ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ – ବିଭିନ୍ନ ସମସ୍ୟା ନେଇ ଅଟକ ରଖିଲେ ଶ୍ରମ ଅଧିକାରୀଙ୍କୁ

ନୂଆପଡା: ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ତରଫରୁ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାରେ ସକ୍ରିୟ ଥିବା ବିଭିନ୍ନ ଶ୍ରମିକ ସଂଗଠନ ର ନେତୃମଣ୍ଡଳୀ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଶ୍ରମ ଅଧିକାରୀ ରବୀନ୍ଦ୍ର ବାରଲା ତଥା ଅତିରିକ୍ତ ଶ୍ରମ ଅଧିକାରୀ ଡି ଏସ ଧରୁଆ ଙ୍କୁ ଦୀର୍ଘ ସାଢ଼େ ତିନି ଘଣ୍ଟା କାଳ ଅଟକ ରଖିଥିଲେ। ବିଭିନ୍ନ ସମୟରେ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଦାବିପତ୍ର ପ୍ରଦାନ, ଆଲୋଚନା, ଆନ୍ଦୋଳନ ଓ ବିକ୍ଷୋଭ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ, ଶ୍ରମ କାର୍ଯ୍ୟାଳୟ ଦଲାଲ ମାନଙ୍କ ଅଡ୍ଡା ପାଲଟିଛି ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଥିଲେ, ଯାହାକୁ ଶ୍ରମ ଅଧିକାରୀ ଖଣ୍ଡନ କରିଥିଲେ। ଶ୍ରମିକ ଦିବସ ପାଳନରେ କୌଣସି ଶ୍ରମିକ ସଂଗଠନ କିମ୍ବା ମହାସଂଘ ର କର୍ମକର୍ତ୍ତା ଙ୍କୁ ଓ କଳାହାଣ୍ଡି ମାନ୍ୟବର ଲୋକସଭା ସାଂସଦ ଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଏଥିପାଇଁ ଏହି ଉତ୍ସବ କୁ ମହାସଂଘ ତରଫରୁ ବହିଷ୍କାର କରିବା ସହିତ ସ୍ୱତନ୍ତ୍ର ଭାବରେ ନୂଆପଡା ବ୍ଲକ ର ଖଇରାନୀ ଠାରେ ପାଳନ କରାଯାଇଥିଲା।ଜିଲ୍ଲା ଶ୍ରମ ଅଧିକାରୀ ଯୋଗାଯୋଗ ରେ ବ୍ୟତିକ୍ରମ ପାଇଁ ଏପରି ଅନିଚ୍ଛାକୃତ ଭୁଲ ହୋଇଥିଲା ଓ ଭବିଷ୍ୟତରେ ଏପରି ହେବ ନାହିଁ କହି ପ୍ରତିଶୃତି ଦେଇଥିଲେ।

      ମହାସଂଘ ର କର୍ମକର୍ତ୍ତା ଙ୍କ ସହିତ ବିସ୍ତୁତ ଚର୍ଚ୍ଚା ହୋଇ ଲିଖିତ ପ୍ରତିଶୃତି ଦେଲା ପରେ ମହାସଂଘ ଅଧିକାରୀ ଙ୍କୁ ଅଟକ କାର୍ଯ୍ୟକ୍ରମ ରୁ ଓହରିଥିଲା।ପ୍ରଥମରେ ବହୁଦିନରୁ ପଡିରହିଥିବା ଶ୍ରମିକ କଲ୍ୟାଣ ଯୋଜନାର ବିଭିନ୍ନ ଆର୍ଥିକ ସହାୟତା ଫାଇଲ ର ତାଲିକା ରେଜିଷ୍ଟର୍ ପ୍ରସ୍ତୁତ କରାଯାଇ କ୍ରମ ଅନୁଯାୟୀ ସମାଧାନ କରାଯିବ।ଦ୍ଵିତୀୟରେ ଶ୍ରମିକ ମହାସଂଘ ତରଫରୁ ବିଭିନ୍ନ ଗାଁ ରେ ବିଭିନ୍ନ ସ୍ଥାନରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଅଧିକାରୀ ଙ୍କ ନାମରେ ଦଲାଲ ମନେ ସକ୍ରିୟ ହୋଇ ବିଭିନ୍ନ ସହାୟତା,ପଞ୍ଜିକରଣ ଓ ନବୀକରଣ କରାଇଦେବା କଥା କହି ଶ୍ରମିକ ମାନଙ୍କୁ ଆର୍ଥିକ ଶୋଷଣ କରୁଛନ୍ତି ତଥା ଏଥିରେ ଅଫିସର କିଛି ତଳିଆ କର୍ମଚାରୀ ସାମିଲ ହୋଇଛନ୍ତି ବୋଲି ମହାସଂଘ ଅଭିଯୋଗ କରିଥିଲା। ଏହି ଅଭିଯୋଗ ର ନିର୍ଦିଷ୍ଟ ପ୍ରମାଣ ମିଳିଲେ ଆଇନ ଅନୁଯାୟୀ ଶ୍ରମ ଅଧିକାରୀ ଙ୍କ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ତୃତୀୟରେ ଜିଲ୍ଲା ରେ ସକ୍ରିୟ ଥିବା ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଶ୍ରମିକ ସଂଗଠନ ଗୁଡିକ ପଞ୍ଜିକରଣ, ନବୀକରଣ ଓ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ପାଇଁ ଅଥରାଇଜେସନ ପତ୍ର କୁ କାର୍ଯ୍ୟକାରୀ କରାଯାଉନାହିଁ।ଏହାର ସମ୍ପୂର୍ଣ୍ଣ ତାଲିକା ମଧ୍ୟ ଶ୍ରମ କାର୍ଯ୍ୟାଳୟ ରେ ନାହିଁ। ଜିଲ୍ଲା ଶ୍ରମ ଅଧିକାରୀ ରେଜେଷ୍ଟ୍ରିଭୁକ୍ତ ଓ ମାନ୍ୟତାପ୍ରାପ୍ତ ଶ୍ରମ ସଂଗଠନ ଗୁଡ଼ିକର ଅଥରାଇଜେସନ କ୍ଷମତା ର ବିଧିବଦ୍ଧ ସମ୍ମାନ ର ସହିତ କାର୍ଯ୍ୟକାରୀ କରାଯାଉଛି ଓ ଆଗକୁ ମଧ୍ୟ କରାଯିବ।ଏଥିରେ କୌଣସି ବିଚ୍ୟୁତି ମଧ୍ୟ କରାଯିବ ନାହିଁ ବୋଲି ଜଣାଇଥିଲେ।ଚତୁର୍ଥରେ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ ଶ୍ରମିକ କଲ୍ୟାଣ ବୋର୍ଡ ସାରା ରାଜ୍ୟରେ ବନ୍ଦ ଅଛି,କାର୍ଯ୍ୟକ୍ଷମ ହେବା କ୍ଷଣି ଯୁଦ୍ଧ କାଳୀନ ଭିତ୍ତିରେ ଏକ କାଳୀନ ସମସ୍ତ ଗଛିତ ଥିବା ଫାଇଲ କୁ ସମ୍ପାଦନ କରାଯିବ ବୋଲି ଶ୍ରମ ଅଧିକାରୀ ପ୍ରତିଶୃତି ଦେଇଥିଲେ। ଉପର ବର୍ଣ୍ଣିତ ଚାରି ବିନ୍ଦୁ ଉପରେ ଲିଖିତ ପ୍ରତିଶୃତି ଦେଲାପରେ ମହାସଂଘ ଅଧିକାରୀ ମାନଙ୍କୁ ଅଟକରୁ ମୁକ୍ତ କରିଥିଲେ।ଏହି ଆଲୋଚନା ଓ କାର୍ଯ୍ୟକ୍ରମରେ ରେ ଶ୍ରମିକ ନେତା ସର୍ବଶ୍ରୀ ଭକ୍ତବନ୍ଧୁ ଧରୁଆ,ଶୁକ୍ଳାମ୍ବର ନିଆଲ,ସୁଖଦେଓ ସାହୁ,ଅନିରୁଦ୍ଧ ନାଗ, ମନୋରଞ୍ଜନ ସାହୁ,ବାବୁଲଲ ମାଝୀ,ଟିକେଶ୍ୱର ପାଣ୍ଡେ,ଦେଓଚରଣ ପାଣ୍ଡେ,ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ଅଭିନ୍ନ ପୁରୋହିତ ଓ ଅନ୍ୟାନ୍ୟ ଶ୍ରମିକ ନେତା ମାନେ ସାମିଲ ହୋଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା, ପରିଚାଳନା ପାଇଁ ସୃଷ୍ଟି ହେବ ୫୬୩ଟି ନୂଆ ପଦବୀ

Sunil Chandra Nayak

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ଚିଲିଚିଲା ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!