ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲଗେଇବାକୁ ଦାବି

ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲଗେଇବାକୁ ଦାବି

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ପଣ୍ଡକାମାଳ କଲୋନୀ ପଡାର ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡିଯିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ନେଇ ବିଦ୍ୟୁତ ଉପଭୋକ୍ତାମାନେ ଜେ.ଇ ଓ ମ.ରାମପୁର ବିଦ୍ୟୁତ ବିଭାଗକୁ ଜଣେଇଥିଲେ l କିନ୍ତୁ ଜେ.ଇ ଆଜି କାଲି କହି ଦିନ ପରେ ଦିନ ଗଡେଇ ନେଉଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ଉକ୍ତ ଅଞ୍ଚଳରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ବିଦ୍ୟୁତ ଭୋକ୍ତା ରହିଥିବା ବେଳେ ୧୦ କେଭି ଟ୍ରାନ୍ସଫର୍ମର କାମଚଳା ଭାବେ କାର୍ଯ୍ୟ କରୁଛି l ଫଳ ସ୍ୱରୂପ ବିଭିନ୍ନ ସମୟରେ ଅନେକ ପ୍ରକାର ସମସ୍ୟା ଦେଖାଦେଇ ଆସୁଛି l ଟ୍ରାନ୍ସଫର୍ମରଟି ପୋଡିଯିବା ଦ୍ୱାରା ଛଅ ଦିନ ହେଲା ପଣ୍ଡକାମାଳ କଲୋନୀପଡା, ସିଲେଟପଡାରେ ବସବାସ କରିଥିବା ବହୁ ପରିବାର ବର୍ଷା ଝଡ଼ିରେ ନାହିଁ ନଥିବା ହଇରାଣ ହେଉଛନ୍ତି l ବର୍ଷା ହେତୁ ସାପ, ବିଛା ଆଦି ଭୟ ଲାଗି ରହୁଥିବା ବେଳେ ଅନ୍ଧାରରେ ଜୀବନ ଯାପନ କରିବା ବେଶ୍ କଷ୍ଟକର ହୋଇ ପଡିଛି l ଏଠାରେ ସୂଚନା ଯୋଗ୍ୟ ଯେ, ୨୫ କେଭି ଟ୍ରାନ୍ସଫର୍ମର ଲଗେଇବା ନିମନ୍ତେ ଗତ ବର୍ଷ ବିଦ୍ୟୁତ ବିଭାଗର ଜେ.ଇ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏଯାବତ ତାହା କାର୍ଯ୍ୟକାରୀ ହୋଇ ନାହିଁ l ଏଣୁ ଯଥା ସମ୍ଭବ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ 

Sunil Chandra Nayak

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ବାର୍ଷିକୀ ପାଳନ

Sunil Chandra Nayak

କାଶିବାହାଲ ପଞ୍ଚାୟତ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ

masiha

Leave a Comment

error: Content is protected !!