ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଧରାକୋଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଆସିକା, ୧/୧୧/୨୫ ଧରାକୋଟ ସ୍ଥିତ ମିନି ଷ୍ଟାଡିୟମ ପରିସରରେ ସାଇବର ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଧରାକୋଟ ପୋଲିସ ଥାନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ଙ୍କ ସଭାପତିତ୍ବରେ, ମୁଖ୍ୟ ଅତିଥି ବି ଡି ଓ ସଂଗ୍ରାମ କେ ଶରୀ ଜେନା, ସମ୍ମାନୀତ ଅତିଥି ଭାବ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ,ଅନ୍ୟତମ ଅତିଥି ଇନିସ୍ପେକ୍ଟର ବାଲ୍ମୀକି ପ୍ରଧାନ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଚିତ୍ରସେନ ବାଡତ୍ୟା ସଂଯୋଜନା କରିଥିଲେ । ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବରଡ଼ାବାଲି ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଇବର କ୍ରାଇମ ଉପରେ ଏକ ନାଟକ ପରିବେଷଣ କରାଯାଇ ଥିବା ବେଳେ ,ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଇବର ସଚେତନତା ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା । ସାଇବର ସୁରକ୍ଷା ଉପରେ ଆଧାରିତ ବତ୍କୃତା ପ୍ରତିଯୋଗିତା ରେ ପ୍ରିୟଙ୍କା ମହାପାତ୍ର ଜଗମୋହନ ଉଚ୍ଚ ବିଦ୍ୟାଳୟ, ଆକାଶ ବେହେରା ଜାହାଡା ଉଚ୍ଚ ବିଦ୍ୟାଳୟ, ସ୍ନେହା ନାୟକ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ଧରାକୋଟ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଥାନା ଅଧିକାରୀ ସାଇବର ଠକେଇ କଣ ଓ କିପରି ହୁଏ ତାହା ଉପରେ ଆଲୋଚନା କରିଥିଲେ । ସାଇବର ଠକେଇ ଠାରୁ ନିଜକୁ କିପରି ଦୂରେଇ ରଖିବେ ଏଵଂ ନିଜର ସଞ୍ଚିତ ଅର୍ଥର ସୁରକ୍ଷା କିପରି କରିବା ନେଇ ବିସ୍ତୃତ ଭାବେ ବୁଝାଇଥିଲେ । ଯଦି ସାଇବର ଠକାମୀ ର ଶିକାର ହେଲେ ତୁରନ୍ତ 1045 କିମ୍ବା 1930 ନଂ ରେ ଜଣାଇବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ,ଏହାସହ ଅଜ୍ଞାତ ଲୋକଙ୍କ ସହ ଓଟିପି ନଂ ସେୟାର ନକରିବା,ଆଧାର ନଂ,ବ୍ୟାଙ୍କ୍ ଆକାଉଣ୍ଟ ନଂ,atm ପିନ ନଂ ଏବଂ ଆର୍ଥିକ କାରବାରରେ ଗୋପନୀୟତା ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ଏହିକର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ଅଙ୍ଗନୱାଡ଼ି କର୍ମୀ, ବୁଦ୍ଧିଜୀବୀ ,ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ ଶତାଧିକ ଧରାକୋଟ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ । ଥାନାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସହଯୋଗ ପ୍ରଦାନ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଗୁରୁବାରି କୁ ତିନିମାସ ଧରି ଭତ୍ତା ନ ମିଳିବାରୁ ବୃଦ୍ଧା ହଟହଟା 

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ: ଓଡ଼ିଶା ସାଇନିଂ ଆଇକନ୍ସ-୧୦ ଆସନ୍ତା ୧୯ରେ…..

Sunil Chandra Nayak

ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର

masiha

Leave a Comment

error: Content is protected !!