ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ

ବାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ

ମୟୂରଭଂଜ- ୧୨/୧୧ — ରାଇରଙ୍ଗପୁରସ୍ଥତ କୁଡୁମୀ ଭବନ ପରିସରରେ ଵାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ ଘଟିକା ରେ ସଭାପତି ଉପେନ୍ଦ୍ର ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ବାମନଘାଟୀ ଉପଖଣ୍ଡର ପଂଜିକୃତ ଟ୍ରକ ମାଲିକମାନେ ଯୋଗ ଦେଇଥିଲେ ।ଟ୍ରକ ମାଲିକମାନେ ଦିର୍ଘବର୍ଷ ହେଲା ବାମନଘାଟୀ ଟ୍ରକ ମାଲିକ ସଂଘର ନିର୍ବାଚନ ପ୍ରତି ୨ ବର୍ଷର ଥରେ ହେବା କଥା ତାହା ନ‌ହୋଇ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିର୍ବାଚନ ନ ହେବା ,ଆୟ ଓ ବ୍ୟୟର ହିସାବ ପତ୍ର ନ ଜଣାଇବା ନେଇ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିବା ସହ ନିଜସ୍ବ ମତାମତ ଦେଇଥିଲେ ।ସଭାପତି ଉପେନ୍ଦ୍ର ସିଂ ଦୁଃଖର ସହ କହିଥିଲେ କରୋନା ପରଠାରୁ ନିର୍ବାଚନ ହୋଇନାହିଁ ।ଆସନ୍ତା ୨୫ ଜାନୁଆରୀ ୨୦୨୬ ରେ ନିର୍ବାଚନ ହେବ ।ଯେଉଁମାନେ ନିଜେ ଗାଡିର ମାଲିକ ହୋଇଥିବେ, ଗାଡ଼ିର ପରମିଟ, ଆର ସି ବହି, ଟେକ୍ସ ରସିଦ ନିଜ ନାମରେ ଥିବେ , ସଂଘର ସଦସ୍ୟ ହୋଇଥିଲେ ସେହିମାନେ ନିର୍ବାଚନରେ ଲଢି ପାରିବେ କିମ୍ବା ଭୋଟ ଦେଇ ପାରିବେ ।ଯେଉଁମାନଙ୍କର ଆୟ ବ୍ୟୟ ହିସାବ ନେବାର ଅଛି ସେମାନେ ସଂଘ ଅଫିସ ଯାଇ ଅଡିଟ ଖାତା ଦେଖି ପାରି ଜାଣି ପାରିବେ ।ଏହି ଵୈଠକରେ ଚେୟାରମେନ ରଘୁନନ୍ଦନ ରାଉତ, ସାଧାରଣ ସଂପାଦକ ମନୋର‍ଞ୍ଜନ ପଟନାୟକ, ଉପ ସଭାପତି ବରୁଣ କୁମାର ବେହେରା, ଯୁଗ୍ମ ସଂପାଦକ ବିକାଶ ରାମ, କୋଷାଧ୍ୟକ୍ଷ ସଂଜୀବ ରାମଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ହେଲେ ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଶ୍ରୀ ଶ୍ରୀ ବୁଢୀମଙ୍ଗଳା ଯୁବକସଂଘ,ଗଳିଦାଣ୍ଡର ନବମ ରଜ ମହୋତ୍ସବ ‐ ୨୦୨୪

masiha

ପରିବେଶ ପରିବର୍ତ୍ତନ ଉପରେ ତାଲିମ୍ କାର୍ଯ୍ୟକ୍ରମ

masiha

ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା 

Leave a Comment

error: Content is protected !!