ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଲ ମୁଢ଼ି ପେ ଚର୍ଚ୍ଚା ” ରେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ଝାଲ ମୁଢ଼ି ପେ ଚର୍ଚ୍ଚା ” ରେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା : ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀଙ୍କ ଆଗ୍ରହ କ୍ରମେ ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର – ୮ ମାର୍କେଟ ଠାରେ ଜନସାଧାରଣ ତଥା ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ” ଝାଲ୍ ମୁଢ଼ି ପେ ଚର୍ଚ୍ଚା ” ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଏବଂ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରା ଯାଇଥିଲା । ଉପସ୍ଥିତ ଜନତା ସେମାନଙ୍କ ମତ ପ୍ରକାଶ କରିଥିଲେ ଓ ଆଗ୍ରହର ସହ ଚର୍ଚ୍ଚାରେ ଅଂଶ ଗ୍ରହଣ କରିଥିଲେ। ବିଧାୟକ ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଚଳିତ ମାସ ୪ ତାରିଖରେ ପ୍ରକାଶିତ ୫ ଟି ରାଜ୍ୟର ନିର୍ଵାଚନ ଫଳାଫଳକୁ ନେଇ ବିଜେପିର ଐତିହାସିକ ବିଜୟକୁ ସ୍ଵାଗତ କରିବା ସହିତ ଜନତାଙ୍କୁ ଅଶେଷ ଧନ୍ୟଵାଦ ଜଣାଇଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ବିଭିନ୍ନ ଜନ ହିତକାରୀ ଯୋଜନା ଉପରେ ଆଲୋକପାତ କରି ସମସ୍ତେ ଏହାର ସୁଯୋଗ ନେବା ପାଇଁ ଆହ୍ବାନ ଦେଇଥିଲେ । ଆମ ନିର୍ବାଚନ କ୍ଷେତ୍ରରେ ଯାହାକିଛି ସମସ୍ୟା ରହିଛି ତାହା ତାଙ୍କ ଦୃଷ୍ଟିକୁ ଆଣିବା ପାଇଁ କହିଥିଲେ ଓ ଏହାର ସମାଧାନ କରିବାକୁ ପ୍ରୟାସ କରିବେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ଜିଲ୍ଲା ପ୍ରାକ୍ତନ ସମ୍ପାଦକ ଅଜୟ କଂସାରୀ ତାଙ୍କ ବକ୍ତବ୍ୟରେ ସମସ୍ତେ ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ପ୍ରଗତିରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଚା ପେ ଚର୍ଚ୍ଚା ରୁ ବଙ୍ଗ ନିର୍ବାଚନ ପ୍ରଚାର ସମୟରେ ଝାଲ ମୁଢ଼ି ଜଣେ ସାଧାରଣ ଦୋକାନୀ ଠାରୁ କିଣି ଖାଇ ଥିଲେ ତାହା ବହୁଳ ଭାବରେ ବେଙ୍ଗଲ ନିର୍ବାଚନରେ ପ୍ରଭାବ ପଡ଼ିଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ ଓ ଧନ୍ୟଵାଦ ଅର୍ପଣ କରିଥିଲେ ଏହି ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତ । ଉକ୍ତ କାର୍ଯ୍ୟକ୍ରମରେ ଅନନ୍ତ ଜେନା, ପ୍ରଭାସ ସାମଲ, ଦେବାଶିଷ ରାଉତ, ଶ୍ୟାମଘନ ପ୍ରଧାନ, ସଦାଶିବ ପାତ୍ର, ଗୌତମ ବାଡା, ନର୍ମଦା ବାଗ, ସରସ୍ୱତୀ ମହାନ୍ତି, ସଂଯୁକ୍ତା ପାତ୍ର, ରବୀନ୍ଦ୍ର ବାରିକ୍, ହିମାଂଶୁ ନାୟକ, ସୁଶୀଲ ସେଠୀ, ସୂର୍ଯ୍ୟ ମହାନ୍ତି, ଘନଶ୍ୟାମ ନାୟକ, ପ୍ରକାଶ ବିଶ୍ୱାଳ, ମନୋଜ ପଟ୍ଟନାୟକ, ନିରଞ୍ଜକ ଧଳ, ଶ୍ରୀଧର ବେହେରା, ତାରା ଶଙ୍କର ଦାସ, ତାରାପ୍ରସାଦ ମହାପାତ୍ର, ଟୁଲୁ ପଟ୍ଟନାୟକ, ସଞ୍ଜୟ ରାୟ, ମୁକୁଦେବ ପରିଡ଼ାଙ୍କ ସମେତ ବହୁ କର୍ମୀ ଓ ବିଶିଷ୍ଟ ବ୍ୟକ୍ତି ମାନେ ଅଂଶଗ୍ରହଣ କରିଥିଲେ । 

     ସେହିପରି ଆମ୍ବେଦକର ମଣ୍ଡଳ ସଭାପତି ମନୋଜ ସ୍ୱାଇଁଙ୍କ ନେତୃତ୍ୱରେ ସେକ୍ଟର -୧୬ ବସ ଷ୍ଟାଣ୍ଡ ଛକ ନିକଟରୁ ” ଜନ ଆକ୍ରୋଶ ମହିଳା ସମାବେଶ” ର ଏକ ପଦ ଯାତ୍ରା ବାହାରି ସେକ୍ଟର -୧୮ ମାର୍କେଟ ଛକ ନିକଟରେ ସମାପ୍ତ ହୋଇଥିଲା ଏବଂ ସେଠାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧି ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କୁଶପିତ୍ତଳିକା ଦାହ କରାଯାଇଥିଲା। ଉକ୍ତ ପଦ ଯାତ୍ରା ରେ ବିଧାୟକ ଦୁର୍ଗାଚରଣ ତନ୍ତୀ , ଗଙ୍ଗାଧର ଦାଶ, ଆମ୍ବେଦକର ମଣ୍ଡଳର ପ୍ରଭାରୀ ସନ୍ତୋଷ ବିରାଟ, ସାଧାରଣ ସମ୍ପାଦକ ପ୍ରଭାକର ସାହୁ, ବଳରାମ ସମାସୀ, ଉପସଭାପତି ଗୌତମ ବାଡା, ,ଅନନ୍ତ ଦାସ,ସଞ୍ଜୟ ସାହୁ,ବାବୁଲି ବାରିକ, ସମ୍ପାଦକ ଅର୍ଚ୍ଚନା ସାହୁ,ମୁରଲୀ ଧର ବାରିକ,ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ପୁଷ୍ପା ସାହୁ,ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଦୀପକ ସାହୁ, ମଣ୍ଡଳ ଏସ ଟି ମୋର୍ଚ୍ଚା ସଭାନେତ୍ରୀ ମୁନିକା ମାଝୀ, ମଣ୍ଡଳ ଅଳ୍ପସଂଖ୍ୟକ ମୋର୍ଚ୍ଚା ସଭାପତି ଯୋନୀ ରୋବର୍ଟ, ଶକ୍ତି କେନ୍ଦ୍ର ପ୍ରମୁଖ କୃଷନ ଚନ୍ଦ୍ର ମିଶ୍ର, ରବୀନ୍ଦ୍ର ସେନାପତି, ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ଲେଙ୍କା, ଆଲୋକ ନାୟକ, ଅଜୟ କଂସାରୀ ଓ ମଣ୍ଡଳ କାର୍ଯ୍ୟକର୍ତ୍ତା ଅବିନାଶ ପ୍ରଧାନ,ଅବିନାଶ କୁମାର ନାୟକ, କରନ ସାହୁ,ଅମିତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Elephant Movement Tracked in Kalyansinghpur Range of Rayagada Forest Division

Sunil Chandra Nayak

ଗଣ୍ଡାନାଳି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଘଟଣା,ଶେଷରେ ଧରାପଡ଼ିଲେ ଦୁର୍ନୀତି ଗ୍ରସ୍ତ ପଞ୍ଚାୟତ ଅଧିକାରୀ ଓ ଗ୍ରାମରୋଜଗାର ସେବକ , ଭାନୁ ନାମରେ ଆସିଥିବା ଆବାସ ଗୃହକୁ ଦେଇଥିଲେ ଭାମାକୁ,କ୍ଷତି ପୂରଣ ଭରିବେ ୨ ଅଧିକାରୀ

Sunil Chandra Nayak

ଗ୍ରାମ ର ପିଲାମାନେ ମିଶି ଜାତୀୟ ରାଜପଥ 149 ନମ୍ବର ରାସ୍ତା କଲେ ମରାମତି

masiha

Leave a Comment

error: Content is protected !!