ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ ଉଚ୍ଚ ମାଧ୍ୟମିକ ମହିଳା କବାଡି ପ୍ରତିଯୋଗିତା ସୋମପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ

ଆନ୍ତଃ ଉଚ୍ଚ ମାଧ୍ୟମିକ ମହିଳା କବାଡି ପ୍ରତିଯୋଗିତା

ସୋମପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ

ଯାଜପୁର , ୪|୧୧ (ମସିହା ନ୍ୟୁଜ) ପ୍ରଦୀପ କୁମାର ମଲ୍ଲିକ : ବରୁଣେଶ୍ୱର ମହାବିଦ୍ୟାଳୟ ମିନି ଷ୍ଟାଡିୟମରେ ଚାଲୁଥିବା ତ୍ରିଦିବସୀୟ ଆନ୍ତଃ ଉଚ୍ଚ ମାଧ୍ୟମିକ ମହିଳା କବାଡ଼ି ପ୍ରତିଯୋଗିତା ସୁଚାରୁରୂପେ ସମ୍ପନ୍ନ ହୋଇଯାଇଛି | ଗତ ନଭେମ୍ବର ୧ ତାରିଖରେ ଏହି ପ୍ରତିଯୋଗିତା କୁ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନ୍ଦୁରେଖା ନାୟକ ଆନୁଷ୍ଠାନିକ ରୂପେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ | କ୍ରୀଡା ପ୍ରଶିକ୍ଷକ ରଂଜନ କୁମାର ସୂତାର , ଅଧ୍ୟାପକ ଅରୁଣ ବିକାଶ କର ପ୍ରମୁଖ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ଅଲୋକପାତ କରିଥିଲେ | ବରୁଣେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ବିରଜା ମହିଳା ଉଚ୍ଚ ମାଧ୍ୟମିକ୍ , ସୋମପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଭୃତି ୧୫ ଟି ଉଚ୍ଚ ବିଦ୍ୟାଳୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ | ଫାଇନାଲ ମ୍ୟାଚ୍ – ସୋମ ପାଟଣା ଉଚ୍ଚ ମାଧ୍ୟମିକ ଓ ଇନ୍ଦିରାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଯୋଗୀ ମାନଙ୍କ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା ଏବଂ ସୋମପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , କେନ୍ଦୁଝର ଚମ୍ପିୟନ ହୋଇଥିଲା |

   ଉଦଯାପନୀ ଦିବସରେ ବିଶିଷ୍ଟ ଶିକ୍ଷାବିତ୍ ଡ଼. ବଟକୃଷ୍ଣ ମହାପାତ୍ର , ମୁଖ୍ୟ ଅତିଥି ରୂପେ ଯୋଗଦେଇ କବାଡ଼ି ପ୍ରତିଯୋଗିତାର ପ୍ରାଚୀନତା ସମ୍ପର୍କରେ ବର୍ଣନା କରି ଚମ୍ପିୟନ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ | ଏହି ଅଧିବେଶନରେ ଅଧ୍ୟକ୍ଷା ବିନ୍ଦୁରେଖା ନାୟକ ଅଧ୍ୟକ୍ଷତା କରିଥିଲେ | ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପକ ସୁବ୍ରତ ଦାସ ସଂଯୋଜନା ଓ ଜିତେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ | କ୍ରୀଡା ପ୍ରଶିକ୍ଷକ ସର୍ବଶ୍ରୀ ଲାଲା , ସଂଜୀବ ଭଦ୍ର , କ୍ଷୀରୋଦ ହାତୀ , ଶ୍ୟାମ ସୁନ୍ଦର ବେହେରା , କିଶାନ ପଣ୍ଡା ପ୍ରମୁଖ ପରିଚାଳନା ଓ ଜିତେନ୍ଦ୍ର ବିଶ୍ୱାଳ ପ୍ରତିଯୋଗିତାଟିକୁ ସଂଚାଳନ କରିଥିଲେ | 

Related posts

ନେଗିଗୁଡା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା “ଉତ୍ସାହ” ଉଦଯାପିତ

Sunil Chandra Nayak

ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!