋ ସମାଜର ନେତୃମଣ୍ଡଳୀ କ୍ଷୋଭ ପ୍ରକାଶ କରିଥିଲେ। ପ୍ରକାଶ ଥାଉକି, ଝାରଖଣ୍ଡ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ବିଗତ ଦିନରେ ହୋ ଭାଷାକୁ ସରକାରୀ ମାନ୍ୟତା ପାଇଁ ସୁପାରିଶ ହେଇଥିଲେ ମଧ୍ୟ କେନ୍ଦ୍ର ସରକାର କ୍ରମାଗତ ଭାବରେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି, ତେଣୁ ବିଲୁପ୍ତ ପ୍ରାୟ ଏହି ଭାଷା ଆଗାମୀ ଦିନରେ ଚିହ୍ନ ବର୍ଣ୍ଣ ହରାଇ ଦେବ ବୋଲି ବକ୍ତା ମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ସରକାର ଏହା ମଧ୍ୟରେ ଠୋସ୍ ପଦକ୍ଷେପ ନ ନେଲେ ହୋ ଭାଷା ସହିତ ସଂଶ୍ଳିଷ୍ଟ ଥିବା ପାରମ୍ପରିକ ଜ୍ଞାନ, ମୈଖିକ କାହାଣୀ ଆଦି ଲୁପ୍ତ ହେଇ ହୋ ଆଦିବାସୀ ଜାତିର ଅସ୍ତିତ୍ବ ରହିବ ନାହିଁ। ଏହି ଅବସରରେ ରାମରାଇ ମୁନ୍ଦୁଇୟା, ଲକ୍ଷ୍ମୀଧର ସିଂ, ସୁରା ବିରୁଲୀ, ଡମ୍ବରୁଧର ଜାମୁଦା, ନାରଣ ପୂର୍ତ୍ତି, ପ୍ରହ୍ଲାଦ ପୂର୍ତ୍ତି, କ୍ଷିରୋଦ ହେମ୍ବ୍ରମ, ଗମେୟା ଅମଂ, ରମେଶ ବିରୁଆ, ଇପିଲ ସାମାଡ, ବାବୁଲି ହାଇବୁରୁ, ଗବର ସିଂ ହେମ୍ବ୍ରମ, ସୁକଦେବ ହେମ୍ବ୍ରମ, ଜବାହାର ଲାଲ ବାଙ୍କୀରା,ଗମେୟା ଅମଙ୍ଗ, ବୈଜୁ ସିର୍କା, ଯାଦୁନାଥ ଟିୟୁ, ଗଣେଶ ଚନ୍ଦ୍ର ହେମ୍ବ୍ରମ ଲବେନ୍ଦ୍ର ହେମ୍ବ୍ରମ, ଜଗନାଥ ହେସା ପ୍ରମୁଖ ନେତୃତ୍ୱ ନେଇଥିଲ।

Related posts

ଓଡିଶା ପଛୁଆ ବର୍ଗ ଲୋକଙ୍କର ସାମାଜିକ, ଶିକ୍ଷାର ସ୍ଥିତିର ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ

masiha

ରାଇରଙ୍ଗପୁର ! ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ  ରକ୍ତଦାନ ଶିବିର; ୨୪ ୟୁନିଟ୍ ରକ୍ତ ସଂଗୃହିତ

masiha

Leave a Comment

error: Content is protected !!