ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁରିବାହାଲ ପହରୀ ମଣ୍ଡପରୁ ବାଗପଡ଼ା ରାସ୍ତା କାଦୁଆ ପଚପଚ: ଯାତାୟାତରେ ନାକେଦମ

ମୁରିବାହାଲ ପହରୀ ମଣ୍ଡପରୁ ବାଗପଡ଼ା ରାସ୍ତା କାଦୁଆ ପଚପଚ: ଯାତାୟାତରେ ନାକେଦମ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚାୟତର ମୁରିବାହାଲ ଗ୍ରାମର ପହରୀ ମଣ୍ଡପରୁ ବାଗପଡ଼ାକୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଋତୁରେ ସମ୍ପୂର୍ଣ୍ଣ କାଦୁଆ ପଚପଚା ହୋଇପଡ଼ିଛି। ଏହା ଫଳରେ ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ, ଚାଷୀ ଏବଂ ଦୈନନ୍ଦିନ ଯାତ୍ରୀମାନେ ଯାତାୟାତରେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ରାସ୍ତାର ବିଭିନ୍ନ ସ୍ଥାନରେ କାଦୁଆ ଓ ବର୍ଷାପାଣି ଜମି ରହୁଥିବାରୁ ଦୁଇଚକିଆ ଯାନ ଚଳାଚଳ ବିପଦଜନକ ହୋଇପଡ଼ିଛି। ପ୍ରତିଦିନ ଯାତାୟାତ କରୁଥିବା ଲୋକମାନେ ଖସିପଡ଼ି ଆହତ ହେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି। ବିଶେଷକରି ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀ ଏବଂ ଚାଷକାମ ପାଇଁ ଯାତାୟାତ କରୁଥିବା ଚାଷୀମାନେ ଅଧିକ ଅସୁବିଧାରେ ପଡ଼ୁଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ବହୁବାର ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ।ତେଣୁ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଏହି ରାସ୍ତାର ଶୀଘ୍ର ମରାମତି କରାଯାଇ ଯାତାୟାତ ଉପଯୋଗୀ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ଫାଇଲେରିଆ, ଡେଙ୍ଗୁ, ମ୍ୟାଲେରିଆ ତଥା ଭେକଟର ବାହିତ ରୋଗର ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ  ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ଅଭିଯାନ

Sunil Chandra Nayak

ନର୍ଲା ସତସଙ୍ଗ କେନ୍ଦ୍ରରେ ପ୍ରେସ୍ ମିଟ ଆସନ୍ତା ୧୧ ଫେବୃଆରୀ ହେବ ପ୍ରତିଷ୍ଠା ଉତ୍ସବ

masiha

ପିଲାମାନେ ପର କରି ଥିବା ପିତା ମାତାଙ୍କୁ ଆପଣାର କରି ପୂଜାର୍ଚନା କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତା 

Sunil Chandra Nayak

Leave a Comment

error: Content is protected !!