ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ଜନତା ଙ୍କ ପାଇଁ ସାଇବର ସୁରକ୍ଷା ସଚେତନା କାର୍ଯ୍ୟ କ୍ରମ 

ସାଧାରଣ ଜନତା ଙ୍କ ପାଇଁ ସାଇବର ସୁରକ୍ଷା ସଚେତନା କାର୍ଯ୍ୟ କ୍ରମ 

ଢେଙ୍କାନାଳ (ମନିସ)9/11/25 — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ଥାନା ପକ୍ଷ ରୁ ସାଇବର ସୁରକ୍ଷା ଅଭିଯାନ ସଚେତନା କାର୍ଯ୍ୟ କ୍ରମ କଙ୍କଡ଼ାହାଡ଼ ଗାନ୍ଧୀ ବଜାର ଠାରେ ଅନୁଷ୍ଠିତ ହୋଇ ଯାଇଅଛି ଏହି ଅବସର ରେ ପଥ ପ୍ରାନ୍ତ ନାଟକ ମଧ୍ୟମ ରେ ସାଇବର ଠକେଇ କୁ ନେଇ ଲୋକ ମାନଙ୍କୁ ସଚେତନା କରାଯାଇଥିଲା ସେହିପରି କନ୍ଧରା ଆଦର୍ଶ ବିଦ୍ୟାଳୟ ର ଛାତ୍ର /ଛାତ୍ରୀ ମାନେ ସାଇବର ଠକେଇ କୁ ନେଇ କିପରି ଜନ ସାଧାରଣ ଙ୍କୁ ମୋବାଇଲ ଫୋନ ମାଧ୍ୟମ ରେ ମିଛ ସତ କହି ଲୁଟୁ ଥିବାର ଏକ ଜଳନ୍ତା ଅଭିନୟ କରିଥିଲେ ଅଜଣା ଫୋନ କଲ ରୁ ଦୂରରେ ରାଗିଵା, କାହାକୁ ଓଟିପି ନଦେବା, ଅଜଣା ଆପରେ ତଥ୍ୟ ନଦେବା, ବ୍ୟକ୍ତି ଗତ ତଥ୍ୟ ଗୋପନ ରଖିବା, ଭିଡିଓ କଲ ମଧ୍ୟ ମ ଅନ୍ତ ରଙ୍ଗ ମୁହୂର୍ତ ର ଫଟୋ ଠାରୁ ଦୂରରେ ରହିବା,ଲୋନ ଆପ ଠକେଇ ଦୂରରେ ରହିବାଭଳି ସଚେତନା ର ବାର୍ତ୍ତା ଦିଆଯାଇଥଲା ସେହି ପରି ସଚେତନା ରଥ ମଧ୍ୟ ମ ରେ ମୁଖ୍ୟ ମନ୍ତ୍ରୀ ଙ୍କ ବାର୍ତ୍ତା ଓ ସଚେତନା ମୂଳକ କାର୍ଯ୍ୟକ୍ରମ ଗୁଡିକୁ ଏଲଡି ମଧ୍ୟ ମ ରେ ପ୍ରଦର୍ଶିତ କରାଯାଇଥିଲା ଏହି ସାଇବର ସଚେତନା କାର୍ଯ୍ୟକ୍ରମ ରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଜନୀ କାନ୍ତ ସାମଲ, କଙ୍କଡ଼ାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା , ଏସ, ଆଇ ମୀନକେତନ ପ୍ରଧାନ, ଏ. ଏସ. ଆଇ ସଞ୍ଜୟ କୁମାର ସିଂହ, କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ର ପୂର୍ବ ତନ ଅଧ୍ୟକ୍ଷ କାର୍ତ୍ତିକ ସାହୁ କନ୍ଧରା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରିୟ ଦର୍ଶନୀ ସାହୁ, କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଗାନ୍ଧୀ ବଜାର କମିଟି ର ସଭାପତି ସନାତନ ପରିଡା, କଙ୍କଡ଼ାହାଡ଼ ଗ୍ରାମ କମିଟି ସଭାପତି ପ୍ରକାଶ ବିଶ୍ୱାଳ ଉପସ୍ଥିତ ଥିଲେ ସ୍ଥାନୀୟ ଛାତ୍ର /ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟା, ଏ ବି କେ ସି ଆର ପି ତଥା ଅଂଚଳବାସୀ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେଇଥିଲେ ଏଥିସହିତ କଙ୍କଡ଼ାହାଡ଼ ଥାନାର ସମସ୍ତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୁନାଗଡ଼ ର ଦେବସ୍ମିତା ଓ ନମିତା,ଓପିଏସି ରେ କୃତିତ୍ୱ

Sunil Chandra Nayak

ପୂଜାରିଗୁଡ଼ା ଗ୍ରାମରେ ନୂଆଖାଇ ନିମନ୍ତେ ଭୋଜିଭାତର ମାହୋଲ 

Sunil Chandra Nayak

ଲାଞ୍ଜିଗଡ ପଞ୍ଚାୟତ ସମିତିର ନବମ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!