ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର

ଵଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର

 ମୟୂରଭଂଜ-୧୨/୧୧:- ସୀମାନ୍ତ ଅଞ୍ଚଳ ତିରିଙ୍ଗ ବ୍ଲକ ଅନ୍ତର୍ଗତ ତିରିଙ୍ଗ ଥାନା ପକ୍ଷରୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ବରେ ଦୁଇଟି ଭିନ୍ନ , ଭିନ୍ନ ସ୍ଥାନରେ ଯଥା ବଡ଼ଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ତିରିଙ୍ଗ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବଡ଼ଧରଣର ସାଇବର କ୍ରାଇମ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ତିରିଙ୍ଗ ତହସିଲଦାର ସୁଶାନ୍ତ କୁମାର ବେହେରା, ସମ୍ମାନନୀୟ ଅତିଥି ଭାବେ ଆଇଆଇସି ପ୍ରଶାନ୍ତ କୁମାର ଜେନା ,  ବାରିପଦା ସାଇବର ବିଭାଗର ଅଫିସର , ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ଦାସ , ଲେଖକ ସୁବ୍ରତ କୁମାର ସାହୁ, ସିରିଡି ସାଇ ଆଇଟିଆଇର ପ୍ରିନ୍ସିପାଲ୍ ରଜତ କୁମାର ସାହୁ , ନନ୍ଦ ସାର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା । ସଭାରେ ଗୃହରେ ଭିଡିଓ ବାର୍ତ୍ତା ତଥା ସୂଚନା ପ୍ରଜେକ୍ଟର ମାଧ୍ୟମରେ ଦେଖାଇଥିଲେ । ତଥା ଅନ୍ୟ ସେହି ସମୟରେ ମୁଖ୍ୟ ବଜାରରେ ବାର୍ତ୍ତାବହ ଗାଡ଼ିରେ ଲାଗିଥିବା ଅନ୍ୟ ଏକ ବଡ ପ୍ରଜେକ୍ଟର୍ ମାଧ୍ୟମରେ ଥାନାର ଅନ୍ୟ ପୋଲିସ କର୍ମଚାରୀ ମାନେ ସମସ୍ତ ପଥଚାରୀ , ଆରୋହୀ , ସାଧାରଣ ଲୋକଙ୍କୁ ସଚେତନ କରାଇବାରେ ସଫଳ ହୋଇ ପ୍ରଶଂସିତ ହୋଇଥିଲେ । ବିଦ୍ୟାଳୟର ଛାତ୍ର , ଛାତ୍ରୀ ମାନଙ୍କୁ ସାଇବର କ୍ରାଇମରୁ ମୁକୁଳିବା ପାଇଁ ବିଭିନ୍ନ ସଚେତନ ମୂଳକ ଲିଖିତ ବାର୍ତ୍ତା ପମ୍ପଲେଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ଶତାଧିକ ଲୋକ ଆସି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ନିଜେ ମଞ୍ଚ ପରିଚାଳନା କରି ସମସ୍ତଙ୍କୁ ଉତ୍ସାହିତକରିଥିଲେ । ସମସ୍ତ ଅତିଥି ନିଜ ,ନିଜ ଢଙ୍ଗରେ ଅଭିଭାଷଣ ମାଧ୍ୟମରେ ସାଇବର କ୍ରାଇମ ବିଷୟରେ ତଥା ଏଥିରୁ ନିବୃତ ରହିବାର କଳା ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷ ଭାବରେ ସାରା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା  ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ତଥା ଟିଫିନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ସମସ୍ତଅଧିକାରୀ ତଥା ଆଞ୍ଚଳିକ ଲୋକ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୋକସରା ଗୁଡହାଣ୍ଡି ମହୋତ୍ସବ ଉଦଯାପିତ

Sunil Chandra Nayak

ସଞ୍ଜୁକ୍ତା ସେବା ନିକେତନ ତରଫରୁ ଅସହାୟତାକୁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱ ଜନଗଣନା କାର୍ଯ୍ଯକ୍ରମ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!