ରାଇରଙ୍ଗପୁର ମୁଖ୍ୟଡାକ ଘର ପରିସରରେ ଆଡଭାନ୍ସ ଟେକ୍ନୋଲଜି ପୋଷ୍ଟାଲ ୨. ୨ ଶୁଭାରମ୍ଭ
ମୟୂରଭଂଜ – ୨୧/୧୧ — ରାଇରଙ୍ଗପୁର ମୁଖ୍ୟ ଡାକଘର ପରିସରରେ ପୋଷ୍ଟାଲ ସୁପରିଣ୍ଟେଡେଣ୍ଟ ଗୌରାଙ୍ଗ ଚରଣ ବେହେରାଙ୍କ ସଭାପତିତ୍ବରେ ଆଡଭାନ୍ସ ଟେକ୍ନୋଲଜି ପୋଷ୍ଟାଲ ୨.୨ ର ଶୁଭାରମ୍ଭ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ସେ କହିଥିଲେ ଏହାଦ୍ଵାରା ବାୟୋମେଟ୍ରିକ ହେବା ଦ୍ଵାରା ସହରାଞ।ଚଳଠାରୁ ଆରମ୍ଭ କରି ସାରା ଭାରତର କୋଣେ ଅନୁକୋଣେ ଗ୍ରାମାଞ୍ଚଳରେ ଏହା ଲାଗୁ ହୋଇଛି ।ସମସ୍ତ ପୋଷ୍ଟାଲକର୍ମଚାରୀ ସଠିକ ସମୟରେ କାର୍ଯ୍ୟକ୍ଷେତ୍ରରେ ପହଞ୍ଚିବା ଏବଂ ସଠିକ୍ ସମୟରେ କାର୍ଯ୍ୟ ସାରିବା ଉପସ୍ଥାନ ନେଇ ସୂଚନା ମିଳିବା ।ସାଧାରଣ ଜନତା ଓ ଗ୍ରାହକମାନେ ଅଫିସ ବିଳମ୍ବରେ ଖୋଲିବା ଏଵଂକାର୍ଯ୍ଯକ୍ଷେତ୍ରରେ ଅଧିକାରୀମାନେ ସଠିକ ସମୟରେ ଯୋଗ ନ ଦେବା ଅଭିଯୋଗ ଏହି ଆଡଭାନ୍ସ ଟେକ୍ନୋଲଜି ମାଧ୍ୟମରେ ଜଣାପଡିଯିବ ।ଯେଉଁମାନଙ୍କ ନାମରେ ଅଭିଯୋଗ ଆସିବ ସେମାନଙ୍କୁ କୈଫିୟତ ମଗାଯିବ ।ତେଣୁ ସାଧାରଣ ଜନତା ଓ ଗ୍ରାହକ ଆଗକୁ ପୋଷ୍ଟାଲ କର୍ମଚାରୀଙ୍କ ଅବହେଳା ନେଇ ଅସୁବିଧାରେ ପଡ଼ିଲେ ନାହିଁ ।ଏହି ବୈଠକ ସହକାରୀ ସୁପରିଣ୍ଟେଡେଣ୍ଟ ବିଷ୍ଣୁ ପ୍ରସାଦ ଗୋପାଲ,ବଡ଼ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।
ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

