ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଭୂସଂସ୍କାର ନୀତିର ପରିବର୍ତ୍ତନ କୁ ଓଡିଶା ରାଜସ୍ଵ ଅମଲା ସଂଘର ସ୍ଵାଗତ 

ରାଜ୍ୟ ସରକାରଙ୍କ ଭୂସଂସ୍କାର ନୀତିର ପରିବର୍ତ୍ତନ କୁ ଓଡିଶା ରାଜସ୍ଵ ଅମଲା ସଂଘର ସ୍ଵାଗତ 

ନବରଙ୍ଗପୁର :(୧୩-୧୧-୨୦୨୫)(ମ.ନି.ସ) ବନ୍ଦୋବସ୍ତ ପୂର୍ବରୁ କିଣା ଯାଇଥିବା ଜମି ବନ୍ଦୋବସ୍ତ ସମୟରେ ବନ୍ଦବୋସ୍ତ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଭୁଲ ପଟ୍ଟା କୁ ନିର୍ଭୁଲ ଭାବରେ ସଂଶୋଧନ କରିବା ପାଇଁ ପ୍ରଥମେ କ୍ରେତା ମାନେ ରାଜସ୍ଵ ପାରିଷଦ, କଟକର ଦ୍ଵାରସ୍ଥ ହେବାକୁ ପଡ଼ୁଥିଲା | ପରବର୍ତ୍ତୀ ସମୟରେ ସରକାର ସେହି କାର୍ଯ୍ୟକୁ ରାଜସ୍ବ ଆୟୁକ୍ତଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରିଥିଲେ | କିନ୍ତୁ ସମସ୍ତ ଲୋକ ରାଜସ୍ଵ ଆୟୁକ୍ତଙ୍କ ନିକଟରେ ପହଞ୍ଚି କାର୍ଯ୍ୟ ସମାପନ କରିବା ସମ୍ଭବପର ହେଉନଥିଲା, ଫଳ ସ୍ବରୂପ ବହୁତ ଗୁଡିଏ ରାଜସ୍ବ ମାମଲା ର ତୁରନ୍ତ ଫଇସଲା ହୋଇପାରୁନଥିଲା | ଯଦ୍ଵାରା କି ଲୋକେ ବହୁତ ଅର୍ଥ ଖର୍ଚ କରି ନ୍ୟାୟ ପାଇବା ରୁ ବଞ୍ଚିତ ହେଉଥିଲେ | କିନ୍ତୁ ପରବର୍ତ୍ତୀ ସମୟରେ ସରକାର ତାକୁ ଆହୁରି ସରଳିକରଣ କରିବା ପାଇଁ ୨୦୧୭ ମସିହା ଠାରୁ ଜିଲ୍ଲାପାଳ ମାନଙ୍କୁ, କ୍ଷମତା ପ୍ରଦାନ କରିଥିଲେ | ଜିଲ୍ଲାପାଳ ମାନଙ୍କ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏହି ଅପିଲ ଗୁଡିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡି ରହୁ ଥିବା ସହିତ ଜିଲ୍ଲା ସଦର ମହକୁମା କୁ ବାରମ୍ବାର ଦୌଡି ଲୋକେ ନାହି ନଥିବା ଅସୁବିଧା ର ସମ୍ମୁଖୀନ ହେଇଥିଲେ | ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ସଦୃଶ, ଜନସାଧରଣଙ୍କୁ ତୁରନ୍ତ ନ୍ୟାୟ ଯୋଗାଇଦେବା ନିମନ୍ତେ ତହସିଲଦାର ମାନଙ୍କୁ ସଂଶୋଧନ କ୍ଷମତା ପ୍ରଦାନ କରିଛନ୍ତି, ଏହାଦ୍ବାରା ସମ୍ପୃକ୍ତ କ୍ରେତା ମାନେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ପଟ୍ଟା ନିଜ ନାମରେ କରିବା ପାଇଁ ସମ୍ପୃକ୍ତ ତହସିଲଦାର ମାନଙ୍କ ପାଖରେ ଆବେଦନ କରିପାରିବେ, ଏହାଦ୍ବାରା ଜଣସାଧାରଣ ସମୟ ସୀମା ଭିତରେ ତୁରନ୍ତ ନ୍ୟାୟ ପାଇପାରିବେ | ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ କୁ ଓଡ଼ିଶା ରାଜସ୍ୱ ଅମଲା ସଂଘ ର ଅଧକ୍ଷ ଲୋକେଶ୍ଵର ସାହୁ, ସଭାପତି ତ୍ରିପତି ବାଲାଜି ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, ଆବାହକ କୈଲାଶ ଚନ୍ଦ୍ର ଦାଶ ପ୍ରମୁଖ ସରକାରଙ୍କୁ ଧନ୍ୟବାଦ ଦେବା ସହ ତହସିଲ କାର୍ଯ୍ୟାଳୟ ମାନଙ୍କରେ ଏଥି ସମ୍ବନ୍ଧୀୟ ଆବଶ୍ୟକୀୟ ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁରୋଧ କରିଛନ୍ତି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାମାନ୍ୟ ବର୍ଷା ରେ ଥୁଆମୁଳ ରାମପୁର ବ୍ଳକ ବିଭିନ୍ନ ଅଞ୍ଚଳ ଉବୁଟୁବୁ 

masiha

ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

masiha

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ରାଇରଙ୍ଗପୁର ଠାରେ ଏକତା ପଦଯାତ୍ରା ଆୟୋଜିତ।

Sunil Chandra Nayak

Leave a Comment

error: Content is protected !!