ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡା ଉପନିର୍ବାଚନ ପ୍ରଚାରରେ ଯାଜପୁରର ଯୁବନେତା ସଂଗ୍ରାମ ପାତ୍ର !ସାଂସଦଙ୍କ ସହ ଘରେଘରେ ଭୋଟ ସଂଗ୍ରହ ଅଭିଯାନରେ ସାମିଲ 

ନୂଆପଡା ଉପନିର୍ବାଚନ ପ୍ରଚାରରେ ଯାଜପୁରର ଯୁବନେତା ସଂଗ୍ରାମ ପାତ୍ର !ସାଂସଦଙ୍କ ସହ ଘରେଘରେ ଭୋଟ ସଂଗ୍ରହ ଅଭିଯାନରେ ସାମିଲ 

 ଯାଜପୁର ,୪/୧୧(ମସିହା ନ୍ୟୁଜ) : ପ୍ରଦୀପ କୁମାର ମଲ୍ଲିକ :ନୂଆପଡା ଉପନିର୍ବାଚନରେ ରାଜ୍ୟର ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଚାର ମଇଦାନରେ ଯାଜପୁରର ଯୁବନେତା ସଂଗ୍ରାମ ପାତ୍ରଙ୍କ ଉପସ୍ଥିତି ନୂତନ ଉତ୍ସାହ ଭରିଦେଇଛି। ଯାଜପୁର ନିର୍ବାଚନମଣ୍ଡଳୀରେ ବିଜେଡିକୁ ଚେକ୍ ଦେଇ ନିଜ ଦଳୀୟ ସଂଗଠନକୁ ସୁଦୃଢ କରିଥିବା ସଂଗ୍ରାମ, ବର୍ତ୍ତମାନ ନୂଆପଡା ଉପନିର୍ବାଚନରେ ବିଜେପି ପକ୍ଷରୁ ପ୍ରଚାର ମଞ୍ଚରେ ଆଗୁଆ ଭୂମିକା ଗ୍ରହଣ କରିଛନ୍ତି। ସେ ଯାଜପୁର ସାଂସଦଙ୍କ ସହିତ କୋମନା ବ୍ଲକ ଅଧୀନ ବଞ୍ଜାରି ମଣ୍ଡଳର ବିଭିନ୍ନ ଗ୍ରାମପଞ୍ଚାୟତ ଦାୟୀତ୍ଵରେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ସଂଗ୍ରାମ ଘରେଘରେ ଯାଇ ଭୋଟରଙ୍କ ସହ ସାକ୍ଷାତ କରି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ସମର୍ଥନ ସଂଗ୍ରହ କରୁଛନ୍ତି। ତାଙ୍କ ଯୁବ ଉତ୍ସାହ, ସାଙ୍ଗଠନିକ ଦକ୍ଷତା ଓ ଦୀର୍ଘ ରାଜନୈତିକ ଅନୁଭବ ସହିତ “ଡବଲ ଇଞ୍ଜିନ ସରକାର”ର ଲୋକାଭିମୁଖୀ ଯୋଜନାମାନଙ୍କୁ ଭୋଟରଙ୍କ ମଧ୍ୟରେ ପହଞ୍ଚାଇ ସଂଗ୍ରାମ ଏକ ନୂଆ ଜୋଷ ଭରିଦେଇଛନ୍ତି। ସଂଗ୍ରାମଙ୍କ ଯୋଗଦାନରେ ନୂଆପଡା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ଓ ନେତୃତ୍ୱମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଦେଖାଦେଇଛି। ଦଳପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏକ ପର୍ଯ୍ୟବେକ୍ଷକଙ୍କ କଥାରେ, “ସଂଗ୍ରାମ ପାତ୍ର ହେଉଛନ୍ତି ଯାଜପୁରର ଏକ ଯୁବ ନେତା ଯିଏ ଦଳୀୟ ସଂଗଠନରେ ଶକ୍ତି, ଯୁବଶକ୍ତି ଓ ଯୁଗୋପଯୁଗୀ ଚିନ୍ତାଧାରା ଆଣିଛନ୍ତି। ତାଙ୍କ ଯୋଗଦାନ ନୂଆପଡା ଉପନିର୍ବାଚନରେ ବିଜେପିକୁ ଅଧିକ ଗତି ଦେବ। 

Related posts

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା ରାଜ୍ୟରେ ଭୁଶୁଡ଼ି ଗଲାଣି ଆଇନର ଶାସନ: ବିଜେଡି

ତିରିଂ ବ୍ଳକର ନାରଣପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ସରକାରୀ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଭିଡ଼ ହିଂସା ଘଟାଇବାକୁ ଉଦ୍ୟମ କରୁନଥିଲେ ତ ବିଜେପି ନେତା ଅରିନ୍ଦମ ରାୟ: ବିଜେଡି

Leave a Comment

error: Content is protected !!