ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ବିକାଶ ଗ୍ରୁପ ସଦସ୍ୟଙ୍କୁ ଏଜୁକେଶନ ୱାଲଡ ସମ୍ମାନ

ଲକ୍ଷ୍ମୀ ବିକାଶ ଗ୍ରୁପ ସଦସ୍ୟଙ୍କୁ ଏଜୁକେଶନ ୱାଲଡ ସମ୍ମାନ

ଭବାନୀପାଟଣା : ଶିକ୍ଷା ଜଗତରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୂସନ ଏକ ପରିଚିତ ନାମ । ଗୁଣାତ୍ମକ ଶିକ୍ଷା ସହ କ୍ରୀଡାର ଭିତ୍ତିଭୂମି , ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉତ୍ତମ ଶୈକ୍ଷିକ ବାତାବରଣ ନିମନ୍ତେ ଲକ୍ଷ୍ମୀ ବିକାଶ ଗ୍ରୁପ ସର୍ବଦା ଚର୍ଚ୍ଚାରେ ରହି ଆସିଛି । ଏହାରି ମୂଳରେ ଅନୁଷ୍ଠାନର ଚେୟାରମ୍ୟାନ , ନିର୍ଦ୍ଦେଶକ, ଶିକ୍ଷା ପ୍ରଭାରୀ ତଥା ଅନ୍ୟାନ୍ୟ ବ୍ୟକ୍ତିଙ୍କ ଆଦର୍ଶ ,ଉଚ୍ଚ ଚିନ୍ତାଧାରା , ପ୍ରତ୍ୟକ୍ଷ ତତ୍ବାବଧାନ ଆଦି ରହିଛି । ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ ଙ୍କ ବଳିଷ୍ଠ ଯୋଗଦାନ , କାର୍ଯ୍ୟ ଦକ୍ଷତା ଓ ସମର୍ପଣ ଭାବ ଯୋଗୁଁ ଏଜୁକେଶନ ୱାଲ୍ଡ଼ ଇଣ୍ଡିଆ ଟ୍ରୀ ଏୱାଡ଼ ୨୦୨୫-୨୬ ତରଫରୁ ପ୍ରୋଗ୍ରେସିଭ ଏଡୁକେଶନିଷ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି। ଶିକ୍ଷା କ୍ଷେତ୍ରରେ ନିଜର ଉତ୍କୃଷ୍ଟ ଯୋଗଦାନ ଓ ବଳିଷ୍ଠ ନେତୃତ୍ବ ପାଇଁ ଶିକ୍ଷା ପ୍ରଭାରୀ ଡି ବିଜୟାଙ୍କୁ ଏଜୁକେଶନ ୱାଲ୍ଡ଼ ଇଣ୍ଡିଆ ଟ୍ରୀ ଏୱାଡ଼ ୨୦୨୫-୨୬ ତରଫରୁ ଏମର ଜିଂ ଏଡୁ ପ୍ରେନୀୟର ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ବିକାଶ ଆବାସିକ ବିଦ୍ୟାଳୟ ଭବାନୀପାଟଣା, ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ଓ ଲକ୍ଷ୍ମୀ ବିକାଶ ଗ୍ଲୋବାଲ ସ୍କୁଲ ଜୟପୁର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ବ୍ରହ୍ମାଙ୍କୁ ନିଜର ଦକ୍ଷତା ଓ ବଳିଷ୍ଠ ନେତୃତ୍ବ ପାଇଁ ପ୍ରୋଗ୍ରେସିଭ ଏଡୁକେଶନିଷ୍ଟ ସମ୍ମାନରେ ସମ୍ମାନୀତ କରାଯାଇଛି। ଭାରତ ଏଜୁକେଶବ ଏକ୍ସସେଲେନ୍ସ ଏୱାଡ଼ ୨୦୨୫ ତରଫରୁ ଶିକ୍ଷା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ଓ ନେତୃତ୍ବ ପାଇଁ ନିର୍ଦ୍ଦେଶକ ଡି ରାମ କୁମାର ଙ୍କୁ ଅନନ୍ତ ଆଚାର୍ଯ୍ୟ ଲିଡରସିପ ଏୱାଡ଼ରେ ସମ୍ମାନିତ କରାଯାଇଛି । ଚଳିତ ମାସ ତା ୯ ଓ ୧୦ ଦୁଇଦିନ ବ୍ୟାପୀ ରାୟପୁର ଠାରେ ଏଜୁକେଶନ ୱାଲଡ ତରଫରୁ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ଜନକ ପୁରସ୍କାର ସମଗ୍ର ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପାଇଁ ଗର୍ବ ଓ ଗୌରବର ବିଷୟ।ଏହା ଫଳରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୂସନରେ ଖୁସିର ଲହରୀ ଖେଳିଯାଇଛି। ଆଗାମୀ ଦିନରେ ଲକ୍ଷ୍ମୀ ବିକାଶ ଗ୍ରୁପ ବିଦ୍ୟାର୍ଥୀ ମାନଙ୍କ ସାମଗ୍ରିକ ବିକାଶ ଦିଗରେ ଅଧିକ ଯତ୍ନବାନ ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ଓ ନିର୍ଦ୍ଦେଶକ ଡି ରାମ କୁମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ନାଗଯୋଡି ସଂରକ୍ଷିତ ଜଙ୍ଗଲରେ ବନମହୋତ୍ସବ ପାଳନ 

masiha

ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଶାନ୍ତି କମିଟି ବୈଠକ, ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

Sunil Chandra Nayak

ମଣୀବାବା କୋଚିଙ୍ଗ ସେଣ୍ଟର ରେ ଶିଶୁ ଦିବସ ମହାସମାରୋହରେ ପାଳିତ

masiha

Leave a Comment

error: Content is protected !!