ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପାନ୍ତ ଏକୁଲ ସେକୁଲରେ ବିରାଶାଳ ସିଏଚସି ପକ୍ଷରୁ ସ୍ପେଶାଲ ହେଲଥ କ୍ୟାମ୍ପ

ଉପାନ୍ତ ଏକୁଲ ସେକୁଲରେ ବିରାଶାଳ ସିଏଚସି ପକ୍ଷରୁ ସ୍ପେଶାଲ ହେଲଥ କ୍ୟାମ୍ପ

କାମାକ୍ଷାନଗର(ମନିସ)7/11/25  ପାହାଡ଼ ଘେରା ଅଂଚଳ ଯେଉଁଠି ନାହିଁ ଚିକିତ୍ସା ସେବା ବ୍ୟବସ୍ଥା, ସେଠି ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଁଚାଇବାର ବଡ଼ ପ୍ରୟାସ । ଏହି କ୍ରମରେ ଢେଙ୍କାନାଳ ଜିଲ୍ଲାର ଉପାନ୍ତ ଜଙ୍ଗଲ-ପାହାଡିଆ ଅଂଚଳ କଙ୍କଡାହାଡ଼ ବ୍ଲକର ଏକୁଲ ସେକୁଲରେ ସ୍ବତନ୍ତ୍ର ହେଲଥ କ୍ୟାମ୍ପ ହୋଇଯାଇଛି । ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆରବିଏସକେ ଡାକ୍ତରୀ ଟିମ୍ ସହିତ ଟିବି, ମ୍ୟାଲେରିଆ, ଲେପ୍ରୋସି, ଏନସିଡି, ଆରସିଏଚ ବିଭାଗର ଟିମ୍ ଏହି ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିରରେ ସାମିଲ ହୋଇଥିଲେ । ଏହି ଅବସରରରେ ଦୁର୍ଗମ ପାହାଡ ଘେରା ଏକୁଲ ସେକୁଲରେ ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ପେଶାଲ ଟିମ୍ ସହିତ ଏକ ୪୦ ଜଣିଆ ଟିମ୍ ପହଁଚିଥିଲା । ଏକୁଲସେକୁଲରେ ପ୍ରାୟ ୧୨୦ରୁ ଅଧିକ ଲୋକଙ୍କର ହେଲଥ ସ୍କ୍ରିନିଂ କରାଯାଇଥିଲା । ଏହି ଅବସରରେ ଏକୁଲସେକୁଲରେ ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ମାଗଣା ଔଷଧ ବଣ୍ଟନ କରାଯାଇଥିଲା, ଲୋକଙ୍କୁ ସ୍ବଚ୍ଛତା ଓ ସୁସ୍ଥ ରହିବା ନେଇ ସଚେତନ କରିଥିଲେ ବିଶେଷଜ୍ଞ ଟିମ୍ । ବିରାଶାଳ ସିଏଚସି ପକ୍ଷରୁ ଡାକ୍ତର ବିଜୟାଲକ୍ଷ୍ମୀ ସାହୁ, ଫାରମାସିଷ୍ଟ ରାଜଲକ୍ଷ୍ମୀ ସାହୁ, ଏଏନଏମ ପଦ୍ମିନୀ ଖଟୁଆ,କଙ୍କଡାହାଡ ଡାକ୍ତରଖାନା ପକ୍ଷରୁ ଡାକ୍ତର ପ୍ରତ୍ୟୁଷ କୁମାର, କଙ୍କଡ଼ାହାଡ ବ୍ଲକର ସମସ୍ତ କମ୍ୟୁନିଟି ହେଲଥ ଅଫିସର, ବିରାଶାଳ ସିଏଚସିର ବିପିଓ ଅମ୍ବିକା ସାହୁ, ଏକୁଲର ଆଶା କର୍ମୀ ପ୍ରମୁଖ ଏକ ୪୦ ଜଣିଆ ଟିମ୍ ଏହି ହେଲଥ କ୍ୟାମ୍ପରେ ସାମିଲ ହୋଇଥିଲେ । ପାହାଡ଼ ଘେରା ଏକୁଲ ସେକୁଲରେ ଏହି ସ୍ବାସ୍ଥ୍ୟ ଶିବିର ଜରିଆରେ ଡାକ୍ତରଖାନା ନିକଟରେ ପହଁଚି ପାରୁନଥିବା ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ପ୍ରାୟସ କରାଯାଇଛି । ଢେଙ୍କାନାଳ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକୁଲ ସେକୁଲରେ ସ୍ବାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ବର୍ଷର ବିଭିନ୍ନ ସମୟରେ ବିରାଶାଳ ସିଏଚସି ପକ୍ଷରୁ ଏକୁଲସେକୁଲରେ ଏପରି ସ୍ପେଶାଲ ହେଲଥ କ୍ୟାମ୍ପ ଆୟୋଜନକୁ ନେଇ ଖୁସି ପ୍ରକାଶ କରିଛନ୍ତି ଦୁର୍ଗମ ପାହାଡ ଅଂଚଳ ବାସୀ । ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସିଡିଏମଓ ଡାକ୍ତର ସଂଜୟ କୁମାର ମହାପାତ୍ର , ଡିପିଏମ ସସ୍ମିତା ସାହୁ , ଆରବିଏସକେ ମ୍ୟାନେଜର ସସ୍ମିତା ଚୌଧୁରୀ, ଏବିପିଏଚଓ ଡାକ୍ତର ଏନଡିସି ବେହେରା , ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ପିକେ ଜେନାଙ୍କ ସହିତ ଆରବିଏସକେ ଟିମ୍ ସାମିଲ ହୋଇଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ତମାଖୁ ମୁକ୍ତ ଅଭିଯାନ

Sunil Chandra Nayak

ନଳକୂପ ଖୋଳି ବର୍ଷେ ହେବ କାର୍ଯ୍ୟରେ ଆସୁନି। ପାନୀୟଜଳ ପାଇଁ ହନ୍ତସନ୍ତ ଟେକର ପାନି ଗ୍ରାମବାସୀ

masiha

ଏସ୍ ଟି ଏସ୍ ସି ନିର୍ଯାତନା ଆଇନ ସଂଶୋଧନ ଆଦେଶ ପ୍ରତ୍ୟାହାର ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀପତ୍ର

Sunil Chandra Nayak

Leave a Comment

error: Content is protected !!