ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ୍ଦିର ପ୍ରତିଷ୍ଠାତା ଙ୍କ ବିୟୋଗ

ମନ୍ଦିର ପ୍ରତିଷ୍ଠାତା ଙ୍କ ବିୟୋଗ

ରାଉରକେଲା: ସେକ୍ଟର ୨ ସ୍ଥିତ ଶ୍ରୀଜଗଦ୍ଧାତ୍ରୀ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା ସେକ୍ଟର ୨ ସୁଶିଳାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ସୁବାସ ଚନ୍ଦ୍ର ମହାପାତ୍ରଙ୍କ ୬୧ ବର୍ଷ ବୟସରେ ହାର୍ଟ ଆଟାକ ରେ ପରଲୋକ ହୋଇଯାଇଛି। ସେ କିଛି ମାସ ହେବ ଅସୁସ୍ଥ ଥିଲେ। ତେବେ ଆଜି ଭୋର ୪ ଟା ସମୟରେ ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସିଡବ୍ଲୁଏସ ହସ୍ପିଟାଲ ଓ ପରେ ଆଇଜିଏଚ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ଧର୍ମପରାୟଣ ତଥା ମେଳାପୀ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ମହାପାତ୍ରଙ୍କ ବିଧବା ପତ୍ନୀ, ଏକମାତ୍ର ପୁତ୍ର ଓ ଝିଅ ଅଛନ୍ତି। ମୃତ୍ୟୁ ଖବର ପାଇ ଘନିଷ୍ଠ ବନ୍ଧୁ ସାମ୍ବାଦିକ କୁଞ୍ଜବିହାରୀ ରାଉତ,କମଳ ଚନ୍ଦ୍ର ଦାସ, ମହାବିଦ୍ୟାଳୟ ତରଫରୁ ପ୍ରଫେସର ଇଶ୍ଵର ମେହେର,ମନ୍ଦରଧର ଦାସ, ରୋହିତ ମହାନନ୍ଦ, ମୃତ୍ୟୁଞ୍ଜୟ ଶତପଥୀ, ମନ୍ଦିରର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ମାର୍କଣ୍ଡ ନାଥ, ରବିନ୍ଦ୍ର ନାୟକ, ମନୋଜ ସାମଲ,ମାଟିଆ, ଦିଲ୍ଲିପ ବେହେରା, ପ୍ରସାଦ ରାଉତ, ପ୍ରଦୀପ ମହାନ୍ତି, ତ୍ରୟିଲୋକନାଥ ନାୟକ, ସୁଜିତ ମହାପାତ୍ର, ସଂଗ୍ରାମ ସାମନ୍ତରାୟ, ସୁଧୀର କୁମାର ଦାସ,ଆଲୋକ ପଟ୍ଟନାୟକ ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। ବେଦବ୍ୟାସ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁତ୍ର ସାହିଲ ମୁଖାଗ୍ନୀ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦିପାବଳି ଉତ୍ସବରେ ମାଇଭାରତର ସ୍ୱଚ୍ଛତା କାର୍ଯ୍ୟକ୍ରମ

masiha

ଦୁଇ ମହିୟସୀ ମହିଳାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

Sunil Chandra Nayak

ଧର୍ମଗଡ଼ ବସ୍ତିପଡା ରାଧା କଷ୍ଣ ସାଂସ୍କୃତିକ ପରିଷଦର ନୂତନ ଭବନ ବିଧାୟକଙ୍କ ଦ୍ୱାରା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!