ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ରେ ୬ଜଣ ଆଇଏଏସ ପ୍ରଶିକ୍ଷାର୍ଥୀ 

ଡାବୁଗାଁ ବ୍ଲକ ରେ ୬ଜଣ ଆଇଏଏସ ପ୍ରଶିକ୍ଷାର୍ଥୀ 

ଡାବୁଗାଁ, ୧୦/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତ କୁ ଉତ୍ତରାଖଣ୍ଡ ମଶୁରି ତାଲିମ କେନ୍ଦ୍ରରୁ ନବରଙ୍ଗପୁର ଜିଲା କୁ ଆସିଥିବା ୧୨ ଜଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପ୍ରଶିକ୍ଷାର୍ଥୀ ଙ୍କ ମଧ୍ୟରୁ ୬ ଜଣ ପ୍ରଶିକ୍ଷାର୍ଥୀ ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆସି ପହଞ୍ଚିଥିଲେ l ସେହି ୬ ଜଣକୁ ସମ୍ବର୍ଦ୍ଧନା ପ୍ରଶାସନ ଓ ବିଦ୍ୟାଳୟ ତରଫରୁ ଦିଆଯାଇଥିଲା l ବିଡ଼ିଓ ଶରତ ମାଝି ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତ ଙ୍କ ପରିଚୟ ପ୍ରଦାନ କରିବା ସହ ସମସ୍ତ କର୍ମଚାରୀ ଙ୍କ ପରିଚୟ ପ୍ରଦାନ କରିଥିଲେ l ୬ ଜଣଙ୍କ ମଧ୍ୟରେ ମୁଦିତା ବଂଶଲ, ଜାଭେଦ ମେଭ, କୌଶିକ ଭି, ସକ୍ସମ ଭାଟିଆ, ମୁସ୍କାନ ଶର୍ମା ଓ ବିଶାଳ ମହର ପ୍ରମୁଖ ପଶିକ୍ଷାର୍ଥୀ ମାନଙ୍କୁ ଉପଢୌକନ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା | ବିଡିଓ ଶରତ ମାଝି ୧୨ ତାରିଖ ପର୍ଯ୍ୟନ୍ତ ର କାର୍ଯ୍ୟକ୍ରମ ସମ୍ପର୍କ ରେ ଅବଗତ କରାଇଥିଲେ l ଏଥି ସହିତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଅବଗତ କରାଇଥିଲେ l ଦେଶର ନବରଙ୍ଗପୁର ଜିଲା ର ଡାବୁଗାଁ ଆକାଂକ୍ଷା ବ୍ଲକ ହୋଇଥିବା ବେଳେ ଏଠାରେ କେନ୍ଦ୍ର ସରକାର ଙ୍କ କେଉଁ କେଉଁ କାର୍ଯ୍ୟକ୍ରମ ହାତ କୁ ନିଆଯାଇଛି ପଞ୍ଚାୟତ ରେ ଉନ୍ନୟନ ମୂଳକ କାର୍ଯ୍ୟ କିପରି ଚାଲିଛି, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ମିଶନ ଶକ୍ତି, ସାଧାରଣ ବଣ୍ଟନ , ସାମାଜିକ ସୁରକ୍ଷା ଯୋଜନା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବେ l ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ସିଡିପିଓ ମିନତୀ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଙ୍କେତ ନାୟକ, ବ୍ଲକ ଶିକ୍ଷାଧିକାରୀ ରଶ୍ମିତା ନେତାମ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ଦୀପକ ମିଶ୍ର, ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ, ଜଳ ଓ ପରିମଳ ବିଭାଗ କନିଷ୍ଠ ଜନ୍ତ୍ରୀ ରୋହିତ କିଶାନ, ଆକାଂକ୍ଷା ବ୍ଲକ ସହଭାଗୀ ମୋନଲ ପରିଡା, ସ୍ଥାନୀୟ ସରପଞ୍ଚ ଲୀଳାଦେଇ ମାଝି, ପଞ୍ଚାୟତ ନିର୍ବାହୀ ଅଧିକାରୀ କାମିନୀ ହରିଜନ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡଙ୍କ ସମେତ ସମସ୍ତ ବିଭାଗ ର ଅଧିକାରୀ ଓ କର୍ମଚାରୀ ସହଯୋଗ କରିବେ ବୋଲି ସୂଚନା ମିଳିଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଡ଼ାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି ଙ୍କ ସ୍ୱର୍ଗବାସରେ ଗଭୀର ଶ୍ରଦ୍ଧାଞ୍ଜଳୀ 

Sunil Chandra Nayak

କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର

masiha

ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!