ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

ରାଉରକେଲା : ସହରର ଅର୍ଜିନାଲ୍ ପାୱାର କ୍ଲବ୍ ନିରନ୍ତର କ୍ରୀଡା ଏବଂ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି। କ୍ଲବ୍‌ର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତିଭାବାନ ଖେଳାଳିମାନଙ୍କୁ ଆଗକୁ ବଢ଼ିବା ପାଇଁ ଆବଶ୍ୟକ ସୁଯୋଗ, ସମର୍ଥନ ଏବଂ ପ୍ଲାଟଫର୍ମ ପ୍ରଦାନ କରିବା। କ୍ଲବ୍‌ ସମାଜ, ଅନୁଷ୍ଠାନ ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ଆହ୍ବାନ କରିବା ସହିତ ଏଥିରେ ସେମାନେ ଖେଳାଳିମାନଙ୍କୁ ସମର୍ଥନ କରନ୍ତୁ ବୋଲି ଆହ୍ବାନ ଦେଇଛି।

       ଏହି ଧାରାରେ ୭୨ ବର୍ଷୀୟ ମାଷ୍ଟର ଆଥଲେଟ୍ ଅଶୋକ ବିଶ୍ୱାଳ ଚେନ୍ନାଇ ଠାରେ ଅନୁଷ୍ଠିତ ଏସିଆନ୍ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୫ରେ ତାଙ୍କର ଉତ୍କୃଷ୍ଟତା ପ୍ରଦର୍ଶନ ସହିତ ଭାରତ ପାଇଁ ଗୌରବ ଆଣିଛନ୍ତି। ୭୦-୭୫ ବୟସ ବର୍ଗରେ ପ୍ରତିଯୋଗିତାରେ ଶ୍ରୀ ବିଶ୍ବାଳଙ୍କୁ ମୋଟ ଦୁଇଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଥିଲେ। ଶ୍ରୀ ବିଶ୍ୱାଳ ଏହି ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ରେ ଏକ ରୌପ୍ୟ ପଦକ ଏବଂ ୮୦ ମିଟର ହର୍ଡଲ୍ସରେ ଏକ ରୌପ୍ୟ ପଦକ ଜିତିବା ସହିତ ୪୦୦ ମିଟର ଦୌଡ଼ରେ ଏକ କାଂସ୍ୟ ପଦକ ଜିତିଛନ୍ତି। ଏହି ଏସିଆନ ମାଷ୍ଟର ଏଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୫ ପ୍ରତିଯୋଗିତାରେ ଚୀନ୍, ଜାପାନ, ଫିଲିପାଇନ୍ସ, ଶ୍ରୀଲଙ୍କା, ନେପାଳ, ମାଲେସିଆ ଏବଂ ଅନ୍ୟାନ୍ୟ କେତେକ ଦେଶର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ।

        ଅର୍ଜିନାଲ୍ ପାୱାର କ୍ଲବ୍ ପକ୍ଷରୁ ଅଶୋକ ବିଶ୍ୱାଳଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗର୍ବିତ ଏବଂ ତାଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇବା ସହିତ କ୍ଲବ୍ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଏବଂ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତା ରଖି ଆଜି ସେକ୍ଟର-୩ ଜଗନ୍ନାଥ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅଶୋକ ବିଶ୍ବାଳ, ହରି ଶଙ୍କର ସାହ, ଆନନ୍ଦ ସୁନା, ଓ ପି ସିଂହ, ସୁମିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଂଚଳିକ ସାଧନ କେନ୍ଦ୍ର ସେମଳା ପ୍ରୟାସ ରେ G20 ଜନଭାଗିଦାରୀରେ କାର୍ଯ୍ୟକ୍ରମ l           

ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ସାପ୍ତାହିକ ମେଧାଅନ୍ବେଷଣ ଫଳାଫଳ ପ୍ରକାଶ

masiha

Leave a Comment

error: Content is protected !!