ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ସୁକିଆ ବାଉତୀଙ୍କ ପୀଠ 

ମା ସୁକିଆ ବାଉତୀଙ୍କ ପୀଠ 

ଢେ଼ଙ୍କାନାଳ (ମନିସ)7/11/25 — ହିନ୍ଦୋଳ ଉପଖଣ୍ଡର ରାସୋଳ ନିକଟ କୁନୁଆଁ ଗ୍ରାମରେ ଅବସ୍ଥିତ କେଉଁ ଆବାହନ କାଳରୁ ଘଞ୍ଚଜଙ୍ଗଲରେ ଥିବା ଆମ୍ବତୋଟାର ଚାଳଘରେ ପୂଜା ପାଉଥିଲେ ମା ସୁକିଆ ବାଉତୀ । ଉକ୍ତ ମନ୍ଦିରଟି୧୫୫୮ ମସିହାରେ ତତତ୍କାଳୀନ ହିନ୍ଦୋଳ ରାଜା ସାହେବ ତାଙ୍କର ଇଷ୍ଟ ଦେବୀ ଭାବରେ ସ୍ଥାପନ କରିଥିଲେ । ବର୍ତ୍ତମାନ ଉକ୍ତ ମନ୍ଦିରଟି ଦେବୋତ୍ତର ବିଭାଗ ଅଧୀନରେ ରହି କୁନୁଆଁ ଗ୍ରାମବାସୀଙ୍କ ଦ୍ବାରା ପରିଚାଳିତ ହେଉଅଛି । ଉକ୍ତ ମନ୍ଦିର ପରିସରରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରାଯାଇଅଛି ।ମନ୍ଦିରକୁ ଲାଗିଏକ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣମଣ୍ଡପ ରହିଅଛି । ମନ୍ଦିରଟିର ଉଚ୍ଚତା ପ୍ରାୟ ୩୫ ଫୁଟ/ପର୍ବପର୍ବାଣୀ ମଧ୍ୟରେ ଭାଦ୍ରବ ଶୁକ୍ଳ,ଚତୁର୍ଦ୍ଦଶୀରେ ଦେବୀଙ୍କର ବଡ ପୂଜା,ଆଶ୍ୱିନ ଶୁକ୍ଲ ପ୍ରତିପଦାଠାରୁ ନବମୀ ନବରାତ୍ରପୂଜା ବାର୍ଷିକ ଅମାବାସ୍ୟା ମହାକାଳୀପୂଜା,ମାର୍ଗଶୀର ଶେଷଗୁରୁବାର ମହାଲକ୍ଷ୍ମୀପୂଜା,ମାଘଶୁକ୍ଲ ପଞ୍ଚମୀ ମହାସରସ୍ୱତୀ ପୂଜା,ଚୈତ୍ର ଅଶୋକାଷ୍ଟାମୀ ଠାରୁ ଦ୍ବାଦଶୀ – ବାସନ୍ତୀକ ଦୁର୍ଗାପୂଜା ଓ ପ୍ରତ୍ୟେକ ଅଷ୍ଟମୀରେ ଚଣ୍ଡୀପାଠ ହୋଇଥାଏ । ଉକ୍ତ ମନ୍ଦିରରେ ବିବାହ,ବ୍ରତ,ପୂଜାପାଠ ଆଦି କାର୍ଯ୍ୟ ହୋଇଥାଏ । ଏଠାରେ ମା’ଙ୍କର ଅନ୍ନପ୍ରସାଦ ପ୍ରତ୍ୟେହ ବିକ୍ରୟ ହୋଇଥାଏ । ଉକ୍ତ ସ୍ଥାନଟି ଓଡିଶା ସରକାରଙ୍କ ଦ୍ବାରା ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବାକୁ ଯାଉଅଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୁତ୍ରଦା ଏକାଦଶୀ ନୀତି ପାଳିତ

masiha

ରାଇରଙ୍ଗପୁରରେ ପଞ୍ଚଦୀଵସୀୟ ୩୦ ତମ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ବାବାଙ୍କର ତିରିଶି ତମ ପୂଜା

Sunil Chandra Nayak

ହମିରପୁରରେ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!