ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍ ଯାପିତ 

ଢ଼େଙ୍କାନାଳ :ତା.୩୧. ୧୦.୨୦୨୫- ଆଜି ପୂର୍ବାହ୍ନରେ ୧୦ ଘଟିକା ସମୟରେ ସ୍ଥାନୀୟ ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭିି- ୨୦୨୫ ଉଦଘାଟିତ ହୋଇଥିଲା।ସମଗ୍ର ଶିକ୍ଷା,ଢେଙ୍କାନାଳ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଢ଼େଙ୍କାନାଳ ଜିଲ୍ଲା ଶିକ୍ଷା ସହିତ କ୍ରୀଡ଼ା,କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ବୋଲି ପ୍ରକାଶ କରିଥିଲେ। ଏହି ସୁରଭି ମହୋତ୍ସବ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀକୁ ପ୍ରସ୍ଫୁଟିତ କରିବାରେ ବିଶେଷ ସହାୟକ ହେଉଛି ବୋଲି ସେ ଦୃଢ଼ ମତବ୍ୟକ୍ତ କରିଥିଲେ।ଢ଼େଙ୍କାନାଳ ଜିଲ୍ଲାର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳମୟ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ହୋଇଥିବା କସ୍ତୁରବା ଗାନ୍ଧି ବିଦ୍ୟାଳୟ କକ୍ଷ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ କକ୍ଷ, ଶିଶୁ ବାଟିକା ଷ୍ଟଲ ଏବଂ ଶ୍ରୀ ଅନ୍ନ ଅଭିଯାନ ଷ୍ଟଲ ପରିଦର୍ଶନ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନିଷ୍ଠାପର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପ୍ରଚେଷ୍ଟା ବଳରେ ପିଲାମାନଙ୍କ ମଧ୍ୟରେ ଶିକ୍ଷା ସହିତ ଅନ୍ତର୍ନିହତ ଗୁଣାବଳୀର ପରିପ୍ରକାଶ ଘଟୁଛି ବୋଲି ସେ କହିଥିଲେ। ଜିଲ୍ଲାରେ ବିଦ୍ୟାଳୟ,କ୍ଳଷ୍ଟର, ବ୍ଲକ ଓ ଜିଲ୍ଲା ସ୍ତରରେ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ,ବତ୍କୃତା, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲେଖନ ସଙ୍ଗୀତ,ନୃତ୍ୟ,କୁଇଜ୍, ମଧ୍ୟାହ୍ନ ଭୋଜନ,ଚିତ୍ରକଳା ଓ ଶିଳ୍ପ କଳା ଆଦି ପ୍ରତିଯୋଗିତାଗୁଡ଼ିକ ଆୟୋଜନ କରାଯାଇ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଉନ୍ମୋଚ଼ିତ କରାଯାଉଛି ବୋଲି ସେ କହିଥିଲେ। କୃତୀ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିପାରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ।ଏହି ଅବସରରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳାଇ,ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ,ପରଜଙ୍ଗ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟଦର୍ଶିନୀ ନାୟକ,ବିଦ୍ୟାଳୟ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷୟିତ୍ରୀ ସୁନିତା ବାଳା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୌମ୍ୟାଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ମଧ୍ୟାହ୍ନରେ ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍‌ଯାପିତ ହୋଇଯାଇଛି।ବିନିତା ସେନାପତି,ଜିଲ୍ଲା ଶିକ୍ଷା ଅଧିକାରୀ ତ‌ଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା,ଢେଙ୍କାନାଳଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ମାନ୍ୟବର ଅଧ୍ୟକ୍ଷା ଜିଲ୍ଲା ପରିଷଦ,ଢେଙ୍କାନାଳ ଅର୍ଚ୍ଚନା ପୁହାଣ ମହୋଦୟା ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଉତ୍ତମ ପାଠ ପଢି ସଫଳତା ପାଇବା ତ ସହଜ କଥା,କିନ୍ତୁ ପାଠ ନ ପଢି ଯେ କୌଣସି କ୍ଷେତ୍ରରେ ଉତ୍କର୍ଷର ଉପାସକ ହେଲେ ସଫଳତାର ଶୀର୍ଷରେ ପହଞ୍ଚି ହୁଏ। ଚେଷ୍ଟା କଲେ ନିଷ୍ଠା ରହେ।ନିଷ୍ଠା ଆସିଲେ ପ୍ରତିଷ୍ଠା ମିଳେ ବୋଲି ଦୃଢତାର ସହ ଘୋଷଣା କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସୌମ୍ୟାଶ୍ରୀ ପଣ୍ଡା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଢେଙ୍କାନାଳ,କାମାକ୍ଷା ନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁ,ହିନ୍ଦୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ,ହରିହର ଦେହୁରୀ,କଙ୍କଡ଼ା ହାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାଗର ଟୁଡୁ,ସୁନିତାବାଳା ଷଡଙ୍ଗୀ ଦାୟିତ୍ବରେ ଥିବା ଭାରପ୍ରାପ୍ତ ବରିଷ୍ଠ ଶିକ୍ଷୟତ୍ରୀ,ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପ୍ରମୁଖ ଯୋଗଦାନ କରି ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା।ବିଦ୍ୟାଳୟର ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସାଂସ୍କୃତିକ ବିଭାଗ ଦାୟିତ୍ବରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦିପ୍ତିସ କୁମାର ଶତପଥି, କଲ୍ୟାଣୀ ବଡ଼ଜେନାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ,ସମଗ୍ର ଶିକ୍ଷା କର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହାୟତା ପ୍ରଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଜିଲ୍ଲାସ୍ତରରେ ସୁରଭିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ତା ୧୨.୧୧.୨୦୨୫ରୁ ତା.୧୪.୧୧.୨୦୨୫ ପର୍ଯ୍ୟନ୍ତ ୟୁନିଟ୍-୩,କ୍ୟାପିଟାଲ୍ ହାଇସ୍କୁଲ,ଭୁବନେଶ୍ଵରରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ ସୁରଭି -୨୦୨୫ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଅଂଶ ଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି।ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦଙ୍କ ମିଳିତ ସହଯୋଗରେ ଯତୀନ୍ଦ୍ର ପ୍ରସାଦ କର ଅତି ସୁନ୍ଦର ସଭା ସଂଯୋଜନା କରିଥିଲେ ଓ ମଞ୍ଚାସିନ ଅତିଥି ବୃନ୍ଦ,ସମସ୍ତ ବିଚାରକ ବୃନ୍ଦଙ୍କ ସମେତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,ବିଚାରକ ତଥା ଅବୈତନିକ ପରାମର୍ଶଦାତା ଓ ସମ୍ବାଦ ଦାତା 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଧର୍ମଗଡ ପଞ୍ଚାୟତ ସମିତି ବୈଠକ: ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ

Sunil Chandra Nayak

ଶିଶୁ ଶ୍ରମିକ ନିରାକରଣ ପାଇଁ ରାଉରକେଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!