ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଶଙ୍ଖ ଭବନରୁ ବିଜେପିକୁ ନବୀନ ପଟ୍ଟନାୟକଙ୍କ ସମାଲୋଚନା ସିଙ୍ଗଲ ଓ ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ,ସୁଶାସନ ଗୁରୁତ୍ଵପୂର୍ଣ୍ଣ

 ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଜିତିବା ପରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ଆୟୋଜନ କରିଥିବା ବିଜୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି। ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିରୋଧୀଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି ନବୀନ ।ସେ କହିଛନ୍ତି, ଏହି ବିଜୟ ଝାରସୁଗୁଡ଼ାବାସୀଙ୍କର ବିଜୟ। ଏହି ବିଜୟ ପାଇଁ ଝାରସୁଗୁଡ଼ାବାସୀଙ୍କ ନିକଟରେ ମୁଁ ଋଣୀ। ବିଜେଡି ଋଣୀ। କର୍ମୀମାନଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଖରା ଓ ଗରମକୁ ଖାତିର ନକରି ପରିଶ୍ରମ ଓ ତ୍ୟାଗ କରିଥି‌ଲେ। ଝାରସୁଗୁଡ଼ା ପାଇଁ ନବ ଦାସ ଆରମ୍ଭ କରିଥିବା ବିକାଶଧାରାକୁ ବିଜେଡି ଆଗେଇ ନେବ।

ସେହିଭଳି ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ପଦ୍ମପୁରରେ ବି ବିରୋଧୀ ଦଳ ମାଆମାନଙ୍କୁ ସମ୍ମାନ ଦେଇ ନଥିଲା । ମହିଳା ପ୍ରାର୍ଥୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ । ପଦ୍ମପୁର ଭଳି ଝାରସୁଗୁଡ଼ାରେ ମଧ୍ୟ ବାପାଙ୍କୁ ହରାଇଥିବା ଝିଅଙ୍କୁ ଗାଳି କରିଥିଲେ । ପ୍ରତ୍ୟେକଟି ଉପନିର୍ବାଚନରେ ବିରୋଧୀ ମିଶନ ଶକ୍ତିର ନେତ୍ରୀ ଓ ମାଆମାନଙ୍କୁ ସମାଲୋଚନା କରୁଛନ୍ତି ।

ଇତିହାସ ସାକ୍ଷୀ ଅଛି, ଓଡ଼ିଶାବାସୀ କେବେ ବି ମାଆମାନଙ୍କ ପ୍ରତି ଅସମ୍ମାନକୁ ବରଦାସ୍ତ କରି ନାହାନ୍ତି । ଆମର ଝିଅ ମାନେ, ଆମର ଗର୍ବ । ବିଜେଡି ସବୁବେଳେ ସମାଜରେ ମାଆମାନଙ୍କ ଯୋଗଦାନକୁ ଗୁରୁତ୍ୱ ଦିଏ । ସେମାନଙ୍କୁ ମିଶନ ଶକ୍ତି ଭଳି ପ୍ଲାଟଫର୍ମ ଯୋଗାଇ ଦିଆଯାଇଛି । ହାଣ୍ଡିଶାଳରୁ ଚାରିକାନ୍ଥରୁ ବାହାରି ସେମାନେ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଛନ୍ତି ।

ବିରୋଧୀ ଦଳ ସବୁବେଳେ ମାଆମାନେ ସଶକ୍ତ ହେବାକୁ ବିରୋଧ କରିଛି, ଯାହାକି ବିପଦ । ବିରୋଧୀଙ୍କ ଏଭଳି ବ୍ୟବହାରକୁ ଓଡ଼ିଶାବାସୀ ସବୁବେଳେ ନା ପସନ୍ଦ କରି ପ୍ରତ୍ୟାଖ୍ୟାନ କରିଛନ୍ତି । ଆସନ୍ତୁ ଆମେ ଗଣତନ୍ତ୍ରର ସୁରକ୍ଷା ପାଇଁ ମାଆମାନଙ୍କୁ ଅଧିକାର ଦେବା ।

ନବୀନ ବିଜେପିକୁ ସମାଲୋଚନା କରି କହିଛନ୍ତି, ସିଙ୍ଗଲ ଓ ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଗୁରୁତ୍ୱପୂର୍ଣ୍ଣ ହେଉଛି କିଏ ଲୋକଙ୍କ ପାଇଁ କାମ କରୁଛି । ଲୋକଙ୍କ ପାଇଁ ଗୁଡ୍ ଗଭର୍ନାନ୍ସ ଜରୁରୀ। ଭଲ ସରକାର, ଲୋକଙ୍କ ପାଇଁ କାମ କରୁଥିବା ସରକାର ସବୁବେଳେ ଜିତେ । ଯେଉଁମାନେ ଆମ ମାଆଙ୍କୁ ଅସମ୍ମାନ କରନ୍ତି, ଲୋକଙ୍କ ବିରୋଧରେ କାମ କରନ୍ତି ସେମାନେ ହାରନ୍ତି, ଲୋକେ ସେମାନଙ୍କୁ କ୍ଷମା କରନ୍ତିନି ବୋଲି ନବୀନ କହି ପରୋକ୍ଷରେ ବିଜେପିକୁ ଚେତାଇ ଦେଇଛନ୍ତି ।

ଝାରସୁଗୁଡ଼ା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ(ବିଜେଡି) ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାରୁ ଉର୍ଦ୍ଧ୍ଵ ଭୋଟରେ ହରାଇଛନ୍ତି। ଏହି ବିଜୟ ପରେ ଶଙ୍ଖ ଭବନରେ ବିଜୟ ଉତ୍ସବ ପାଳନ ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ଝାରସୁଗୁଡା ଉପ ନିର୍ବାଚନରେ ବିଜେଡିର ବୃହତ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ନିଜ ଭାଷଣରେ ଡବଲ୍ ଇଞ୍ଜିନ ସରକାର ଓଡ଼ିଶାକୁ ଦରକାର ନୁହେଁ ବୋଲି ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ବିଜୟ ଝାରସୁଗୁଡାବାସୀଙ୍କ ଏବଂ ମହିଳା ଶକ୍ତିଙ୍କର। ଝାରସୁଗୁଡ଼ା ବିକାଶ ପାଇଁ ବିଜେଡି ତାର ଉଦ୍ୟମ ଜୋରଦାର କରିବ। ନବ ବାବୁଙ୍କ ବିକାଶ କାର୍ଯ୍ୟ ଆହୁରି ଆଗକୁ ନିଆଯିବ। ବିରୋଧୀ ଦଳ ଆମ ମାଆ ମାନଙ୍କୁ ଅସମ୍ମାନ କରିଥିଲେ ଏବଂ ବାପାଙ୍କୁ ହରାଇ ଥିବା ଝିଅଙ୍କୁ ଗାଳି କରିଛନ୍ତି। ବିରୋଧୀ ପ୍ରତ୍ୟେକ ଉପ ନିର୍ବାଚନରେ ମିଶନ ଶକ୍ତିର ନେତ୍ରୀ ଓ ମାଆ ମାନଙ୍କୁ ସମାଲୋଚନା କରୁଛନ୍ତି। ମାଆ ମାନଙ୍କ ପ୍ରତି ଏଭଳି ମନ୍ତବ୍ୟକୁ କେବେ ବରଦାସ୍ତ କରିନାହାନ୍ତି ଓଡ଼ିଶାର ମହିଳା ମାନେ। ବିରୋଧୀ ଦଳ ମାଆ ମାନଙ୍କ ବିକାଶକୁ ବିରୋଧୀ କରିଆସିଛନ୍ତି। ସେଥିପାଇଁ ଓଡ଼ିଶାବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। 

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୭ ହଜାର ୧୯୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୪୭୭ ଖଣ୍ଡ ଭୋଟ ପାଇଛନ୍ତି । ଏହାବାଦ୍‌ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୪୪୯୬ ଖଣ୍ଡ ଭୋଟ ପାଇଛନ୍ତି । ୪୮ ହଜାରରୁ ଉର୍ଦ୍ଧ୍ଵ ଭୋଟ୍‌ରେ ଦୀପାଳି ନିକଟତମ ପ୍ରତିଦ୍ୱନ୍ଦୀ ଟଙ୍କଧରଙ୍କୁ ପରାସ୍ତ କରିଛନ୍ତି।

ଆମେ ସୁବବେଳେ ମହିଳାମାନଙ୍କ ଯୋଗଦାନକୁ ଜନସାଧାରଣରେ ସମ୍ମାନ ଦେଇଆସିଛୁ । ହାଣ୍ଡିଶାଳର ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି ମିଶନଶକ୍ତିରେ ସଶକ୍ତ କରିଛୁ । ଓଡ଼ିଶାବାସୀ ବିରୋଧୀଙ୍କ ମହିଳା ବିରୋଧୀ ମନ୍ତବ୍ୟ ଓ ବ୍ୟବହାରକୁ ସବୁବେଳେ ନାପସସନ୍ଦ କରିଛନ୍ତି । ତେଣୁ ଆମେ ଶପଥ ନେବା ମାଆ ମାନଙ୍କୁ ସମ୍ମାନ ଜଣାଉଥିବା । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସହ ଛିଡ଼ା ହୋଇଛି, ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ସବୁବେଳେ କାମ କରିଛି, କରୁଥିବ ।

ଅନ୍ୟପଟେ ନବୀନଙ୍କ ଏଭଳି ସିଧା ନିଶାନା ୨୦୨୪ ପୂର୍ବରୁ ରାଜ୍ୟ ରାଜନୀତିରେ ହଲଚଲ କରିବ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରୁଛନ୍ତି । କାରଣ ଯେଉଁ ଡବଲ ଇଞ୍ଜିନ ସରକାର କଥା କହି ବିଜେପି ଦେଶର କୋଣ ଅନୁକୋଣରେ ଶାସନ କରିବାକୁ ରଣନୀତି ପ୍ରସ୍ତୁତ କରୁଛି, ସେହି ସମୟରେ ଝାରସୁଗୁଡ଼ାରୁ ‘ଶଙ୍ଖ’ନାଦ କରି ବିଜେଡି ୨୦୨୪ ବ୍ୟାଟେଲ ପାଇଁ ପ୍ରସ୍ତୁତ ଥିବା ଆଗୁଆ ଆହ୍ୱାନ ଦେଉଛି ବୋଲି ଚର୍ଚ୍ଚା ଜୋର ଧରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

masiha

କନ୍ଧମାଳରୁ ମୋଦୀଙ୍କ ଦମ୍ଭୋକ୍ତି : ଓଡ଼ିଶାରେ ହେବ ଡବଲ ଇଞ୍ଜିନ୍‌‌ ସରକାର: ‘ମୁଖ୍ୟମନ୍ତ୍ରୀ ବିନା କାଗଜରେ ୩୦ ଜିଲାର ନାଁ କୁହନ୍ତୁ’

masiha

କଂଗ୍ରେସ ବିଧାୟକ ବିଜୟର ଉତ୍ସାହ ପର୍ବ 

masiha

Leave a Comment

error: Content is protected !!