ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗମୋହନ ରେ ଅଗ୍ନିକାଣ୍ଡ

ଜଗମୋହନ ରେ ଅଗ୍ନିକାଣ୍ଡ

ଆସିକା,୧୧/୧୧/୨୫ — ଧରାକୋଟ ବ୍ଲକର ଜଗମୋହନ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟିବାରୁ ଏଥିରେ ପିତାମ୍ବର ସାହୁଙ୍କ ପୁଅ ରବିନ୍ଦ୍ର ସାହୁ ଙ୍କ ଘର ସମେତ ଦୋକାନ ସମ୍ପୂର୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି। ଆଜି ମଧ୍ୟାହ୍ନ ସମୟରେ ଅଚାନକ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ଏହାକୁ ଆୟତ୍ତ କରାଯାଇପାରି ନଥିଲା । ତୁରନ୍ତ ଧରାକୋଟ ଦମକଳ ବାହିନୀ କୁ ଖବର ଦେବାପରେ ସେମାନେ ପହଞ୍ଚି ନିଆଁ ଲିଭେଇଥିଲେ। ଏହି ଅଗ୍ନିକାଣ୍ଡରେ ରବିନ୍ଦ୍ର ସାହୁ ଙ୍କର ଦୋକାନ ଘରେ ଥିବା ସମସ୍ତ କିରାଣୀ ସାମଗ୍ରୀ, ଲୁଗା ପଟା, ଆସବାବ ପତ୍ର ଜଳି ଯାଇଥିବା ଜଣାଯାଇଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ନଳକୂପ ଖନନ ନେଇ  ବିଧାୟକ ଓ ସାଂସଦ ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଲେ ଗ୍ରାମବାସୀ 

ଏସସିବିସି ସର୍ଭେ ପାଇଁ ତାଲିମ

Sunil Chandra Nayak

“ଆମେ ଓଡିଆ”ର ଅକ୍ଷୟ ତୃତୀୟା ପାଳନ ଓ କାର୍ଯ୍ୟକାରୀ କମିଟି ବୈଠକ

masiha

Leave a Comment

error: Content is protected !!