ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ ସ୍ବେଛାସେବୀଙ୍କ ରକ୍ତଦାନ ପାଇଁ ବଞ୍ଚିଲା ୩ ଜଣଙ୍କ ଜୀବନ 

୩ ସ୍ବେଛାସେବୀଙ୍କ ରକ୍ତଦାନ ପାଇଁ ବଞ୍ଚିଲା ୩ ଜଣଙ୍କ ଜୀବନ 

ମୟୂରଭଂଜ – ତା :- ୦୫/୧୧/୨୦୨୫ ରିଖ — ବାରିପଦା ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥିବା ବେଳେ ୩ ଜଣ ସ୍ବେଛାସେବୀ ରକ୍ତଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ 3 ଜଣ ରୋଗୀ ଙ୍କର ଜରୁରୀ କାଳୀନ ରକ୍ତର ଆବଶ୍ୟକ ହେବାରୁ ସେମାନେ ନାରାୟଣ ସେବା ଟ୍ରଷ୍ଟକୁ ଯୋଗାଯୋଗ କରିଥିଲେ । ଖବର ପାଇ ନାରାୟଣ ସେବା ଟ୍ରଷ୍ଟର ସକ୍ରିୟ ସଦସ୍ୟମାନେ ମଧୁବନର ରକ୍ତଦାତାଙ୍କୁ ଯୋଗାଯୋଗ କରିବାରୁ ପ୍ରଦୀପ କୁମାର ଘୋଷ ଗୟଲମରାର ମହିଳା ରୋଗୀ ବିଜ ମୁର୍ମୁଙ୍କୁ ରକ୍ତଦାନ କରିଥିଲେ I ଖୁଣ୍ଟା ର ରକ୍ତଦାତା ଭାଗବତ ମୁର୍ମୁ ବାରିପଦାର ବେଲଗଡିଆ ମହିଳା ରୋଗୀ ସଂଯୁକ୍ତା ପଣ୍ଡାଙ୍କୁ ରକ୍ତଦାନ କରିଥିଲେ ଏବଂ ଖୁଣ୍ଟା ର ରକ୍ତଦାତା ନାରାୟଣ ମୁର୍ମୁ ବାରିପଦାର ରଘୁନାଥପୁରର ରୋଗୀ ମଧୁସ୍ମିତା ବିଶ୍ଵାଳ ଙ୍କୁ ନିଜର ବହୁମୂଲ୍ୟ ରକ୍ତଦାନ କରି ଥିଲେ I ରକ୍ତଦାନ ସମୟରେ ନାରାୟଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଡ଼ଃ ନିରୋଜ କୁମାର ପୋଥାଳଙ୍କ ସମେତ ଜୟ ପ୍ରକାଶ ମହାନ୍ତ, ହିମାଂଶୁ ପ୍ରହରାଜ, ଇନ୍ଦ୍ରଜିତ ମହାନ୍ତ ଓ ଡ଼ଃ ବ୍ରଜ କିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ସାର୍ଟିଫିକେଟ ସହିତ ଚାରାଗଛ ଦେଇ ସମ୍ମାନିତ କରିଥିଲେ I ପ୍ରକାଶ ଥାଉକି ନାରାୟଣ ସେବା ଟ୍ରଷ୍ଟ ବର୍ଷସାରା ଏହିଭଳି ସେବା ଯୋଗାଇଚାଲିଛି I

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ଯ କରିବା ପାଇଁ କୃଷକ ମାନଙ୍କୁ ନେଇ ବୈଠକ ଅନୁଷ୍ଟିତ

Sunil Chandra Nayak

ମହାଆଡମ୍ବରରେ ଶ୍ରୀରାମ ନବମୀ ପାଳିତ

masiha

ଜିଲ୍ଲାସ୍ତରୀୟ ସାମୁହିକ ଅଭ୍ୟାସ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!