ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ତଥା ଖାତିଗୁଡା ସତସଙ୍ଗ ଶ୍ରୀ ମନ୍ଦିର ର୨୮ଭିତମ ସ୍ମାରକୀ ମହୋତ୍ସବ

ତେନ୍ତୁଳିଖୁଣ୍ଟି ୨୬/୦୨/୨୩ ନବରଙ୍ଗ ପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ସତସଙ୍ଗ ଶ୍ରୀ ମନ୍ଦିର ରେ ଆଜି ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଓ ଏହି କେନ୍ଦ୍ର ର ୨୮ ତମ ବାର୍ଷିକ ଉଦବୋଧନ ସ୍ମାରକୀ ମହୋତ୍ସବ ପାଳିତ ହୋଇ ଯାଇଛି। ଶ୍ରୀ ଶ୍ରୀ ଠାକୁର ଙ୍କ ଜୀବନ ଓ ବୃଦ୍ଧିର ଅମୀୟ ମନ୍ତ୍ର ରେ ପ୍ରେରଣା ପ୍ରବୁଦ୍ଧ ହୋଇ ଜାଟି,ଧର୍ମ ,ବର୍ଣ୍ଣ ଓ ସମ୍ପ୍ରଦାୟ ଗତ ଭେଦ ଭାବ ଭୁଲି ବର୍ତ୍ତମାନ ର ସଂକଟମୟ ମୂହୁର୍ତ୍ତରେ ସପରିବାରନିଜକୁ ଅଭିଷିକ୍ତ କରି ଜୀବନକୁ ସାର୍ଥକ କରିବା ସହିତ ବିଶ୍ୱ ଶାନ୍ତି ପଥରେ ଅଗ୍ରସର ହୋଇ ଚାଲିବାକୁ ଆହ୍ୱାନ ଦେଇଥିଲେ ରିତ୍ଵିକ । ଆଜି ବ୍ରାହ୍ମ ମୁହୂର୍ତ୍ତରେ ମାଙ୍ଗଳିକ ନହବତ ଉଷା କୀର୍ତ୍ତନ, ପ୍ରାତଃ ବିନତି ସତଗ୍ରନ୍ଥ ପାଠବ ସଂଗୀତାଞ୍ଜଳି ପରେ ନଗର ପରିକ୍ରମା କରିଥିଲେ ଠାକୁର ଙ୍କ ଅନୁଗାମୀ। ସତସଙ୍ଗ ଓ ସଦା ଲୋଚନା ପରେ ପ୍ରସାଦ ସେବନ ହୋଇଥିଲା। ମାତୃ ସମ୍ମିଳନୀ ସନ୍ଧ୍ୟା ବିନତି ସଂଗୀତାଞ୍ଜଳି ସହ ରାତ୍ର ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଆଜିର କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଦୀପ କୁମାର ଖୁଣ୍ଟିଆ,ନବୀନ ନାୟକ ,ପ୍ରବୀର ସାମଲ,ମୁଦୁଲି ସମେତ ଖାତିଗୁଡା ସତସଙ୍ଗ ଶ୍ରୀମନ୍ଦିର ର ସଦସ୍ୟସଦସ୍ୟ। ସହଯୋଗ କରିଥିଲେ। ମୂଖ୍ୟ ସତ ସଂଘ ପରିଚାଳକ ଡ଼ ,ଯଗତ ବନ୍ଦ ସାହୁ ସହ ଅ୍ରତିରିକ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ କୈଳାଶ ଚନ୍ଦ୍ର ଦଳେଇ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ପ୍ର।ନ୍ତରୁ ଗୁରୁ ଭାଇ ଓ ମା ମାନେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ଇନ୍ଦ୍ରାବତୀ ସତସଂଘୀ ଗୁରୁଭାଇନମାନଙ୍କ ସହଯୋଗରେ ମହାସମାରୋହରେ ପାଳନ କରାଯାଇଥିଲା । ଇନ୍ଦ୍ରାବତୀ ର ସମସ୍ତ ଧର୍ମ ପ୍ରତିଷ୍ଠାନ ର ଭକ୍ତ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଶେଷହେଲା ଭାଇଚାରାର ପର୍ବ ଚନ୍ଦନ ଯାତ୍ରା 

ଖମ୍ୱପଡା ଗ୍ରାମରେ ୧ ମ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ 

Sunil Chandra Nayak

କଲେଗାଁ ମା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

masiha

Leave a Comment

error: Content is protected !!