ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡିଶା ନବୀନ ଓଡିଶା’ରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ବକେୟା ଅର୍ଥ ମିଳି ନଥିବାରୁ ଜିଲ୍ଲାପାଳଙ୍କୁ ୬ ଗୋଟି ଗ୍ରାର ଲୋକମାନେ ଅଭିଯୋଗ

ଆମ ଓଡିଶା ନବୀନ ଓଡିଶା’ରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ବକେୟା ଅର୍ଥ ମିଳି ନଥିବାରୁ ଜିଲ୍ଲାପାଳଙ୍କୁ ୬ ଗୋଟି ଗ୍ରାର ଲୋକମାନେ ଅଭିଯୋଗ

ଢେଙ୍କାନାଳ, ୩/୧୧: ଶୁଭମ୍ ପାଣି  — କଙ୍କଡାହାଡ ବ୍ଳକ୍ ଅଧିନସ୍ଥ କଙ୍କଡାହାଡ ଗ୍ରାମପଞ୍ଚାୟତ ରେ ଦୀର୍ଘ ଦେଢ ବର୍ଷ ପୂର୍ବରୁ ‘ଆମ ଓଡିଶା ନବୀନ ଓଡିଶା’ରେ ଆସିଥିବା ଉନ୍ନତିମୂଳକ କାର୍ଯ୍ୟ ପଞ୍ଚାୟତର ବିଭିନ୍ନ ସ୍ଥାନରେ କାର୍ଯ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ବକେୟା ଅର୍ଥ ମିଳି ନଥୁବାରୁ ୬ ଗୋଟି ଗ୍ରାମର ଲୋକମାନେ ତଥା ଉକ୍ତ ପଞ୍ଚାୟତର ସମିତିସଭ୍ୟା ରାଧା ବେହେରା ଆଜି ଢେଙ୍କାନାଳସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମରେ ପହଁଚି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍‌ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ସମିତିସଭ୍ୟା ଶ୍ରୀମତୀ ବେହେରାଙ୍କୁ ତତ୍‌କାଳୀନ କନିଷ୍ଠ ଯନ୍ତ୍ରୀ ନିବେଦିତା ପରିଡା ଦୁଇଟି କାର୍ଯ୍ୟର ଦାୟିତ୍ୱ ଦେଇଥିଲେ । ସେଥି ମଧ୍ୟରୁ ଗୋଟିଏ କଙ୍କଡାହାଡ ପ୍ରାଥମିକ ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀଗୃହ ଓ ଅନ୍ୟଟି କଙ୍କଡାହାଡ ପଞ୍ଚାୟତରେ ଥିବା ସାରିଅଁ ଗ୍ରାମର ୮ନମ୍ବର ୱାର୍ଡର ଏକ କୋଠାଘର, ଯାହାର ଅଟକଳ ମୂଲ୍ୟ ୩ଲକ୍ଷ ଟଙ୍କା। ଆଜି ପର୍ଯ୍ୟନ୍ତ ଦୀର୍ଘ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ତାହାର ଅର୍ଥ ମିଳିପାରି ନାହିଁ I କନିଷ୍ଠ ଯନ୍ତ୍ରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଲେ ମଧ୍ୟ ସେମାନେ କର୍ଣପାତ କରୁନାହାଁନ୍ତି ବୋଲି ଶ୍ରୀମତୀ ବେହେରା କହିଛନ୍ତି । ଯାହାକି ବିଭିନ୍ନ ସମୟରେ ଯେଉଁ ଲୋକ କାମ କରିଥିଲେ ସେମାନେ ଘରକୁ ଆସି ଗାଳି ଗୁଲଜ କରିବା ସହ ଅପ୍ରୀତିକର ପରିବେଶ ସୃଷ୍ଟି କରୁଛନ୍ତି । ଯେଉଁ ଲୋକମାନଙ୍କଠୁଁ ଧାର୍ କରଜ କରି ଟଙ୍କା ଅଣି କାମ କରିଥିଲେ ସେମାନେ ମଧ୍ଯ ଘରକୁ ଆସି ଧମକ ଚମକ ଦେଉଛନ୍ତି । ଯଦି ଏହି ଟଙ୍କା ନ ମିଳେ ତେବେ ଆହୂତି ଦେବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି କାର୍ଯ୍ୟ କରିଥିବା କଙ୍କଡାହାଡ, ନାଗିଆପଶି, ଶୁଆଖାଇକାଟେଣୀ, କାଙ୍କଡପାଳ, ନୂଆଗାଁ ଓ ନରଣପୁର ଇତ୍ୟାଦି ୬ ଗୋଟି ଗ୍ରାମର ବ୍ୟକ୍ତିମାନେ ତଥା ସମିତିସଭ୍ୟା ଶ୍ରୀମତୀ ବେହେରା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । 

Related posts

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୨_୨୩ ଅନୁଷ୍ଠିତ

Sunil Chandra Nayak

ବୋଲେରୋ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ୧ ଗୁରୁତର

Sunil Chandra Nayak

୧୯୮୮/୯୦ ବ୍ୟାଚ ଆଇଟିଆଇ ଛାତ୍ରଙ୍କ ବନ୍ଧୁମିଳନ

masiha

Leave a Comment

error: Content is protected !!