ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁଞ୍ଜକାନ୍ତର ମହିଳାମାନଙ୍କ ଦ୍ୱାରା କାର୍ତିକ ମାସରେ ଲକ୍ଷ୍ମୀନାରାୟଣ ପୂଜା

କୁଞ୍ଜକାନ୍ତର ମହିଳାମାନଙ୍କ ଦ୍ୱାରା କାର୍ତିକ ମାସରେ ଲକ୍ଷ୍ମୀନାରାୟଣ ପୂଜା

ଢେଙ୍କାନାଳ, ୪/୧୧ – ଢେଙ୍କାନାଳ ସହର କୁଞ୍ଜକାନ୍ତ ପୋଖରୀ ନିକଟରେ ଥିବା ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ କାର୍ତିକ ଧର୍ମ ମାସର ପ୍ରତ୍ୟେକ ଦିନ ସ୍ଥାନୀୟ ମହିଳାମାନେ ରାଇଦାମୋଦର ପୂଜା ୨୬ଦିନ ଚାଲିଥିବାବେଳେ ଶେଷ ୪ ଦିନ ଲକ୍ଷ୍ମୀନାରାଣ ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୫୦ ଜଣ ମହିଳା ପ୍ରତ୍ୟେକ ଦିନ ସକାଳୁ ଗଙ୍ଗା ପୂଜା, ବାଲୁଙ୍କା ପୂଜା ଓ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରାଯାଉଅଛି । ଏହି ପୂଜାର ମହତ୍ଵ ହେଲା ବୃନ୍ଦାବତୀ, ସର୍ବ ଦେବାଦବୀ ଓ ପିତୃପୁରୁଷଙ୍କ ପାଇଁ ସଂଧ୍ୟା ସମୟରେ ପୂଜା କରାଯାଇ ଏହି ଅଂଚଳ ତଥା ଜିଲ୍ଲାର ମଙ୍ଗଳ କାମାନ କରିବା ସହିତ ସମସ୍ତଙ୍କ ଶରୀର ସୁସ୍ଥ ରହିବା ଉଦ୍ଦେଶ୍ୟର ଆକାଶଦୀପ ଉଠାଇଥାନ୍ତି। ଏହି ପୂଜା ସହିତ ବହୁ ସଂଖ୍ୟାରେ ଜଡିତ ହେବାକୁ ମହିଳାମାନେ ପ୍ରକାଶ କରିଛନ୍ତି । ମହିଳାମାନଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ହୋଇ ନୃତ୍ୟ କରିଥାନ୍ତି । ମହିଳାମାନଙ୍କ ମଧ୍ୟରେ ସ୍ନିଗ୍ଧାରାଣୀ ନନ୍ଦ, ଜ୍ୟୋତିର୍ମୟୀ ପଣ୍ଡା, ଦମୟନ୍ତୀ ନାଥ, ସସ୍ମିତା ଦାଶ, ପ୍ରଣତି ପଟ୍ଟନାୟକ, ଜ୍ୟୋତିର୍ମୟୀ ତ୍ରିପାଠୀ, ମମତା ତ୍ରିପାଠୀ, ସୌଭାଗିନୀ ରାଉତ, ସସ୍ମିତା ପଟ୍ଟନାୟକ ଓ ସୁଲୋଚନା ନାଥ ପ୍ରମୁଖଙ୍କ ସମେତ ବହୁ ମହିଳା ଯୋଗଦେଇ ପୂଜାକୁ ସଫଳ କରିଥିଲେ । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ସାନମାତୁରୁ ଠାରେ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ମେଦନାରେ ମା ଠାକୁରାଣୀ ଙ୍କ ନବଦିନ ଯାତ୍ରା ଶୁଭାରମ୍ଭ

Sunil Chandra Nayak

ରାଇରଙ୍ଗପୁର ରଥ ଉପରେ ଶ୍ରୀ ରଘୁନାଥ ଜୀଉଙ୍କ ସୁନାବେଶ

Sunil Chandra Nayak

Leave a Comment

error: Content is protected !!