ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଟେକ୍ କ୍ୟାର୍ନିଭାଲ ଓ ହକାଥନ ୨୦୨୫ର ଶୁଭାରମ୍ଭ

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଟେକ୍ କ୍ୟାର୍ନିଭାଲ ଓ ହକାଥନ ୨୦୨୫ର ଶୁଭାରମ୍ଭ

ରାଉରକେଲା ୧/୧୧, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ହକାଥନ ୨୦୨୫, ଟେକ୍ କ୍ୟାର୍ନିଭାଲ ଏବଂ ଜବସ୍-୨୦୨୬ ଆଜି ବିପିୟୁଟି ପରିସରସ୍ଥ ନେତାଜୀ ସୁଭାଷ ଅଡିଟୋରିୟମରେ ସଫଳତାର ସହିତ ଉଦ୍ଘାଟିତ ହୋଇଯାଇଛି ।

         ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ସଂଖ୍ୟାଧିକ ଟେକ୍ନୋକ୍ରାଟ୍ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରି ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ପ୍ରତିଯୋଗିତା, ନବସୃଜନ ଏବଂ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକ କିପରି ଉଦ୍ଦେଶ୍ୟ ହାସଲ ପାଇଁ ପ୍ରମୁଖ ପ୍ଲାଟଫର୍ମ ପାଲଟିଛି ତାହା ବର୍ଣ୍ଣନା କରିଥିଲେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ। 

    ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭୁବନେଶ୍ବର ଓୟୁଟିଆର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ହାକାଥନ୍ ମହାନ ଚିନ୍ତାଧାରା ଏବଂ ନବସୃଜନ ପାଇଁ ଏକ ଲଞ୍ଚପ୍ୟାଡ୍ ହେବ ବୋଲି ଆଶା ପ୍ରକଟ କରିଥିଲେ । ସମ୍ମାନିତ ଅତିଥି ଭାବରେ ବୁର୍ଲା ଭିଏସଏସୟୁଟି କୁଳପତି ପ୍ରଫେସର ଦୀପକ କୁମାର ସାହୁ କିପରି ଏହି ପ୍ରକାରର ପଦକ୍ଷେପଗୁଡ଼ିକ ସମଗ୍ର ଓଡ଼ିଶା ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବାରେ ମାଇଲଖୁଣ୍ଟ ପାଲଟିଛି ତାହା ଉପରେ ଆଲୋକପାତ କରିଥିଲେ। ବିପିୟୁଟିର କୁଳସଚିବ ଡକ୍ଟର ନିଶି ପୁନମ ମିଞ୍ଜ୍ ଏହି କାର୍ଯ୍ୟକ୍ରମ ବିଷୟରେ ତାଙ୍କର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ରଖିଥିଲେ। ବିପିୟୁଟିର ଡେପୁଟି ରେଜିଷ୍ଟ୍ରାର ଶୁଭେନ୍ଦୁ କୁମାର ରଥ, ହକାଥନ୍ ୨୦୨୫ର ସଂଯୋଜକ ଡିସି ରାଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ପରିସର ଉପରେ ଆଲୋକପାତ କରିଥିଲେ। 

  ଚଳିତ ବର୍ଷ ହାକାଥନ୍ ୨୦୨୫ ପାଇଁ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅନୁବନ୍ଧିତ ଓ ସଂଲଗ୍ନ ମହାବିଦ୍ୟାଳୟରୁ ୨ ହଜାର ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ପଞ୍ଜିକରଣ କରିଥିଲେ। ଅକ୍ଟୋବର ୨୨ରୁ ୨୪ ପର୍ଯ୍ୟନ୍ତ ୧୨ଟି ସ୍ଥାନରେ ଆୟୋଜିତ ଏକ କଠୋର ଏବଂ ମୂଲ୍ୟାୟନ ପ୍ରକ୍ରିୟା ପରେ, ବିପିୟୁଟିରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେ ପାଇଁ ୫୦ଟି ଦଳକୁ ଚୟନ କରାଯାଇଥିଲା। ଚୟନିତ ଅଂଶଗ୍ରହଣକାରୀଙ୍କ ମଧ୍ଯରେ ଏସ୍‌ଟିପିଆଇ, ରୁମାନ ଟେକ୍ନୋଲୋଜିସ୍, ଓକେସିଏଲ୍, ଓକାକ୍, ଏମ୍‌ଇଆଇଏଲ୍ ଏବଂ ଡିଏଡିବି ଭଳି ପ୍ରତିଷ୍ଠିତ ଶିଳ୍ପ ସହଯୋଗୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦଶଟି ବାସ୍ତବ ଜୀବନର ସମସ୍ୟାର ସମାଧାନ ଉପରେ କାର୍ଯ୍ୟ କରିବେ। ବିଜେତାମାନଙ୍କୁ ମୋଟ ୬ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏଥିରେ ମୋଟ ୨୨ଟି କଲେଜରୁ ୨୪୮ ଜଣ ଛାତ୍ରଛାତ୍ରୀ ଗ୍ରାଣ୍ଡ ଫିନାଲେରେ ସେମାନଙ୍କ ଅନୁଷ୍ଠାନର ପ୍ରତିନିଧିତ୍ୱ କରୁଛନ୍ତି।

 ବିପିୟୁଟି ଟେକ୍ କାର୍ନିଭାଲ୍ ୨୦୨୫ରେ ୨୪ଟି ବୈଷୟିକ, ୧୩ଟି ସାଂସ୍କୃତିକ ଏବଂ ୧୪ଟି କ୍ରୀଡା ଇଭେଣ୍ଟ (ବାଳକ ଏବଂ ବାଳିକା ବର୍ଗରେ ୭ଟି ଲେଖାଁ) ସାମିଲ ଅଛନ୍ତି, ଯାହା ନଭେମ୍ବର ଏବଂ ଡିସେମ୍ବର ୨୦୨୫ରେ ସାରା ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଇଭେଣ୍ଟଗୁଡିକ ବିପିୟୁଟିର ବିଭିନ୍ନ ଅନୁବନ୍ଧିତ ଏବଂ ସଂଲଗ୍ନ କଲେଜର ଛାତ୍ରଛାତ୍ରୀମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣର ସାକ୍ଷୀ ହେବ। 

  ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ମଧ୍ୟ ବିପିୟୁଟି ଓ-ଜବସ୍ ୨୦୨୬ର ଆରମ୍ଭ ଘୋଷଣା କରିଛି, ଯାହା ବିପିୟୁଟିର ଅନୁବନ୍ଧିତ ଏବଂ ସଂଲଗ୍ନ କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ପାଇଁ ଏକ କେନ୍ଦ୍ରୀୟ ପ୍ଲାଟଫର୍ମ ହେବ । ଏହି ଅବସରରେ, ତ୍ରୈମାସିକ ବିପିୟୁଟି ନ୍ୟୁଜ-ଲେଟର ମଧ୍ୟ ଉନ୍ମୋଚିତ କରାଯାଇଥିଲା।  ବିପିୟୁଟିର ଡେପୁଟି ରେଜିଷ୍ଟ୍ରାର ଡକ୍ଟର ଶୁଭେନ୍ଦୁ କୁମାର ରଥଙ୍କ ଦ୍ୱାରା ପ୍ରସ୍ତାବିତ ଧନ୍ୟବାଦ ପ୍ରସ୍ତାବ ସହିତ ପ୍ରଥମ ଦିନର ସମାରୋହ ଶେଷ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗୀତରେ ନାଚିଲେ ବିଧାୟକ, ବିଡ଼ିଓ ଓ ସରପଞ୍ଚ

masiha

ରୋଗାଗ୍ରସ୍ତ ବାପା ମୄତ୍ୟୁ ପରେ ଅନାଥ ଦୁଇଝିଅ , ମୁଖାଗ୍ନି ଦେଇଛନ୍ତି ଦୁଇ କୁନି ଭଉଣି.

masiha

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହସ୍ପିଟାଲ ମ୍ୟାନେଜରଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!