ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ତମରାଇ କଲେଜ ରେଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ 

ମୁଣ୍ତମରାଇ କଲେଜ ରେଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ 

ଆସିକା, ୧୫/୧/୨୫ // ମୁଣ୍ତମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ଏହି ଅବସରରେ ଶଙ୍କର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଣ୍ତମରାଇ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ସଂଘମିତ୍ରା ଜେନା ଉଦ୍ଘାଟନ କରି ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ର ଆବଶ୍ୟକତା ଓ ଉପକାର ବିଷୟରେ ବୁଝାଇ ଥିଲେ । ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ର ସଂଯୋଜିକା ଶିକ୍ଷା ବିଭାଗ ଅଧ୍ୟାପିକା ସୁଶ୍ରୀ ବବିତା ରାଣୀ ସାବତ ଛାତ୍ରୀ ମାନଙ୍କୁ ଉତ୍ତମ ଭାବରେ ଆତ୍ମ ସୁରକ୍ଷା କୌଶଳ ଶିଖିବା ପାଇଁ ଆହ୍ବାନ ଦେଇଥିଲେ । ଅଧ୍ୟାପକ ଶଙ୍କର ସାହୁ,ରଞ୍ଜନ ପଟଯୋଶୀ ଓ ଅଧ୍ୟାପିକା ସୁମିତ୍ରା ପାଢ଼ୀ ଆତ୍ମ ସୁରକ୍ଷା ଉପରେ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ମାଷ୍ଟର ଟ୍ରେନର ମିନତି ଗୌଡ଼ ଓ ବବିତା ସାହୁ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରୁଥିବା ବେଳେ ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ

Related posts

ନୂତନ ବିଡ଼ିଓଙ୍କ ଯୋଗଦାନ

masiha

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ପୁଣି ତେଜିଲା

Sunil Chandra Nayak

ଦିବ୍ୟାଙ୍ଗ ସୁନା ଧର ଭତ୍ତାରୁ ବଞ୍ଚିତ: ଭୀମ ଭୋଇ ଭିନ୍ନକ୍ଷମ ଶିବିର କାହା ସ୍ୱାର୍ଥରେ

Sunil Chandra Nayak

Leave a Comment

error: Content is protected !!