ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ‘ ହର ଘର ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ‘ ହର ଘର ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା-୧୩/୦୮, ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଅଭିଯାନ ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼, ସରସ୍ଵତୀ ରାୟ ଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭଯାତ୍ରା ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଏନ୍. ସି.ସି, ରେଡ୍ କ୍ରସ୍ ଓ ଏନ୍. ଏସ୍. ଏସ ର ତତ୍ତ୍ଵାବଧନରେ ବିଭିନ୍ନ ଦେଶାତ୍ମକ ସ୍ଲୋଗାନ ସହ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ପି.ଅରୁଣ କୁମାର , ଟି.ଜ୍ୟୋତି, ସୁବ୍ରତ ପ୍ରଧାନ, ଲେଫ୍ଟନାଣ୍ଟ ଉଦୟ ନାଏକ ,ରମେଶ ହୁଇକା, କେ.କେ ଯାନି, ଭବେସ ମହାନ୍ତି, ପ୍ରିୟଦର୍ଶିନୀ ବଳ , ଟିକେଶ୍ୱର ମାଝୀ, ଶଙ୍କର ପେଦୁରୁ, ମୋନାଲିସା ପାଣିଗ୍ରାହୀ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ, ତଥା ଏକ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଜାତୀୟ ପତାକା ଧରି ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ରେ ୧୦୦ ମିଟର ର ଏକ ଜାତୀୟ ପତାକା ସାମିଲ କରାଯାଇଥିଲା । ଏହି ଶୋଭାଯାତ୍ରା ମହାବିଦ୍ୟାଳୟର ମୂଖ୍ୟ ଫାଟକ ରୁ ବାହାରି ରିଙ୍ଗ ରୋଡ, ୟୁ. ଜି, ଏମ. ଆଇ.ଟି, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ଏହା ପୂର୍ବରୁ ମହାବିଦ୍ୟାଳୟ ପରିସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସୁସ୍ଥ ସମାଜ ଓ ନିଶା ମୁକ୍ତ ଭାରତ ଗଠନ ଉଦ୍ଧେଶ୍ୟରେ ନିଶା ନିବାରଣ ପାଇଁ ଶପଥ ପାଠ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜନଜାତି ସେବା ଜଗତ ପାଖରେ ଓରମାସ ରlଖି ଦୋକାନ ଉଦଘାଠିତ 

Sunil Chandra Nayak

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

Sunil Chandra Nayak

ଜିଲ୍ଲାପାଳଙ୍କ ଦ୍ଵାରା ଵିଶୋଇ ଧାନମଣ୍ଡି ଶୁଭ ଉଦଘାଟିତ

masiha

Leave a Comment

error: Content is protected !!