ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତୁଳସୀଡୁଙ୍ଗୁରି ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ 

ତୁଳସୀଡୁଙ୍ଗୁରି ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତୁଳସୀ ଡୁଙ୍ଗୁରି ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଧୁମଧାମରେ ପାଳିତ ହୋଇଯାଇଛି ।ଏହି ଅବସରରେ ପ୍ରଭୁ ଶ୍ରୀ କାର୍ତ୍ତିକଙ୍କ ପୂଜା କରାଯାଇଥିଲା ଓ ରାତ୍ରି କାଳୀନ ପୁରାଣ ପାଠ କରାଯାଇଥିଲା ।ହରିବୋଲ ହୁଳହୁଳି ଶବ୍ଦରେ ଗ୍ରାମ ଆନନ୍ଦ ଉଲ୍ଲାସରେ ଭରି ଉଠିଥିଲା। ଆଜି କାର୍ତ୍ତିକ ପୂର୍ଣ୍ଣିମାର ପଞ୍ଚୁକ ତିଥିରେ ସମସ୍ତ ବ୍ରତୀ ମାନେ ଭୋର ସକାଳରୁ ନିତ୍ୟକ୍ରମ ସାରି ସ୍ଥାନୀୟ ପୋଖରୀରେ ବୋଇତ ବନ୍ଦାଣ କରିଥିଲେ। ପୁରାଣ ଶାସ୍ତ୍ର ଅନୁଯାୟୀ ବାରମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ ଏହି ମାସରେ ଶ୍ରୀ ଶ୍ରୀ କାର୍ତ୍ତିକେୟ ଙ୍କୁ ରିତି ନିତି ର ସହ ଭକ୍ତି ଭାବରେ ପୂଜାର୍ଚ୍ଚନା କରି କାର୍ତ୍ତିକ ପୂର୍ଣ୍ଣିମା ପାଳନ କଲେ ପାପ କ୍ଷୟ, ଦୁଃଖ କଷ୍ଟ ଦୂର ହୁଏ ଏବଂ ଶୁଖ ଶାନ୍ତି ସମୃଦ୍ଧି ଓ ପୂଣ୍ୟ ଅର୍ଜ୍ଜନ ହୁଏ ବୋଲି କାର୍ତ୍ତିକ ପୂର୍ଣ୍ଣିମା ପାଳନ କରୀ ବ୍ରତି ମା ମାନଙ୍କ ବିଶ୍ଵାସ ରହିଥିବା ମତ ପ୍ରକାଶ କରିଛନ୍ତି।

ଉକ୍ତ ପୂଜାରେ ପୂଜକ ଭାବରେ ନୀଳମଣି ମିଶ୍ର କାର୍ଯ୍ୟ ତୁଲାଇଥିଲେ।ତୁଳସୀଡୁଙ୍ଗୁରି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ମନ୍ଦିର ପୂଜକଓ କର୍ତ୍ତ ଶ୍ରୀ ଚିନ୍ତା ମଣିବର୍ଗେ ଓ ତାଙ୍କ ଧର୍ମ ପତ୍ନୀ ଲତାବର୍ଗେ ଓ ଅରୁଣ କୁମର ବର୍ଗେ ଧର୍ମପତ୍ନୀ ରଞ୍ଜୁ ବର୍ଗେ, ପୂଜାରେ କର୍ତ୍ତ ଭାବରେ ବସିଛନ୍ତି, ଏହି କାର୍ତିକ ପୂଜା ଗାୟକ ପୀତବାସ ନାଗ ଓ ଭେଳା ସାଗର କାଲସାଏ, ସେବକ ଗିରିଧାରୀ ବର୍ଗେ, ବାସୁଦେବ ଧରୁଆ ମଗନ ଧରୁଆ ରଥି ବର୍ଗେ, ଚୁଡାବର୍ଗେ,ମଗଶିର ଧରୁଆ, ଅର୍ଜୁନ ବନଗୁଲା, ମଲି ଧରୁଆ, ନିରବତୀ ମେହେର ଗୀତାଞ୍ଜଳି ବର୍ଗେ, ଯଶୋବନ୍ତି ବର୍ଗେ, ଗୁରୁବାରୀ ଭୋଇ,ଘରକାଳସାଏ, ସଂଗୀତା ଭୋଇ,ଚନ୍ଦ୍ରାବର୍ଗେ, ଲଳିତା ବର୍ଗେ, ପ୍ରମୁଖ ଗ୍ରାମବାସୀ ପୂଜାରେ ସାମିଲ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

କୋକସରା ବ୍ଲକର ପୁରପଲ୍ଲୀରେ ଚୈତ୍ର ଯାତ୍ରା ଅନୁଷ୍ଠିତ, ଘଟ ରୁପରେ ଦର୍ଶନ ଦେଲେ ମା

Sunil Chandra Nayak

ରାଇରଙ୍ଗପୁର ରେ ଦୁଇ ଦିବସୀୟ ଗୁଣ୍ଡିଚା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଅଦ୍ଭୂତପୁର୍ଣ ସମାଗମ;ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ମତ୍ସ୍ୟ ବେଶ ଧାରଣ

Sunil Chandra Nayak

Leave a Comment

error: Content is protected !!