ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର:(୧୧|୧୧)(ମ.ନି. ସ) ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମଦିନ ଅବସରରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ୨୦୨୫ ପାଳିତ ହୋଇଛି । ଶିକ୍ଷା କ୍ଷେତ୍ରରେ ତାଙ୍କ ଅପରିସୀମ ଅବଦାନ ଓ ନବଚେତନାର ସ୍ମୃତିରେ ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ ନିଜ ବକ୍ତବ୍ୟରେ – ଶିକ୍ଷା ହେଉଛି ଜୀବନର ଆଲୋକ, ଆଜିର ଯୁବପିଢ଼ି ଶିକ୍ଷା ମାଧ୍ୟମରେ ନିଜକୁ ସଚେତନ, ଦାୟିତ୍ୱପରାୟଣ ଓ ସମାଜ ସେବୀ ଭାବେ ଗଢ଼ିବା ଉଚିତ ବୋଲି ଉଦ୍ବୋଧନ ଦେଇଥିଲେ। ୨୦୨୫ ବର୍ଷ ର ଜାତୀୟ ଶିକ୍ଷା ଦିବସ ର ଥିମ୍ “ସମାବେଶୀ ଗୁଣାତ୍ମକ ଶିକ୍ଷା”ଉପରେ ଶିକ୍ଷା ବିଭାଗ ଅଧ୍ୟାପିକା ଡ଼ଃ ସଂଯୁକ୍ତା ପଣ୍ଡା ଅତ୍ୟନ୍ତ ସାର ଗର୍ଭକ ଓ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ସେ ଶିକ୍ଷାକୁ ଜୀବନ ପରିବର୍ତ୍ତନର ଶକ୍ତି ଭାବେ ବିବେଚନା କରି, ସମାଜର ସମସ୍ତଙ୍କ ପାଖକୁ ଶିକ୍ଷା ପହଞ୍ଚିବାର ଆହ୍ୱାନ ଜଣାଇଥିଲେ। 

 ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସେହି ପରି ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫଳ ହୋଇଥିଲା।ଏଥିରେ ଜିଲ୍ଲା ପୋଲିସ ବିଭାଗ ତରଫରୁ ଅତିରିକ୍ତ ଏସ.ପି. ଶ୍ରୀ ଆଦିତ୍ୟ ସେନ, ଏସ.ଡି.ପି.ଓ ଶ୍ରୀ କୃଷ୍ଣ ଚନ୍ଦ୍ର ଭତରା, ଇନସେ୍ପେକଟର ସୀମା ପ୍ରଧାନ, ସୀମା ସଂଗୀତା ଲୁଗୁନ, ସବ ଇନସେ୍ପେକଟର ଶ୍ରୀ ସମ୍ବିତ କୁମାର ସାହୁ, ଶ୍ରୀ ଗଣେଶ ଚନ୍ଦ୍ର ପଟ୍ଟନାୟକ ଓ କନଷ୍ଟେବଳ ଅନିଲ କୁମାର ଉପସ୍ଥିତ ଥିଲେ।ସେମାନେ ସାଇବର ଠକେଇରୁ ସୁରକ୍ଷିତ ରହିବା, ଅଜଣା ଲିଙ୍କ ଓ ଅନଲାଇନ୍ ଠକେଇ ପ୍ରତି ସଚେତନତା ବିଷୟରେ ଛାତ୍ରୀମାନଙ୍କୁ ଅନୁପ୍ରେରିତ କରିଥିଲେ।ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ତାରିଣୀ ଗଦବା ଓ ଲିପୁସ୍ମିତା ମହାନ୍ତି ଏକ ନାଟକ ମାଧ୍ୟମରେ ସାଇବର ଠକେଇ ଓ ଏହାର ଦୁର୍ଭାଗ୍ୟଜନକ ପରିଣାମ ଉପରେ ସଚେତନତା ସୃଷ୍ଟି କରିଥିଲେ।କାର୍ଯ୍ୟକ୍ରମ ଶେଷରେ କୁଇଜ ପ୍ରତିଯୋଗିତା କରାଯାଇ, କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ସମଗ୍ର କାର୍ଯ୍ୟକ୍ରମର ପରିଚାଳନା ଡ଼ଃ ସଂଯୁକ୍ତା ପଣ୍ଡା କରିଥିଲେ।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉତ୍ସାହର ସହିତ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଟାଙ୍ଗୀ ମହାବିଦ୍ୟାଳୟରେ ‘ମାଟି କୋ ନମନ, ବିରୋ କା ବନ୍ଦନ’ କାର୍ଯ୍ୟକ୍ରମ

Sunil Chandra Nayak

ଚିଲିଗୁଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ ଖୋ ଓ କବାଡି ପ୍ରତିଯୋଗିତା -୨୦୨୫-୨୬ 

Sunil Chandra Nayak

Leave a Comment

error: Content is protected !!