ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବସ୍ତି ସାହିତ୍ୟ ସଂସଦର ମାସିକିଆ ସାହିତ୍ୟ ଆସର

ସ୍ବସ୍ତି ସାହିତ୍ୟ ସଂସଦର ମାସିକିଆ ସାହିତ୍ୟ ଆସର

 ରାଉରକେଲା: ସ୍ବସ୍ତି ସାହିତ୍ୟି ସଂସଦ ଓ ଗୋପବନ୍ଧୁ ପାଠାଗାର ର ମିଳିତ ଆନୁକୂଲ୍ୟରେ ଶୀର୍ଷକ ପ୍ରୀତି ,ପ୍ରଣୟ ଓ ପରକୀୟା, ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ଉପରେ ଆଲୋଚନା ଆସର କରାଯାଇଥିଲା । ସ୍ବର୍ଗୀୟ ରାଜେନ୍ଦ୍ର କିଶୋର ପଣ୍ଡା ଙ୍କ ଉପରେ କଵିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ରୁ ସ୍ବର୍ଗତ ପଣ୍ଡା ଓ ଶଙ୍କର ପରିଡାଙ୍କ ଙ୍କର ଦେହାନ୍ତ ରେ ଶୋକସଭା ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂସଦ ର ସଭାପତି ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ସଭାପତିତ୍ବ କରିଥିଲାବେଳେ, ସମ୍ମାନିତ ଅତିଥି ଭାବେ କବି ଲକ୍ଷ୍ମୀ ନାରାୟଣ ହୋତା ,ମୁଖ୍ଯବକ୍ତା ଭାବେ କବି ରାଜୀବ ପାଣି ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମ ର ପରିଚାଳନା ରେ କବି ଓ ସଂଗଠକ ନୃସିଂହ ଚରଣ ବିଶ୍ବାଳ, କବି ନିରୁପମା ପତି କରିଥିଵା ଵେଳେ ଉପସଂହାର ରେ ଶିକ୍ଷାବିତ ପାରେଶ୍ବର ବିଶ୍ବାଳ ସମସ୍ତ ପର୍ଯାୟର ମତାମତ ଉପସ୍ଥାପନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ରେ କଥା ଓ କବିତା ରେ ସ୍ଵର୍ଗତ ପଣ୍ଡାଙ୍କ ର କାଳଜୟୀ କବିତା ପାଠ ଓ ପଠିତ କବିତାର ମନ୍ତବ୍ଯ ଉପସ୍ଥାପନ କରିଥିଲେ କବି ସର୍ବଶ୍ରୀ ବିଜୟ ରାୟ,ଡ ଅଶ୍ବିନୀ ରାୟ, ତ୍ରିନାଥ ସିଂହ, ଶିକ୍ଷାବିତ ଶର୍ମିଷ୍ଠା କବିଶତପଥୀ,ଶିକ୍ଷାବିତ ପ୍ରାଧ୍ୟାପକ କରୁଣାକର ପାଟ୍ଟଶାଣୀ। କାର୍ଯକ୍ରମରେ ଲକ୍ଷ୍ମଣ ଦାସ,ପ୍ରଫୁଲ୍ଲ କୁମାର ସାମଲ, ସୂର୍ଯ୍ୟନାରାୟଣପଣ୍ଡା ,ଡ,କୃପାସିନ୍ଧୁ ନାୟକ,ସୁନୀଲ କୁମାର ମହାନ୍ତି,ଚିନ୍ମୟୀ ପୁରୋହିତ, ନବଘନ ସାହୁ ପ୍ରମୁଖଙ୍କ ସହ ବହୁ ଶିକ୍ଷାବିତ, ସାହିତ୍ୟିକ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ସଂଗଠକ ବିଜୟ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସାଂସ୍କୃତିକ ପରିଷଦର ୩୫ ତମ ବୋଇତ ବନ୍ଦାଣ ମହୋତ୍ସବ ଆସନ୍ତା ୩ ରେ……

Sunil Chandra Nayak

ଖଇରା ସାହିତ୍ୟ ସଂସଦର ଶରତ ଆସର

masiha

ଜୁନାଗଡ଼ ରେ ବାଇପାସ ରାସ୍ତାପାଇଁ ଦାବୀ

Sunil Chandra Nayak

Leave a Comment

error: Content is protected !!