ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅବସରରେ ବାରିପଦା ଠାରେ ସଚେତନତା ସାଇକେଲ ରାଲି ଅନୁଷ୍ଠିତ।

ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅବସରରେ ବାରିପଦା ଠାରେ ସଚେତନତା ସାଇକେଲ ରାଲି ଅନୁଷ୍ଠିତ।

 ମୟୂରଭଂଜ – ୨/୧୧ — ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ପାଳନ ଅବସରରେ ଆଜି ମୟୂରଭଞ୍ଜ ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ସାଇକେଲ ରାଲି ଆୟୋଜିତ ହୋଇଯାଇଛି I 

ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଏହାକୁ ଉଦଘାଟନ କରି କହିଥିଲେ ଯେ ଏହି ରାଲି ର ମୁଖ୍ୟ ଉଦେଶ୍ୟ ହେଉଛି ସାଇବର ଠକ ମାନଙ୍କ କବଳରୁ ସୁରକ୍ଷିତ ରହିବା ପାଇଁ ସତର୍କତା ଅବଲମ୍ବନ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା।କାରଣ ପରିବର୍ତ୍ତିତ ସମୟ ଅନୁସାରେ ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ଉନ୍ନତ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସାଙ୍ଗକୁ ଇଣ୍ଟେର୍ନେଟ ଓ ସ୍ମାର୍ଟ ଫୋନ୍ ବ୍ୟବହାର ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇ ପଡିଛି ଏବଂ ସମସ୍ତଙ୍କ ଜୀବନ ବ୍ୟସ୍ତ ବହୁଳ ହୋଇଯାଇଛି। ଏହାର ସୁଯୋଗ ନେଇ ସାଇବର ଠକମାନେ ନୂଆ ନୂଆ ଅଭିନଵ ଉପାୟରେ ଠକୁଛନ୍ତି, ବିଶେଷ କରି ଲୋକମାନଙ୍କ ବ୍ୟାଙ୍କ ଖାତାରୁ ଜମା ରାଶି ହଡପ କରି ନେଇ ଲୋକଙ୍କୁ ଭୀଷଣ ଆର୍ଥିକ କ୍ଷତି ପହଞ୍ଚାଉଛନ୍ତି । ତେଣୁ ସାମାଜିକ ଗଣମାଧ୍ୟମ ବ୍ୟବହାର ସମୟରେ, ଅନଲାଇନ ସପିଙ୍ଗ ସମୟରେ, ଅନଲାଇନ ଆର୍ଥିକ କାରବାର ସମୟରେ, ଅନଲାଇନରେ କ୍ରୟ ବିକ୍ରୟ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା, ପିତାମାତା ମାନେ ସେମାନଙ୍କ ପିଲାମାନଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ଆପ ଗୁଡିକ ନିୟମିତ ଯାଞ୍ଚ କରିବା, ପିଲାମାନଙ୍କୁ ଯଥା ସମ୍ଭବ ଅନଲାଇନ ଗେମରୁ ନିବୃତ କରାଇବା ନେଇ ସଚେତନ କରାଯାଉଛି। ଏଥି ସହିତ ଏଟିଏମ/ପ୍ୟାନ/ଆଧାର କାର୍ଡ ଇତ୍ୟାଦି ଅପଡେଟ ପାଇଁ ପିନ ପାସ ୱାର୍ଡ ଶେୟାର କରିବା, ଟି ଭି ଟାୱାର ବସାଇବା ନେଇ ଆର୍ଥିକ ପ୍ରଲୋଭନର ବଶବର୍ତ୍ତୀ ହେବା , ଚାକିରୀ ଦେବା ନାଁରେ କିଛି ଅର୍ଥ ପୈଠ ପାଇଁ ପ୍ରବର୍ତ୍ତାଇବା, ମାର୍ଟିମନିଆଲ ସାଇଟରେ ତଥ୍ୟ ଶେୟାର କରିବା, ମାଗଣାରେ କୌଣସି ଉପହାର ଦେବା, ବିଭିନ୍ନ ଆପ ଜରିଆରେ ବିନା ସୁଧରେ ଋଣ ଦେବା,ସିମ ସ୍ୱାପ , ଅଜ୍ଞାତ ଫୋନ କଲରେ ବିଶ୍ୱାସ କରିବା, ଡିଜିଟାଲ ଆରେଷ୍ଟ ସନ୍ଦେଶ ପାଇବା, ସନ୍ଦେହ ଜନକ ଅଜଣା ଲିଙ୍କରେ କ୍ଲିକ,କୌଣସି ଅଜଣା ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ତଥ୍ୟ ବା ଫୋଟୋ ସେୟାର କରିବା ଇତ୍ୟାଦି ଠକାମୀର ଶିକାର ନହେବା ପାଇଁ ସଚେତନ କରାଯାଉଛି।

ଏତଦ ବ୍ୟତୀତ ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କଠିନ ପାସ୍ ୱାର୍ଡ ବ୍ୟବହାର କରିବା ସହିତ ଯଦି ଅଜଣା ଫୋନ ନମ୍ବରରୁ କିଛି ସନ୍ଦେଶ ବା କଲ ଆସେ ତେବେ ତରବରିଆ ଭାବେ ନିଷ୍ପତ୍ତି ନନେଇ ଭାବିଚିନ୍ତି କାର୍ଯ୍ୟ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ଯଦ୍ୱାରା ସାଇବର ଠକାମୀ ରୁ ସୁରକ୍ଷିତ ରହିବେ।

ଉକ୍ତ ରାଲିରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମିଲ ହୋଇ ଅଂଶଗ୍ରହଣକାରିମାନଙ୍କ ସହିତ ସାଇକେଲରେ ସହର ପରିକ୍ରମା କରିଥିଲେ ଏବଂ ରାଲି ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତା ଦିଆଯାଇଥଲା। ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ସବିତା ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିପକ କୁମାର ଗୋଛାୟତ, ଗୌତମ କିଷାନ,ରିଜର୍ଭ ପୋଲିସ ନିରୀକ୍ଷକ ଆଲୋକ କୁମାର କାନୁନଗୋ, ପଞ୍ଚମ ବାଟାଲିୟନ କାମାଣ୍ଡେଣ୍ଟ ପ୍ରଶାନ୍ତ କୁମାର ନାୟକ ,ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ,ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ସ୍ବେଛାସେବୀ, କ୍ରୀଡ଼ାବିତ, ବୁଦ୍ଧଜୀବୀ, ସମାଜସେବୀ ଓ ସାଧାରଣ ନାଗରିକ ଅଂଶ ଗ୍ରହଣ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅନୁଷ୍ଠିତ ହେଲା ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ 

Sunil Chandra Nayak

ସର୍ବ ଭାରତୀୟ ଏକଲ ଶିକ୍ଷ୍ୟା ଅଭିଯାନ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!