ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ପଞ୍ଚଦୀଵସୀୟ ୩୦ ତମ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ବାବାଙ୍କର ତିରିଶି ତମ ପୂଜା

ରାଇରଙ୍ଗପୁରରେ ପଞ୍ଚଦୀଵସୀୟ ୩୦ ତମ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ବାବାଙ୍କର ତିରିଶି ତମ ପୂଜା

ମୟୂରଭଂଜ:-୦୫/୧୧/୨୫ —  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ଜଗନ୍ନାଥ ସଡ଼କ ରାସ୍ତା ଛକରେ ତଥା ପୂଣ୍ୟତୋୟା ଖଡଖାଈ ନଦୀ ସନ୍ନିକଟ ରେ ୧୯୯୫ ମସିହାରୁ ଆରମ୍ଭ ହୋଇ କତିପେୟ ଧାର୍ମିକ ଯୁବକଙ୍କ ଦ୍ଵାରା ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵରଙ୍କ ପୁଜା ମହାସମାରୋହରେ ପାଳନ କରାଯାଉଛି । ଏହି ପୁଜା ପାଞ୍ଚ ଦିନଧରି ମହାସମାରୋହରେ ପାଳିତ କରାଯାଇଛି। ଏଥିରେ ସଭାପତି ମନମୋହନ ପ୍ରଧାନ ଏବଂ କମିଟିର ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଧୁମଧାମରେ ପୂଜାର୍ଚନା କାର୍ଯ୍ୟକ୍ରମ ୫ ଦିନ ଧରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଉଛି । ମୁଖ୍ୟ ପୁଜକ ଶ୍ରୀ ପ୍ରଶନ୍ନ ସଡଙ୍ଗୀ ଏବଂ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି ।କର୍ତ୍ତାଭାବରେ ସଞ୍ଜୟ ପୋଥାଳ ଏଵଂ ତାଙ୍କ ସହଧର୍ମିଣୀ ନିଷ୍ଠାର ସହ ଦାୟିତ୍ଵ ନିଭାଇଥିଲେ      । ଆଜି ଅନ୍ତିମ ଦିବସ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ହଜାର ହଜାର ଶ୍ରଦ୍ଧାଳୁ ଶୌଚସାରି ନବ ବସ୍ତ୍ର ପରିଧାନ କରି ପୂଣ୍ୟତୋୟା ଖଡଖାଈ ନଦୀରେ ଡ଼ଙ୍ଗା ଭସାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଚତୁର୍ଦ୍ଧା ମୂତିଙ୍କ ଦର୍ଶନ କରି ପୂଜାର୍ଚିନା କରି ଆଶୀର୍ବାଦ ନେଇଥିଲେ ।ସେଠାରୁ ଫେରି ପୁଣି ଜଗନ୍ନାଥ ସଡ଼କ ଛକରେ ଦେବଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର‌ଵାଵା କାର୍ତିକେଶ୍ବରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ବାବା ଶ୍ରୀ ଶ୍ରୀ କାର୍ତିକେଶ୍ବର ପୂଜା କମିଟି ତରଫରୁ କମିଟି ତରଫରୁ ୨୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଉ ଅନ୍ନ ଖିଚୁଡି ବଣ୍ଟନ କରାଯାଇଥିଲା ।ଆଜି ରାଇରଙ୍ଗପୁର ସହର ଭକ୍ତିମୟ, ରସମୟ, ଶାନ୍ତିର, ହାସ୍ୟମୟୀ ହୋଇ ଉଠିଥିଲା ।ସଂନ୍ଧ୍ଯାରେ ଆଳତୀ ଦର୍ଶନ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ହୋଇଥିଲେ ।ପରେ ପୂର୍ଣାହୁତି ହୋଇଥିଲା ।ଶାନ୍ତିଶୃଙ୍ଖଳାର ସହ କାର୍ତ୍ତିକ ପୂଜା ସମ୍ପନ୍ନ ହେବା ସହ ରାଇରଙ୍ଗପୁର ସହରବାସୀଙ୍କୁ ସଭାପତି ମନମୋହନ ପ୍ରଧାନ କୃତଜ୍ଞତା ଜଣାଇଥିଲେ

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

Sunil Chandra Nayak

ସୋମେଶ୍ଵର ମହାଦେବ ଙ୍କ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ

ଗୋପାଳ ଶ୍ରୀକ୍ଷେତ୍ର ସମେତ ଝରିଗୁମ୍ମା ଅଞ୍ଚଳଗୁମ୍ମା ରେ ଶ୍ରୀଜୀଉ ଙ୍କ ହାତୀ ବେଶ 

Leave a Comment

error: Content is protected !!