ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ଖାଦ୍ୟ ସୁରକ୍ଷା ଓ ଟବାକୋ ନିୟନ୍ତ୍ରଣ ବିଭାଗ ମିଳିତ ଚଢାଉ 

ଜିଲା ଖାଦ୍ୟ ସୁରକ୍ଷା ଓ ଟବାକୋ ନିୟନ୍ତ୍ରଣ ବିଭାଗ ମିଳିତ ଚଢାଉ 

ଡାବୁଗାଁ, ୬/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦରମହକୁମାସ୍ଥିତ ହାଟ ଓ ବିଭିନ୍ନ ଦୋକାନ ଉପରେ ଜିଲା ଖାଦ୍ୟ ସୁରକ୍ଷା ବିଭାଗ ଓ ଟବାକୋ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଗୁରୁବାର ଚଢାଉ କରିଛି | ବଜାର ରେ ଥିବା ପାନ ଦୋକାନ, ତେଜରାତି ଦୋକାନ, ବେକେରୀ, ଫଳ ଦୋକାନ, ହୋଟେଲ ଓ ଖାଦ୍ୟ ସାମଗ୍ରୀ ଦୋକାନ ଗୁଡିକ ଉପରେ ଚଢାଉ କରିଥିଲେ | ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ, ଗୁଟୁଖା, ତମାଖୁ ଆଦି ଯାଞ୍ଚ କରିଥିଲେ | ହାଟ ମଧ୍ୟରେ ବିକ୍ରି କରାଯାଉଥିବା ଅପମିଶ୍ରିତ ମସଲା ଗୁଣ୍ଡ ପ୍ୟାକେଟ ଗୁଡିକ ନଷ୍ଟ କରଯାଇଥିଲା ଓ ମସଲା ବ୍ୟବସାୟୀ ମାନଙ୍କୁ ଏଭଳି ଅପମିଶ୍ରିତ ମସଲା ବିକ୍ରି ନକରିବାକୁ ତାଗିଦ କରାଯାଇଥିଲା | ପ୍ରାୟ ୨୪ ଟି ଦୋକାନରେ ଚଢାଉ କରି ମୋଟ ୭୧୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା | ଏଥିରେ ତମାଖୁ ନିୟନ୍ତ୍ରଣ ବିଭାଗ ର ମୋଟ ୫୧୦୦ ଓ ଖାଦ୍ୟ ସୁରକ୍ଷା ବିଭାଗର ୨୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା | ଏହି ଚଢାଉରେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମିଶ୍ର, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲା ପରାମର୍ଶଦାତା ତରୁଣ କୁମାର ସାହୁ, ଭେଷଜ ନିରିକ୍ଷକ ଧରିତ୍ରୀ ସାବତ, ଡାବୁଗାଁ ଅବକାରୀ ଉପନିରିକ୍ଷକ ସମୀର କୌଶଲ୍ୟା, ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ, ଗତୁଲ ନାୟକ, ସୁରେଖା ଭତ୍ରା ଓ ବିବେକାନନ୍ଦ ସାହୁ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶିକ୍ଷକଙ୍କ ବଦଳି ନେଇ ଛାତ୍ରୀ ଛାତ୍ର ଙ୍କ ଆନ୍ଦୋଳନ

masiha

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ

Sunil Chandra Nayak

ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର  ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର 

Sunil Chandra Nayak

Leave a Comment

error: Content is protected !!